ରାୟଗଡାରେ ସିଟି ସ୍କାନ ବ୍ୟବସ୍ଥାକୁ ଉଦଘାଟନ କଲେ ଜିଲ୍ଲାପାଳ

ରାୟଗଡ଼ା : ଆଜି ରାୟଗଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଠାରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ସିଟି ସ୍କାନ ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି l ଓଡିଶା ସରକାର ଓ ସ୍ପନ୍ଦନ ଡ଼ାଇଗ୍ନସ୍ଟିକ ପ୍ରାଇଭେଟ ସଂସ୍ଥା ପିପିପି ମାଧ୍ୟମରେ ଏହା କାର୍ଯ୍ୟକାରୀ ହେବ l ରୋଗୀ ମାନଙ୍କ ନିମନ୍ତେ ଏହି ସ୍ବାସ୍ଥ୍ୟ ସେବା ବିନା ଶୁଳ୍କ ତଥା ୨୪ ଘଣ୍ଟିଆ ଅନବରତ ସ୍ୱାସ୍ଥ୍ୟ ପରୀକ୍ଷା କରି ସ୍ଵାସ୍ଥ୍ୟସେବା ଉପଲବ୍ଧ ହେବ l ଜିଲ୍ଲାରେ ଏହି ସ୍ବାସ୍ଥ୍ୟ ସୁବିଧା ନଥିବାରୁ, ରୋଗୀ ମାନେ ବାହାରକୁ ଯାଇ ଖର୍ଚ୍ଚାନ୍ତ ହେଉଥିଲେ, ବର୍ତ୍ତମାନ ଜିଲ୍ଲା ରେ ଏହି ସେବା ଉପଲବ୍ଧ ହେଉଥିବାରୁ ଜିଲ୍ଲାବାସୀ ବହୁ ପରିମାଣ ରେ ଉପକୃତ ହେବେ l ସମସ୍ତ ମସ୍ତିଷ୍କ ଆଘାତ ଓ ଟ୍ରମା କେଶ ଭଳି ଜରୁରୀ ସ୍ବାସ୍ଥ୍ୟାବସ୍ଥା ଗୁଡିକ ପରୀକ୍ଷା କରାଯାଇ ଦୁଇ ଘଣ୍ଟାମଧ୍ୟରେ ତାହାର ରିପର୍ଟ ପ୍ରଦାନ କରାଯିବ l ବାକି ଅନ୍ୟ ନିୟମିତ ପରୀକ୍ଷା ଗୁଡିକ ଯାହାକି ସକାଳ ୮ ଘଣ୍ଟାରୁ ସନ୍ଧ୍ୟା ୬ ଘଣ୍ଟା ମଧ୍ୟରେ ପରୀକ୍ଷା କରାଯାଇଛି ତାହାର ରିପର୍ଟ ୬ଘଣ୍ଟା ମଧ୍ୟରେ ପ୍ରଦାନ କରାଯିବ ଏବଂ ସନ୍ଧ୍ୟା ୬ଘଟିକାରୁ ସକାଳ ୮ଘଟିକା ମଧ୍ୟରେ ଯେଉଁ କେଶ ପରୀକ୍ଷା କରାଯିବ ତାହା ୧୨ଘଣ୍ଟା ମଧ୍ୟରେ ପ୍ରଦାନ କରାଯିବ l ପରୀକ୍ଷା ରିପୋର୍ଟ ହାର୍ଡ କପି ଦିଆଯିବ l ଏହି ଉଦଘାଟନ କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଲାଳମାହନ ରାଉତରାୟ, ଜିଲ୍ଲା ସ୍ବାସ୍ଥ୍ୟ ମିଶନ ର ଡିପିଏମ ରାଜେଶ୍ୱର ରାୟ ପଟ୍ଟନାୟକ, ସିଟିସ୍କlନ ପରିଚାଳନା ପାଇଁ ନିୟୋଜିତ ବୈଷୟିକ ଟିମ, ସ୍ପନ୍ଦନ ଡ଼ାଇଗ୍ନଷ୍ଟିକ୍ସ ସଂସ୍ଥାର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.