ଗଞ୍ଜେଇ ଜବତ, ଜଣେ ଗିରଫ

ରାୟଗଡ଼ା : ଚୋରା ଗଞ୍ଜେଇ ଚାଲାଣ ବେଳେ ରାୟଗଡ଼ା ପୁଲିସ ଜଣକୁ କାବୁ କରିବାରେ ସଫଳ ହୋଇଛି । ରେଳ ଷ୍ଟେସନ ନିକଟରେ ରାୟଗଡ଼ା ପୁଲିସ ରାତି ପଇଁତରା ମାରିବା ବେଳେ ଗଞ୍ଜେଇ ସହ ଜଣକୁ ଗିରଫ କରିଛି । ଗିରଫ ଜଣକ ଚନ୍ଦନ ହୂଇକା ଓ ତାଙ୍କ ଘର ରାୟଗଡା ଜିଲ୍ଲା ପଦ୍ମପୁର ବୋଲି ଜଣାପଡିଛି । ଜବତ ଗଞ୍ଜେଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ କରିଛି ପୁଲିସ । ସୂଚନା ଅନୁଯାୟୀ ପଦ୍ମପୁର ବ୍ଲକର ଚନ୍ଦନ ହୁଇକା ନାମକ ଯୁବକ ଗଞ୍ଜେଇ ଧରି ରେଳ ଷ୍ଟେସନ ନିକଟରେ ଆନ୍ଧ୍ରପ୍ରଦେଶ ଯିବାପାଇଁ ଟ୍ରେନକୁ ଅପେକ୍ଷା କରି ବସିଥିଲା । ତେବେ ଏହି ସମୟରେ ପୁଲିସ ସନ୍ଦେହ କରି ଚନ୍ଦନ କୁ ଅଟକାଇ ତଲାସୀ କରିବା ବେଳେ ବ୍ୟାଗରୁ ଗଞ୍ଜେଇ ଧରିଥିବା ଦେଖି । ଏହାପରେ ଆସିଷ୍ଟାଣ୍ଟ କଲେକ୍ଟର ପ୍ରଫୁଲ୍ଲ ବେହେରା ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ରହି ଗଞ୍ଜେଇ ଓଜନ କରିବା ପରେ ତାହା ୧୩ କିଲୋ ୧୦୦ ଗ୍ରାମ ରହିଥିଲା । ପୋଲିସ ଉକ୍ତ ଗଞ୍ଜେଇକୁ ଜବତ କରି ସିଲ କରି ଚନ୍ଦନ ଙ୍କୁ ଗିରଫ କରିଛି ।

nis-ad
Leave A Reply

Your email address will not be published.