ଆଧୁନିକ ଯୁଗରେ ସବୁଜ ରସାୟନର ଆବଶ୍ୟକତା ପାଠଚ଼କ୍ର

ଆସିକା ତା ୨୯/୭ : ଆସିକା ବିଜ୍ଞାନ ମହାବିଦ୍ୟାଳୟ ରସାୟନ ବିଭାଗର ତତ୍ତ୍ବାବଧାନରେ ଏକ ସବୁଜ ରସାୟନ (ଗ୍ରୀନ୍ କେମେଷ୍ଟ୍ରି) ପାଠଚ଼କ୍ର ସେମିନାର ହଲ୍ ଠାରେ ଆୟୋଜିତ ହୋଇଯାଇଛି। ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀ ପୌରହିତ୍ୟ କରିଥିବା ବେଳେ ରସାୟନ ବିଭାଗ ମୁଖ୍ୟ ଡ. ସନ୍ତୋଷ କୁମାର ଚ଼ୌଧୁରୀ ସଂଯୋଜନା କରିଥିଲେ। ଶଶିଭୂଷଣ ରଥ ସ୍ବୟଂ ଶାସିତ ମହିଳା ମହାବିଦ୍ୟାଳୟ, ବ୍ରହ୍ମପୁର ରସାୟନ ବିଭାଗ ଏସୋସିଏଟ୍ ପ୍ରଫେସର ଡ. ସୁରଜ କୁମାର ପାଣିଗ୍ରାହୀ ସେମିନାର ରିସୋର୍ସ ପରସନ୍ ରୂପେ ମଞ୍ଚାସୀନ ଥିଲେ ଏବଂ ଛାତ୍ରଛାତ୍ରୀଙ୍କୁ ଗ୍ରୀନ୍ କେମେଷ୍ଟ୍ରିର ଆବଶ୍ୟକତା ଉପରେ ମାର୍ଗଦର୍ଶନ କରିଥିଲେ । ଏହି ପାଠଚ଼କ୍ରରେ ଆଧୁନିକ ଯୁଗରେ ସବୁଜ ରସାୟନର ମହତ୍ତ୍ବ ଏବଂ ଉପାଦେୟତା ଉପରେ ଆଲୋଚ଼ନା ହୋଇଥିଲା । ସବୁଜ ରସାୟନ ଦ୍ବାରା ମନୁଷ୍ୟର ଦୈନିକ ଜୀବନ କିପରି ଚଳଚଞ୍ଚଳ ହୋଇଥାଏ ଏବଂ ପୃଥିବୀ ପୃଷ୍ଟରେ ଜୀବଜଗତ କିପରି ଜୀବନଧାରଣ କରିଥାନ୍ତି ଏବଂ ଏହାର ଅପପ୍ରୟୋଗରେ କିପରି ଋତୁ ପରିବର୍ତ୍ତନରେ ଅନିୟମିତତା ଆସିଥାଏ, ତାହାର ବିସ୍ତୃତ ଆଲୋଚ଼ନା ହୋଇଥିଲା। ସବୁଜ ରସାୟନ ବିଜ୍ଞାନ ହେଉଛି ରାସାୟନିକ ଦ୍ରବ୍ୟ ଏବଂ ପ୍ରକ୍ରିୟାର ଡିଜାଇନ୍ ଯାହା ବିପଜ୍ଜନକ ପଦାର୍ଥର ବ୍ୟବହାର କିମ୍ବା ଉତ୍ପାଦନକୁ ହ୍ରାସ କିମ୍ବା ବିଲୋପ କରିଥାଏ ବୋଲି ସମସ୍ତ ମଞ୍ଚାସୀନ ଅତିଥି ବ୍ୟକ୍ତ କରିଥିଲେ। ସବୁଜ ରସାୟନ ବିଜ୍ଞାନ, ଏହାର ଡିଜାଇନ୍, ଉତ୍ପାଦନ, ବ୍ୟବହାର ଏବଂ ଚରମ ନିଷ୍କାସନ ସହିତ ଏକ ରାସାୟନିକ ଦ୍ରବ୍ୟର ଜୀବନଚକ୍ରରେ କିପରି ପ୍ରଯୁଜ୍ୟ ଏହି ସଂଦର୍ଭ ଉପରେ ମଧ୍ୟ ସମସ୍ତ ମଞ୍ଚାସୀନ ଅତିଥି ଆଲୋଚ଼ନା ପର୍ଯ୍ୟାଲୋଚନା କରିଥିଲେ। ରସାୟନ ବିଭାଗର ଯିକ୍ତ ତିନି ଶେଷ ବର୍ଷର ଛାତ୍ର ପବନ କୁମାର ପଟ୍ଟନାୟକ ଏବଂ ରୋହିତ କୁମାର ପରିଡା ଗ୍ରୀନ୍ କେମିଷ୍ଟ୍ରିର ଉପାଦେୟତା ଉପରେ ଉପସ୍ଥାପନା କରିଥିଲେ। ବରିଷ୍ଠ ପ୍ରାଧ୍ୟାପକ ପ୍ରଫେସର ଜନାର୍ଦ୍ଦନ ସାହୁ ଗ୍ରୀନ କେମେଷ୍ଟ୍ରିର ମହତ୍ତ୍ବ ପ୍ରତିପାଦନ କରିଥିବା ବେଳେ ଅଧ୍ୟାପକ ଚନ୍ଦନ ମାରାଣ୍ଡି, ଅଧ୍ୟାପିକା ମାଧୂରୀ ହେମ୍ବ୍ରମ୍, ଡେମନଷ୍ଟ୍ରେଟର ଧନଞ୍ଜୟ ମହାପାତ୍ର ଏବଂ କୃଷ୍ଣଚନ୍ଦ୍ର ପାତ୍ର ପାଠଚ଼କ୍ରରେ ସହଯୋଗ କରିଥିଲୋ। ରସାୟନ ବିଭାଗର ସମସ୍ତ ଅନର୍ସ ଏବଂ ଜେନେରିକ୍ ଇଲେକ୍ଟି୍ଭ୍ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.