ବିଦ୍ୟାସାଗର ଥିଲେ ଭାରତୀୟ ନବଜାଗରଣର ଆଗ୍ରଦୂତ…
ବ୍ରହ୍ମପୁର, ତା. ୨୯. ୭. ୨୦୨୪ରିଖ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ବିଶିଷ୍ଟ ସମାଜ ସଂସ୍କାରକ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ୧୩୩ତମ ତିରୋଧାନ ଦିବସରେ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ମେଡିକାଲ କଲେଜ ପରିସରରେ ଆଜି ସକାଳୁ ସମିତି ପକ୍ଷରୁ ବିଦ୍ୟାସାଗରଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ ପରେ ସମିତି ସମ୍ପାଦକ ଏସ. ସାମ୍ଵାଶିବା ରାଓଙ୍କ ଅନୁରୋଧ କ୍ରମେ ଲଫିଙ୍ଗ କ୍ଲବର ଉପସଭାପତି ଏସ.ଏନ.ସରାଫଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା l ବିଦ୍ୟାସାଗର ଭାରତୀୟ ନବଜାଗରଣର ଆଗ୍ରଦୂତ ଥିଲେ l ଦେଶ ଯେତେବେଳେ ଧର୍ମାନ୍ଧତା, କୁସଂସ୍କାର, କୂପମଣ୍ଡୁକତାରେ ବୁଡି ରହିଥିଲା, ସେ ସମୟରେ ବିଦ୍ୟାସାଗର ଆଧୁନିକ ଜ୍ଞାନ ବିଜ୍ଞାନର ଆଲୋକରେ ଜଗତକୁ ଆଲୋକିତ କରିବାରେ ପଦକ୍ଷେପ ନେଇଥିଲେ l ମାନବତାଵାଦାର ସେ ଥିଲେ ବଳିଷ୍ଠ ପ୍ରଚାରକ l ସମଗ୍ର ସମାଜର ରକ୍ଷଣଶୀଳତା ବିରୁଦ୍ଧରେ ଲଢେଇ କରିବା ସହ ବିଦ୍ୟାସାଗର ନାରୀ ଶିକ୍ଷା, ବିଧବା ବିବାହ ପ୍ରଚଳନ ଓ ବାଲ୍ୟ ବିବାହ ବନ୍ଦ ପାଇଁ ସଂଗ୍ରାମ କରିଯାଇଛନ୍ତି l ଗଣତାନ୍ତ୍ରିକ, ଧର୍ମନିରପେକ୍ଷ, ବିଜ୍ଞାନଭିତ୍ତିକ ଓ ସାର୍ବଜନୀନ ଶିକ୍ଷା ବ୍ୟବସ୍ଥା ପାଇଁ ତାଙ୍କ ଅବଦାନ ଚିର ସ୍ମରଣୀୟ l ଏଣୁ ଆଜିର ସମାଜକୁ ସୁନ୍ଦର ଭାବେ ଗଢ଼ିତୋଳିବା ପାଇଁ ବିଦ୍ୟାସାଗରଙ୍କ ସମ୍ପର୍କରେ ପାଠ୍ୟ ପୁସ୍ତକରେ ପଢ଼ାଯିବାର ଆବଶ୍ୟକତା ରହିଛି l ସମାଜସେବୀ ସୁରେନ୍ଦ୍ର ନାଥ ପଣ୍ଡା ଆଜିର ସଭାକୁ ପରିଚାଳନା କରିଥିବାବେଳେ ସିମାଞ୍ଚଳ ମହାନ୍ତି, ଡା. ରାଜେନ୍ଦ୍ର କୁମାର ତ୍ରିପାଠୀ, ଗଗନ ଚନ୍ଦ୍ର ମଲ୍ଲିକ, ଅବନୀ ଗୟା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l