ଗଞ୍ଜାମ ଜିଲ୍ଲାରେ ଭଗବାନ ଭରସା ରେ ଖଣି ବିଭାଗ :ତେର ତହସିଲ କୁ ଦୁଇ ଜଣ ବାବୁ…

ଖଣି-ରାଜସ୍ୱ-ପୋଲିସ ର ଆଶୀର୍ବାଦ ରେ ଚାଲିଛି ବାଲି ଲୁଟ…!!


ବ୍ରହ୍ମପୁର:୨୯-୭ ଗଞ୍ଜାମ ଜିଲ୍ଲା ରେ ଲଘୁ ଖଣିଜଜାତ ଦ୍ରବ୍ୟ ଦୀର୍ଘ ଦଶନ୍ଧି ଧରି ଲୁଟ ହେଅଉଛି।ଗଞ୍ଜାମ ଜିଲ୍ଲାର ବିଭିନ୍ନ ନଦୀ ପଠାରୁ ରୀତିମତ ରାଜସ୍ୱ ଓ ପୋଲିସ ବିଭାଗ ର ସିଂହ ଭାଗରେ ଅବାଧ ରେ ବାଲି ଲୁଟ ହେଉଥିବା ସମ୍ପର୍କ ରେ ଚର୍ଚ୍ଚା ହୋଇ ଆସୁଛି। ହେଲେ ଗତ ଜୁଲାଇ ୨୦୨୩ ମସିହାରେ ଖଣି ବିଭାଗ ହାତକୁ ରାଜ୍ୟ ସରକାର ଲଘୁ ଜାତ ଦ୍ରବ୍ୟ ସମ୍ପୂର୍ଣ୍ଣ ଦାୟିତ୍ୱ ହସ୍ତାନ୍ତର କରିଲେ। ଗଞ୍ଜାମ ଜିଲ୍ଲା ରେ ୨୩ ତହସିଲ ଥିବା ବେଳେ ଛତ୍ରପୁର ଓ ବ୍ରହ୍ମପୁର ରେ ଥିବା ୧୫ ତହସିଲ କୁ ଖଣି ବିଭାଗ ର ଜଣେ ଅଧିକାରୀ ଓ ଭଞ୍ଜନଗର ସବ- ଡ଼ିଭିଜନ ର ୮ ଟି ତହସିଲ କୁ ମାତ୍ର ଗୋଟିଏ ଅଧିକାରୀ ଙ୍କୁ ନିଯୁକ୍ତି ଦିଆଯାଇଛି। ସରକାର ଙ୍କ ଏଭଳି ଅଜବ ନୀତି ଯୋଗୁଁ ବାଲି ମାଫିଆ ମାନଙ୍କ ପାଇଁ ପୁଷ ମାସ ପାଲଟିଛି। ଏଭଳି ପରିସ୍ଥିତି ରେ ଏବେ ରାଜସ୍ୱ-ପୋଲିସ-ଖଣି ବିଭାଗ ର କିଛି ବାବୁ ମାନଙ୍କ ଘରେ ପ୍ରତି ଦିନ ଦୀପାବଳୀ ଭଳି ଖୁସିର ମାହୋଲ ଥିବା ଚର୍ଚ୍ଚା ହେଉଛି। ପ୍ରକାଶ ଥାଉକି ପୂର୍ବରୁ ରାଜସ୍ୱ ବିଭାଗ ସହ ବାଲି ମାଫିଆ ମାନଙ୍କ ମଧୁର ସମ୍ପର୍କ ଥିବା ବେଳେ ଏବେ ଖଣି ବଭାଗ କୁ ଦାୟିତ୍ୱ ମିଳିବା ପରେ ଚଢ଼ାଉ ସମୟରେ ପୋଲିସ ତହସିଲଦାର ଓ ଖଣି ବିଭାଗ ଅଧିକାରୀ ପହଞ୍ଚନ୍ତି। ତାପରେ ତିନି ବିଭାଗ କୁ ମାଫିଆ ମାନେ ଖୁସ କରି ଅବାଧ ରେ ଏହି ସବୁ ଚୋରା ବାଲି କାରବାର କରୁଥିବା ର ନଗ୍ନ ନମୁନା ଏବେ ଆମ୍ବପୁଆ ବେଆଇନ ବାଲି ଘାଟ ରୁ ଜବତ ହୋଇଥିବା ଏହି ସବୁ ଯାନ ବାହାନା ବୋଲି ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର, ଶେର ଗଡ଼, ହିଞ୍ଜିଳି, ଆସିକା ଓ ଧରାକୋଟ ଅଞ୍ଚଳ ରୁ ରୀତିମତ ସହ ସହ ଗାଡ଼ିରୁ ଜିଲ୍ଲା ସମେତ ଜିଲ୍ଲା ବାହାରକୁ ଜାତୀୟ ରାଜପଥ ଦେଇ ଅବାଧ ରେ ବାଲି ଚାଲାଣ ହେଉଛି। ଗଞ୍ଜାମ ଜିଲ୍ଲାରେ ବିଭାଗୀୟ ମନ୍ତ୍ରୀ ଙ୍କ ନାକ ତଳେ ଏବେ ବି ଏହି ଲୁଟ ଚାଲିଥିବା ଚର୍ଚ୍ଚା ର ବିଷୟ ହୋଇଛି। ଏଥିରୁ ସ୍ପଷ୍ଟ ହୋଉଛି ଗଞ୍ଜାମ ଜିଲ୍ଲାର ବାଲି ମାଫିଆ ମାନଙ୍କ ସହିତ କିଛି ଦିନ ତଳେ ଜିଲ୍ଲାର ଏକ ପଞ୍ଚତାରକା ହୋଟେଲ ରେ ଏକ ଡ଼ିଲ ହୋଇଥିବା ଚର୍ଚ୍ଚା ହୋଇ ଆସୁଛି।

nis-ad
Leave A Reply

Your email address will not be published.