ତାମା ଦୋରାଙ୍କୁ ସ୍ଵାଧୀନତା ସଂଗ୍ରାମୀ ମାନ୍ୟତା ଲାଗି ସଂଗ୍ରାମ ଜାରୀ ରହିବ

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ବୀର ସହିଦ୍ ତାମା ଦୋରାଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି। ଏଥିପାଇଁ ପଡିଆ ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ଓ ସମ୍ବାଦ ସାହିତ୍ୟ ଘରର ସଦସ୍ୟଙ୍କ ଉପସ୍ଥିତିରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ପ୍ରଥମେ ତାମା ଦୋରାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କରାଯଇଥିଲା। ଏହାପରେ ଶିକ୍ଷାନୁଷ୍ଠାନ ପରିସରରେ ଏକ ବୈଠକ ଅନୁଷ୍ଠିତ କରାଯାଇ ସହିଦ ତାମା ଦୋରାଙ୍କ ସ୍ଵାଧୀନତା ସଂଗ୍ରାମୀ ଜୀବନ, ଆଦିବାସୀଙ୍କ ଅଧିକାର ନେଇ ଜୀବନବ୍ୟାପୀ ସଂଗ୍ରାମ ଓ ଇଂରେଜ ସରକାରଙ୍କ ବିରୋଧରେ ଲଢ଼େଇ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏଥିସହ ତାମା ଦୋରାଙ୍କୁ ସ୍ଵାଧୀନତା ସଂଗ୍ରାମୀ ମାନ୍ୟତା ଦେବା ଲାଗି ଦୀର୍ଘଦିନରୁ ଜାରି ରହିଥିବା ପ୍ରୟାସକୁ ଆହୁରି ତୀବ୍ର କରାଯିବ ବୋଲି ବୈଠକରେ କୁହାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପଡିଆ ସରପଞ୍ଚ ଗଙ୍ଗା କାରାମ, ସମାଜସେବୀ ଡଃ ଏନ୍ ରାଘବ ରାଓ, ଏମଡି ଫାରୁକ, ନାକା ନୁକାଲ ରାଜୁ, କୋଟାମ ବାଲାୟା, ପଡିଆ ଥାନାର ସବ ଇନ୍ସପେକ୍ଟର ନିରୋଦ କୁମାର ବାଘ, କେ ଦେବେନ୍ଦ୍ର ରାଓ ଓ ପଡିଆ ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପରମାନନ୍ଦ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ତାମା ଦୋରାଙ୍କ ଜୀବନବ୍ୟାପୀ ସଂଗ୍ରାମ ବାବଦରେ ଇତିହାସରେ ଲିଖିତ ହୋଇ ରହିଥିଲେ ମଧ୍ୟ ସରକାରଙ୍କ ପକ୍ଷ୍ୟରୁ ତାଙ୍କୁ ସ୍ଵାଧୀନତା ସଂଗ୍ରାମୀ ମାନ୍ୟତା ନଦେବା ପରିତାପର ବିଷୟ ଓ ତାମା ଦୋରାଙ୍କ ସ୍ଵାଧୀନତା ସଂଗ୍ରାମୀ ପରିଚୟ ଲାଗି ପଡିଆବାସୀଙ୍କ ସଂଗ୍ରାମ ଶେଷ ପର୍ଯ୍ୟନ୍ତ ଜାରୀ ରହିବ ବୋଲି ସରପଞ୍ଚ ଶ୍ରୀ କାରାମ କହିଛନ୍ତି। ଏହି କାର୍ଯ୍ୟକ୍ରମକୁ ପ୍ରଶାନ୍ତ କୁମାର ପରିଡା ପରିଚାଳନା କରିଥିବା ବେଳେ ନିରଞ୍ଜନ ବେହେରା, ଅମୂଲ୍ୟ ରତ୍ନ, ଜିତେନ୍ଦ୍ର କୁମାର ନାୟକ, କେ ଉଦୟ, ଏସ୍ ମୋନିକା ଦେବୀ , ପୂର୍ଣ୍ଣ ଚନ୍ଦ୍ର ପାଢୀ, ପବିତ୍ର ମୋହନ ନାୟକ, ଜଗନ୍ନାଥ ସାହୁ, ସଂଯୁକ୍ତା ସାହୁ, ନାକା ସରିତା ଓ ମାଝୀ ସୁରୀ ବାବୁ ପ୍ରମୂଖ ସହଯୋଗ କରିଥିଲେ। ଏହି ଅବସରରେ ସମ୍ବାଦ ସାହିତ୍ୟ ଘର ପକ୍ଷ୍ୟରୁ ପ୍ରାୟ ଏକ ଶହ ଚାଳିଶ ଟି ବୃକ୍ଷ ରୋପଣ କରାଯାଇଥିଲା। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଆମ ଓଡ଼ିଶା ପ୍ରତିନିଧି ପ୍ରଶାନ୍ତ କୁମାର ସାହୁ ପରିଚାଳନା କରିଥିଲେ।

nis-ad
Leave A Reply

Your email address will not be published.