ସହିଦ ଦିବସ ପୂର୍ବରୁ ଦୁଇ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ଛତିଶଗଡର ଦାନ୍ତେୱାଡା ଜିଲ୍ଲା ପୁଲିସ ନିକଟରେ ଦୁଇ ମହିଳା ମାଓବାଦୀର ଆତ୍ମସମର୍ପଣ l ସୂଚନା ଅନୁଯାଇ ଦାନ୍ତେୱାଡା ଜିଲ୍ଲା ପୁଲିସ ଦ୍ୱାରା ଲୋନ ବାରଟୁ ଅଭିଯାନରେ ପ୍ରଭାବିତ ହୋଇ ଭୈରମଗଡ଼ ଏରିଆ କମିଟିର ଆରପିସିରେ ସକ୍ରିୟ ଦୁଇ ମହିଳା ମାଓବାଦ ଦାନ୍ତେୱାଡା ଡିଆରଜି କାର୍ଯ୍ୟଳୟରେ ଦାନ୍ତେୱାଡା ଏସପି ଗୌରବ ରାୟ ଏବଂ ଅନ୍ୟ ପୁଲିସ,ସିଆରପିଏଫ-230ବାହିନୀ ଅଧିକାରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି l ଆତ୍ମସମର୍ପଣ କରିଥିବା ମାଓବାଦୀ ଦୁଇ ଜଣ ହେଲେ ହୁରେପାଲ ଆରପିସି କେଏଏଆମଏସ ସଦସ୍ୟ ମାସେ କୁଞ୍ଜାମ(24)ବର୍ଷ ଏବଂ ହୁରେପାଲ ଆରପିସି କେଏଏଆମଏସ ସଦସ୍ୟ ଯୁଗ୍ହୋ ଓୟାମ (28) ବର୍ଷ l ସରକାରଙ୍କ ପୁନର୍ବାସ ନୀତି ଯୋଜନାରେ 25ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦୁଇ ଜଣକୁ ପ୍ରଦାନ କରାଯିବା ସହ ଅନ୍ୟ ସମସ୍ତ ସୁବିଧା ଆଗାମୀ କିଛି ଦିନ ମଧ୍ୟରେ ଯୋଗାଇ ଦିଆଯିବ ବୋଲି ଦାନ୍ତେୱାଡା ପୁଲିସ ଠାରୁ ସୂଚନା ମିଳିଛି l

nis-ad
Leave A Reply

Your email address will not be published.