ରାଉରକେଲା ମହାନଗର ନିଗମ ତରଫରୁ ଜନଶୁଣାଣି ଅନୁଷ୍ଠିତ : ୬୧ଟି ଅଭିଯୋଗ ତଥା ସମସ୍ୟାର ହେଲା ଶୁଣାଣି

ରାଉରକେଲା, : ରାଉରକେଲା ମହାନଗର ନିଗମ ତରଫରୁ ଜନସାଧାରଣଙ୍କ ଆପତ୍ତି ତଥା ଅଭିଯୋଗ ଗୁଡ଼ିକର ସମାଧାନ ଲାଗି ଶୁକ୍ରବାର ସ୍ଥାନୀୟ କୋଏଲ ନଗର ସ୍ଥିତ କଲ୍ୟାଣ ମଣ୍ଡପରେ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି ଏଥିରେ ଉପସ୍ଥିତ ରହି ଅଭିଯୋଗକାରୀଙ୍କ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ।

ଶୁକ୍ରବାର ଅନୁଷ୍ଠିତ ଏହି ଜନଶୁଣାଣିରେ ମୋଟ ୬୧ଟି ଅଭିଯୋଗ ଆସିଥିଲା। ଏଥିରେ ୱାର୍ଡ ନମ୍ବର ୩୪ ଓ ୩୫ ଅଧିନରେ ଥିବା କୋଏଲ ନଗରର ଅଭିଯୋଗକାରୀ ଶୁଣାଣି ସ୍ଥଳରେ ପହଞ୍ଚି ସେମାନଙ୍କର ଅଭିଯୋଗ ଗୁଡ଼ିକ ଦାଖଲ କରିଥିଲେ। । ସେଥିମଧ୍ୟରେ ମୁଖ୍ୟତଃ ଡ୍ରେନ୍ ସମସ୍ୟା, ଷ୍ଟ୍ରିଟ ଲାଇଟ, ରାସ୍ତା ନିର୍ମାଣ, ପାନୀୟ ଜଳ ଯୋଗାଣ, ଭତ୍ତା ସମସ୍ୟା ଆଦି ଅଭିଯୋଗ ଅନ୍ତର୍ଭୁକ୍ତ ଥିଲା ।

ଏହି ଜନଶୁଣାଣିରେ ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ, ଡେପୁଟି କମିଶନର ଶ୍ରୀମତୀ ଅନୀତା ନାୟକ, ସହକାରୀ ଆୟୁକ୍ତ ଅଜିତ କୁମାର ପଟ୍ଟନାୟଙ୍କ ସହ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଯନ୍ତ୍ରୀ ଏବଂ ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.