ରାସ୍ତାର ନା ପୋଖରୀ ବିକଲ୍ପ ନଥିବାରୁ ଗ୍ରାମବାସୀଙ୍କ ଯାତାୟତ ବାଧାପ୍ରାପ୍ତ

ମାଲକାନଗିରି / କାଲିମେଳା : ମାଲକାନଗିରି ଜିଲ୍ଲାରେ ପ୍ରାୟ ଦୁଇ ସପ୍ତାହରୁ ଉର୍ଦ୍ଧ ଦିନ ଲଘୁଚାପ ଜନିତ ବର୍ଷା ଲାଗିରହିଛି। ଫଳରେ ଅନେକ ସ୍ଥାନରେ ରାସ୍ତା ଘାଟ ନଷ୍ଟ ହେବା ସହ ରାସ୍ତା ମଝିରେ କୃତ୍ରିମ ପୋଖରୀର ଭ୍ରମ ସୃଷ୍ଟି କରୁଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ ପି ଭି ୩୫ ରୁ କୁତବାନପଲ୍ଲୀ କୁ ସଂଯୋଗ କରୁଥିବା ରାସ୍ତା । ପୂର୍ବରୁ ପଞ୍ଚାୟତ ପକ୍ଷରୁ ମନରେଗା ଯୋଜନାରେ ନିର୍ମିତ ଏହି ରାସ୍ତା ଉପରେ ବୋଡ଼ିଗାଟା ପଞ୍ଚାୟତର ୧୨ ଟି ଗ୍ରାମ ଓ ତେଲେରାଇ ପଞ୍ଚାୟତର ୨ ଟି ଗ୍ରାମର ଲୋକେ ନିର୍ଭର କରନ୍ତି । କିନ୍ତୁ ନିମ୍ନମାନର ରାସ୍ତା କାର୍ଯ୍ୟ ଯୋଗୁଁ ରାସ୍ତା ମଝିରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇ କୃତ୍ରିମ ପୋଖରୀରେ ପରିଣତ ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହେଉଛି । ରାସ୍ତା ଖରାପ ଯୋଗୁଁ ବହୁ ଦୁର୍ଘଟଣା ଘଟୁଥିବା ବେଳେ ଗୁରୁତର ରୋଗୀ,ଗର୍ଭବତୀ ମହିଳା ଙ୍କୁ ଡାକ୍ତରଖାନା ନେବା ଆଣିବା ଓ କାଲିମେଳା ହାଇ ସ୍କୁଲ୍ ଏବଂ କଲେଜକୁ ଆସୁଥିବା ଛାତ୍ର ଛାତ୍ରୀ ମାନେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯଥା ଶୀଘ୍ର ଜିଲ୍ଳା ପ୍ରଶାସନ ପକ୍ଷରୁ ଏହି ରାସ୍ତାକୁ ମେଟାଲ ମୁରୁମ୍ ବିଚାଇବା ସହ କଚ୍ଚା ରାସ୍ତା ବଦଳରେ ପିଚୁ ରାସ୍ତା କରିବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

nis-ad
Leave A Reply

Your email address will not be published.