ଦୀର୍ଘବର୍ଷ ପରେ ଆସିକାର ସ୍ୱର ବିଧାନସଭାରେ ଶୁଭିଲା

ଜିଲ୍ଲା ଭୂ-ବନ୍ଦୋବସ୍ତ – ଉଠା ଜଳସେଚନ କାର୍ଯ୍ୟକ୍ଷମ ଉପରେ ବିଧାନସଭାରେ ବିଧାୟକଙ୍କ ପ୍ରଶ୍ନ
ଵ୍ରହ୍ମପୁର : ଦେଶ ସ୍ୱାଧୀନତା ପର ଠାରୁ ଆସିକା ସହର ଭୂ – ବନ୍ଦୋବସ୍ତ ରୁ ବଞ୍ଚିତ ହୋଇରହିଛି। ଆସିକା ବିଧାୟକ ଚଳିତ ବିଧାନସଭାରେ ରେ ଆସିକା ବାସୀଙ୍କ ଦୀର୍ଘ ଦିନର ଆଶା ଆଶଙ୍କା କୁ ବିଧାନସଭା ଗୃହରେ ଉପସ୍ଥାପନ କରିଛନ୍ତି। ଆସିକାରେ ଋଷିକୂଲ୍ୟା ଜିଲ୍ଲା, ଭୂ ବନ୍ଦୋବସ୍ତ ଏବଂ ଉଠା ଜଳସେଚନ କାର୍ଯ୍ୟକ୍ଷମ ଉପରେ ବିଧାନସଭାରେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ପ୍ରଶ୍ନ କରିଛନ୍ତି। ବିଧାନସଭାର ପ୍ରଶ୍ନ କାଳରେ ମାନ୍ୟବର ବିଧାୟକ ସମସ୍ତ ଅନୁସଙ୍ଗିକ ବ୍ୟବସ୍ଥା ଥିଲେ ମଧ୍ୟ ଆସିକା କୁ ଋଷିକୂଲ୍ୟା ଜିଲ୍ଲା ର ମାନ୍ୟତା ଦାବୀ କରିଥିଲେ। ଏହି ପ୍ରଶ୍ନ ର ଉତ୍ତର ରେ ମାନ୍ୟବର ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉତ୍ତର ରେ ସମସ୍ତ ମାନଦଣ୍ଡକୁ ବିଚାରକୁ ନେଇ ତଥା ପ୍ରଚଳିତ ନୀତି ନିୟମ ଆଧାରରେ ଉପଯୁକ୍ତ ସମୟରେ ରାଜସ୍ୱ ସବ ଡିଭିଜନ ଗଠନ ପାଇଁ ଆସିଥିବା ଦାବି ଗୁଡିକ ଉପରେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ l ସେହିଭଳି ବିଧାୟକ ଶ୍ରୀ ପାଢ଼ୀ ଅନ୍ୟ ଏକ ପ୍ରଶ୍ନରେ ଆସିକାର ଲଛମନପଲ୍ଲୀ, ସୁନାମ୍ବ, ଖମ୍ବେଶ୍ବରୀ, ନରସିଂହ ପଲ୍ଲୀ,ପାକଲାପଲ୍ଲୀ,ପାଞ୍ଚ ଗୋଟି ମୌଜା ଅଂଚଳ ର ବସବାସ କରୁଥିବା ଭିଟା ମାଟିରେ ରହୁଥିବା ଲୋକ ମାନଙ୍କ ଘର ମାନଙ୍କ ର ବିକ୍ରି ବଟା ହୋଉ ନାହିଁ l ଆସିକା ରେ ଦୀର୍ଘ ବର୍ଷ ହେଲା ଭୂ ବନ୍ଦୋବସ୍ତ ହୋଇନଥିବା କାରଣ ରୁ ଲୋକ ମାନେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ମାନ୍ୟବର ମନ୍ତ୍ରୀ ଆସିକା ସହର ରେ ଜମି କିମ୍ବା ଘର କିଣା ବିକା ଆଜି ସୁଦ୍ଧା ବନ୍ଦ ହୋଇ ନାହିଁ l ଗତ ୨୦୨୩-୨୪ ରେ ଲଛମନପଲ୍ଲୀ ୦୧, ସୁନାମ୍ବ ୪୧,ଖମ୍ବେଶ୍ବରୀ ପାଟଣା ୨୮,ନରସିଂହ ପଲ୍ଲୀ ୧୦,ପାକଲାପଲ୍ଲୀ ୧୨ ଜଣ ଲୋକ ମାନଙ୍କ ରେକର୍ଡ ଅଫ ରାଇଟ୍ସ କୁ ଦେଖି ଜାଗା ବିକା କିଣା ହୋଇଛି l ଅନ୍ୟ ଏକ ପ୍ରଶ୍ନ ଉତ୍ତର ରେ ଭାଗ ନେଇ ଆସିକା ରେ ପରିବହନ ଅଫିସ ଖୋଲିବା ଯଥାର୍ଥ ରହିଛି ,ବୋଲି କହିଥିଲେ l ଅନେକ ଲୋକ ଛତ୍ରପୁର କିମ୍ବା ଭଞ୍ଜନଗର ଯିବାକୁ ପଡୁଛି l ପ୍ରଥମେ ଆସିକା ରେ ପରିବହନ କାର୍ଯ୍ୟାଳୟ ହେବ ବୋଲି ପତ୍ରlଳାପ ହୋଇଥିଲା l ପରବର୍ତୀ ସମୟରେ ଭଞ୍ଜନଗର କୁ ଚାଲିଯାଇଛି l ଏହାର ଉତ୍ତର ରେ ମାନ୍ୟବର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି ଯେ ଲୋକ ମାନଙ୍କ ସୁବିଧା ପାଇଁ ପ୍ରତ୍ୟେକ ଶନିବାର ଦିନ ଆସିକା କ୍ୟାମ୍ପ କୋର୍ଟ ହେଉଛି, ବୋଲି କହିଥିଲେ। ଆସିକା ବାସୀଙ୍କ ସ୍ୱପ୍ନ କେବେ ପୁରାଣ ହେଉଛି । ଏବେ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ରହିଛି । ଆସିକା ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବିଜେପି ଆଶାତୀତ ସଫଳତା ପାଇଛି।

nis-ad
Leave A Reply

Your email address will not be published.