ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ

ଛତ୍ରପୁର : ଶିକ୍ଷା ବିଭାଗର ଛତ୍ରପୁର ବ୍ଲକସ୍ତରୀୟ ସମୀକ୍ଷା ବୈଠକ ଶୁକ୍ରବାର ସ୍ଥାନୀୟ ବିଇଓ ଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ସୀତାରାମ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକର ବିଭିନ୍ନ ବିଦ୍ୟାଳୟରେ ରହିଥିବା ଜମିଜମା ମାମଲା, ପିଲାଙ୍କ ଆଧାର ସଂଯୋଗୀକରଣ, ୟୁନିଫର୍ମ ବିତରଣ, ସଠିକ ସମୟରେ ୟୁସି ଦାଖଲ ଆଦି ବିଷୟରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସଂଯୁକ୍ତା ରଥ ଓ ନମିତା ରାଉତଙ୍କ ସମେତ ଛତ୍ରପୁର ବ୍ଲକର ସମସ୍ତ ସିଆରସିସି, କନିଷ୍ଠ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ |

nis-ad
Leave A Reply

Your email address will not be published.