ପ୍ରସୂତୀ ବେଳେ ମା ଓ ଶିଶୁର ଯତ୍ନ ନିଆଯିବା ସମ୍ପର୍କରେ କର୍ମଶାଳା

ଛତ୍ରପୁର : ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଣମଣା ପଂଚାୟତର ବାଟ ଛତ୍ରପୁର ଗ୍ରାମ ସ୍ଥିତ ଅଙ୍ଗନବାଡି କେନ୍ଦ୍ର ପରିସରରେ ଏକ କର୍ମଶାଳା ଛତ୍ରପୁର ରୋଟାରୀ କ୍ଲବର ସଭାପତି ଡ. ବିମଳ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ବରିଷ୍ଠ ଶିଶୁ ବିଶେଷଜ୍ଞ ଡାକ୍ତର ନିକୁଞ୍ଜ ବିହାରୀ ଦାଶ ଯୋଗ ଦେଇ ପ୍ରସୂତୀ ବେଳେ ମା ଓ ଶିଶୁର କିପରି ଯତ୍ନ ନିଆଯିବ ସେ ସମ୍ପର୍କରେ ବୁଝାଇଥିଲେ । ଏହି କର୍ମଶାଳାରେ ବାଟ ଛତ୍ରପୁର ଗ୍ରାମର ବହୁ ମହିଳା ମାନେ ଯୋଗ ଦେଇଥିଲେ । ରୋଟରୀ କ୍ଲବର ସମ୍ପାଦକ ଦ୍ୱାରକା ପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବରିଷ୍ଟ ରୋଟାରିଆନ ପ୍ରଫୁଲ୍ଲ ପଟ୍ଟନାୟକ, ଏସ୍‌. ରେଖା ମହାନ୍ତି, ସ୍ୱାଗତିକା ସାମନ୍ତରାୟ, ସୁଜିତ ପଟ୍ଟନାୟକ, ଏନ୍‌. ନାଗେଶ୍ୱର ରାଓ, ଏସ୍‌. ରମଣୀ ଓ ନିରୋଦ ନାୟକଙ୍କ ସମେତ ସମସ୍ତ ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.