ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ ବଢ଼େଇଲା ଗୋପବନ୍ଧୁ ସେବା ସମିତି

ଚିକିଟୀ : ଚିକିଟୀ ବ୍ଲକ କଳବାଡ ଗ୍ରାମ ପଞ୍ଚାୟତ ପାଣ୍ଡିରି ଗ୍ରାମ ର ବସନ୍ତ ସାହୁ ଙ୍କ ଶଶୁର ଘର ଯିବା ରାସ୍ତା ରେ ଦୁର୍ଘଟଣା ଘଟିଥିଲା। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ସହାୟତା ରେ ଚିକିତ୍ସା କରାଇବା ପରେ ଡାକ୍ତର ଙ୍କ ବହୁ ପ୍ରଚେଷ୍ଟାରେ ରେ ଜୀବନ ଫେରି ପାଇଛନ୍ତି ବସନ୍ତ । କିନ୍ତୁ ବାମ ଗୋଡ ଓ ହାତ ଆଉ କାମ କରୁନଥିବା ବେଳେ ଅଧିକ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ଏ ଖବର ପାଇ ଚିକିଟୀ ଅଞ୍ଚଳ ର ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୋପବନ୍ଧୁ ସେବା ସମିତି ସହାୟତା ର ହାତ ବଢ଼େଇଛନ୍ତି। ପାଞ୍ଚ ହଜାର ଟଙ୍କା ଆର୍ଥିକ ସହାୟତା ସହିତ ଚାଉଳ ଏକ ବସ୍ତା ସଭାପତି ଦେବେନ୍ଦ୍ର ରଣା ଙ୍କ ନେତୃତ୍ୱରେ ବସନ୍ତ ଙ୍କ ପରିବାର ଲୋକଙ୍କୁ ପ୍ରଦାନ କରାଯାଇଛି। ବସନ୍ତ ପରିବାର ର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିବା ବେଳେ ତାଙ୍କ ଏ ଅବସ୍ଥା ଫଳ ରେ ଆର୍ଥିକ ଦୁର୍ଗତି ଆସିଯାଇଛି। ଫଳ ରେ ସ୍ତ୍ରୀ ଙ୍କ ରୋଜଗାର ରେ ପରିବାର ପ୍ରତିପୋଷଣ ହେଉଥିବା ବେଳେ ଅଧିକ ଚିକିତ୍ସା କରାଇବା ସମ୍ଭବପର ନୁହେଁ। ତେଣୁ ସହୃଦୟ ବ୍ୟକ୍ତି ସହଯୋଗ ର ହାତ ବଢେ଼ଇବା ପାଇଁ ପରିବାର ଲୋକ ଅନୁରୋଧ କରିଛନ୍ତି।

nis-ad
Leave A Reply

Your email address will not be published.