ନିର୍ବାଚନ ପରାଜୟ ପରେ ବିଜେଡିର ପ୍ରଥମ କର୍ମୀ ସମ୍ମିଳନୀ

ସମସ୍ତେ ଏକତ୍ରିତ ହୋଇ ଲୋକଙ୍କ ସେବା କରିବା, ଜଣକ ଅସୁବିଧା ହେଲେ ସମସ୍ତେ ମିଶିକି ଲଢେଇ କରିବା,

ଛତ୍ରପୁର : ଛତ୍ରପୁର ଉପକଣ୍ଠ ମା ରାମଚଣ୍ଡୀ ପୀଠ ରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ଛତ୍ରପୁର ବ୍ଲକ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ବ୍ଲକ ସଭାପତି ପ୍ରବାସୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅନୁଷ୍ଠିତ ହୋଇଥିଲା l ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ପରାଜୟ ପରେ ଛତ୍ରପୁର ବ୍ଲକ ସ୍ତରୀୟ ବିଜୁ ଜନତା ଦଳର ଏହା ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ସମ୍ମିଳନୀ ରେ ବିଭିନ୍ନ ବିଷୟରେ ଦଳର ସମୀକ୍ଷା କରାଯିବ ସହିତ ଜନମତ ସମ୍ମାନ ଦିଆଯାଇଥିଲା | ବିଜୁ ଜନତା ଦଳ କୁ କିଏ ଭାଙ୍ଗି ପାରିବ ନାହିଁ, ଆଗକୁ ବଢିବ, ବିଜୁ ଜନତା ଦଳ ହେଉଛି ସାରା ଭାରତ ବର୍ଷ ର ଶ୍ରେଷ୍ଠ ଦଳ, ଲୋକଙ୍କ ମୁଖ୍ୟମନ୍ତ୍ରୀ ହେଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ତାଙ୍କ ନୀତି ଆଦର୍ଶ ସହିତ ନିର୍ଦେଶ କୁ ମାନିବା, ସମସ୍ତେ ଏକତ୍ରିତ ହୋଇ ଲୋକଙ୍କ ସେବା କରିବା, ଲୋକଙ୍କ ସହିତ ଜଡିତ ରହିବା ଏବଂ ଗଠନ ମୂଳକ ବିରୋଧୀ ଦଳ ଭାବେ ରହିବା, ଲୋକଙ୍କ ହକ ଏବଂ ଅନ୍ୟାୟ ବିରୋଧ ରେ ଲଢ଼ିବା, ଦଳକୁ ତୃଣ ମୂଳ ସ୍ତର ରୁ ଆହୁରୀ ମଜବୁତ କରିବା | ଆମର ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ଜିଲ୍ଲାପରିଷଦ ସଭ୍ୟ ପର୍ଯ୍ୟନ୍ତ ସମସ୍ତେ ଅଛନ୍ତି, ସମସ୍ତେ ଲୋକଙ୍କ ଆବଶ୍ୟକତା ଅନୁଯାୟୀ କାର୍ଯ୍ୟ କରିବା, ଏଥିରେ ଯିଏ ବି ବାଧା ସୃଷ୍ଟି କରିବ ସମସ୍ତେ ଏକତ୍ରିତ ହୋଇ ଲଢେଇ କରିବା, ଲୋକଙ୍କ ନାର୍ଯ୍ୟଦାବୀ ଏବଂ ନ୍ୟାୟ ନିମନ୍ତେ ଦରକାର ପଡିଲେ ଦଳ ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିବ | ଗାଁ ଗହଳି ରେ ଏବେ ଲୋକ ମାନେ କାନ୍ଦୁଛନ୍ତି, ନବୀନ ପଟ୍ଟନାୟକ ଙ୍କୁ ଝୁରୁଛନ୍ତି, କଲର ପରିବର୍ତନ କରିଦେଲେ ଲୋକଙ୍କ ମନ ପରିବର୍ତନ କରି ପାରିବେ ନାହିଁ, ମିଥ୍ୟା ପ୍ରତିଶୃତି, ପରିବର୍ତ୍ତନ ଆହ୍ୱାନ ଓ ଓଡିଶା ଅସ୍ମିତା କହି ରାଜ୍ୟରେ ପ୍ରଥମ ଥର ଭାବେ ଭାରତୀୟ ଜନତା ପାର୍ଟିର ସରକାର ଗଠନ କରିଛି , ଏ ସରକାର କରିବା ଠାରୁ ଭୁଲ ଭୁଲ କରି ଚାଲିଛନ୍ତି, କେନ୍ଦ୍ର ର ରିମୋଟ ରେ ରାଜ୍ୟ ରେ ଏ ସରକାର ରୋବଟ ଭଳି କାମ କରୁଛି | ମୋହନ ଚରଣ ମାଝୀ ସରକାର ଚଳାଇବା ଅକ୍ଷମ ଅଟନ୍ତି, ଲୋକଙ୍କୁ ଭୁଆଁ ବୁଲାଉଥିବା ହେଉଛି ବିଜେପି ସରକାର, ମୋହନ ସରକାର ରାଜ୍ୟ କୁ ଚଳାଇ ପାରିବେ ନାହିଁ, ଅସ୍ମିତା ନା କହୁଛନ୍ତି, ମାତ୍ର ଝାଡ଼ଖଣ୍ଡ ଲୋକଙ୍କ ହାତରେ ଓଡ଼ିଆ ଅଫିସର କୁ ମାଡ଼ ମାରୁଛନ୍ତି | ଏନେଇ ଏତଲା ଥାନା ରେ ଦିଆଯାଇଥିବା ବେଳେ ଏହାର ତଦନ୍ତ କଲେକ୍ଟରକୁ କରିବାକୁ କୁହାଯାଉଛି | ଚରମ ଠକାମୀ ର ପରିଚୟ ଦେଇଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର, ଗତକାଲି ବଜେଟ ରେ ଓଡିଶା କୁ ଏକ ଟଙ୍କା ଟିଏ ଦେଇନାହାନ୍ତି, ଏପରି ମିଛୁଆ ସରକାର ଲୋକଙ୍କ ନିମନ୍ତେ କି କାମ କରିବ, ଏଣୁ ପ୍ରଥମ ଥର ଭାବେ ବିଜୁ ଜନତା ଦଳ ବିରୋଧୀ ଦଳ ର ଦାୟୀତ୍ୱ ସୂଚାରୁ ରୁପେ ତୁଲାଇ ଆସୁଛି ଆଗକୁ ମଧ୍ୟ ଲୋକଙ୍କ ହିତ ନିମନ୍ତେ କାର୍ଯ୍ୟ ଜାରି ରଖିବ ବୋଲି ବିଜୁ ଜନତା ଦଳ ବ୍ରହ୍ମପୁର ସାଂସଦ ପାର୍ଥୀ ଭୃଗୁବକ୍ସି ପାତ୍ର, ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ନେତା ପ୍ରଶାନ୍ତ କୁମାର କର,ଗଞ୍ଜାମ ବ୍ଲକ ବିଜେଡି ସଭାପତି ଇନ୍ଦ୍ର ମଣି ଦଳାଇ, ବିଜୁ ଜନତା ଦଳର ଗଞ୍ଜାମ ଜିଲ୍ଲା ଉପସଭାପତି ଶଙ୍କର ପ୍ରସାଦ ଦାଶ, ଛତ୍ରପୁର ପୌରପରିଷଦ ଉପାଧ୍ୟାକ୍ଷ ଜି. ପାପା ରାଓ, ଶ୍ରୀରାମଚନ୍ଦ୍ରପୁର ପଂଚାୟତ ର ସମିତି ସଭ୍ୟ ଏସ. ଚକ୍ରପାଣି ରେଡ୍ଡୀ, ଯୁବ ବିଜେଡି ଗଞ୍ଜାମ ଜିଲ୍ଲା ସଭାପତି ଭବାନୀ କାନ୍ତ ସାହୁ, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀର ସଭାପତି ସନମୂଖ ପଟ୍ଟନାୟକ, ଯୁବ ନେତା ବିମଳ କୁମାର ପଣ୍ଡା, ଯୁବବିଜେଡି ଛତ୍ରପୁର ସଭାପତି ଟି. ଚନ୍ଦ୍ର ଶେଖର ରାଓ,ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଏସ. କିଶୋର ରେଡ୍ଡୀ, କିଶୋର ବେହେରା, ଗଗନ ସ୍ୱାଇଁ, ଛାତ୍ର ବିଜୁ ଜନତା ଦଳର ଜିଲ୍ଲା ଉପସଭାପତି ଲିଙ୍ଗରାଜ ମହାପାତ୍ର, କରପଡା ସରପଞ୍ଚ ଅଜୟ ନାୟକ, ଶ୍ରୀରାମଚନ୍ଦ୍ରପୁର ପଂଚାୟତ ସରପଞ୍ଚ ଏସ. ସଂଜୀବ ରେଡ୍ଡୀ, ନୀଳାଦ୍ରି ପ୍ରଧାନ, ଚମାଖଣ୍ଡି ପଂଚାୟତ ସରପଞ୍ଚ ସିଏଚ. ମନୋଜ କୁମାର ରେଡ୍ଡୀ, କାଳିଆ ନାହାକ, ସୁରେଶ ଦାଶ,ପୂର୍ବତନ ସରପଞ୍ଚ ସୋମନାଥ ବେହେରାଙ୍କ ସମେତ ବହୁ ଜନପ୍ରତିନିଧି ଏବଂ ଛାମୁଆ ନେତାମାନେ ଯୋଗଦେଇ ନିଜ ନିଜ ବକ୍ତବ୍ୟରେ ଏହା କହିଥିଲେ, ଆଗାମି ଦିନ ରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ରେ ଦଳୀୟ ସଂଗଠନ କିପରି ସୁଦୃଢ ହୋଇପାରିବ ସେ ସମ୍ପର୍କରେ ମଧ୍ୟ ଗୁରୁତ୍ୱପୂର୍ଣ ଆଲୋଚନା ହୋଇଥିଲା, ଦଳର ଜଣ କୁ କୋଣସି ଅସୁବିଧା ହେଲେ ସମସ୍ତେ ଏକାଠି ହୋଇ ଲଢେଇ କରିବା ନିମନ୍ତେ ଶପଥ ନିଆଗଲା l ଆଗାମୀ ପଂଚାୟତ ନିର୍ବାଚନ କୁ ଦୃଷ୍ଟି ରେ ରଖି ସମସ୍ତେ ଗ୍ରାସ ରୁଟରେ ପହଁଚି କାର୍ଯ୍ୟକରିବାକୁ ପରାମର୍ଶ ଦିଆଯାଇଥିଲା l ସାଧାରଣ ଲୋକଙ୍କ ସମସ୍ୟାରେ ସମାଧାନ ନହେଲେ ଆନ୍ଦୋଳତ୍ମକ ପନ୍ଥା ଆପଣେଇବାକୁ କୁହାଯାଇଥିଲା l ଶେଷରେ ଯୁବନେତା ବିମଳ ପଣ୍ଡା ଧନ୍ୟବାଦ ଦେଇଥିଲେ

nis-ad
Leave A Reply

Your email address will not be published.