ମାଓ ସହିଦ ସ୍ତମ୍ଭକୁ ଭାଙ୍ଗିଲେ ଯବାନ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର ସୁକମା ଜିଲ୍ଲା ଗୋଲ୍ଲାପାଲି ଥାନା ଅଂଚଳରେ ମାଓବାଦୀଙ୍କ ଦୁଇ ସହିଦ ସ୍ତମ୍ଭକୁ ସୁରକ୍ଷାକର୍ମୀ ଦ୍ୱାରା ସମ୍ପୂର୍ଣ ଭାବେ ଧ୍ଵସ୍ତ କରାଯାଇଥିବା ଜଣାପଡିଛି l ସୂଚନା ଅନୁଯାଇ ସୁକମା ଜିଲ୍ଲାର ଗୋଲ୍ଲାପାଲି ଥାନା ଅନ୍ତର୍ଗତ ସିଙ୍ଗାରାମ ଅଂଚଳରେ ମାଓବାଦୀ ଦ୍ୱାରା ଏକ ନୂତନ ମାଓ ସ୍ତମ୍ଭ ସମେତ ଦୁଇଟି ମାଓ ସହିଦ ସ୍ତମ୍ଭକୁ ଡିଆରଜି ବାହିନୀ ଗ୍ରାମବାସୀଙ୍କ ସଂମୁଖରେ ଧ୍ଵସ୍ତ କରିଥିଲେ l ଏହି ସ୍ତମ୍ଭ ଭାଙ୍ଗିବା ସହ ଅଞ୍ଚଳରେ ମାଓ ଭୟକୁ ଦୂର କରିବାରେ ଏକ ପ୍ରକାର ସଫଳତା ପାଇଥିବା ଯବାନମାନଙ୍କୁ ପକ୍ଷରୁ କୁହଯାଇଥିବା ବେଳେ ଏହା ଲୋକଙ୍କ ମଧ୍ୟରେ ମାଓ ଭୟକୁ ଦୂର କରିବ ବୋଲି ମଧ୍ୟ କୁହାଯାଇଛି l ମାଓବାଦୀଙ୍କ ଏହି ସ୍ତମ୍ଭ ଭାଙ୍ଗିବା ପରେ ଅଞ୍ଚଳରେ ତଲାସି ଅଭିଯାନକୁ ସୁରକ୍ଷାକର୍ମୀ ଦ୍ୱାରା ଜୋରଦାର କରାଯାଇଥିବା ଜଣାପଡିଛି l

nis-ad
Leave A Reply

Your email address will not be published.