ଆସିକା ଆୟୁର୍ବେଦିକ ଫାର୍ମାସିରେ କର୍ମଚାରୀଙ୍କୁ ମିଳିନି ୦୭ ମାସର ଦରମା

ଆସିକା : ଆସିକା ଉତ୍କଳ ଆୟୁର୍ବେଦିକ ସମବାୟ ଫାର୍ମାସି ଲିଃ ରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଗତ ଜାନୁୟାରୀ ମାସ ଠାରୁ ଅଦ୍ୟାବଧି ଦରମା ମିଳି ନାହିଁ ବୋଲି କାର୍ଯ୍ୟରତ ଶ୍ରମିକ ଠାରୁ ପ୍ରକାଶ l ଦକ୍ଷିଣ ଓଡିଶା ର ଗୋଟିଏ ମାତ୍ର ସୁନାମ ଧନ୍ୟ ଏହି ଉତ୍କଳ ଆୟୁର୍ବେଦିକ ଫlର୍ମାସୀ ଲିଃ ରେ ଗତ ୨୦୨୩ ମସିହାରୁ ପରିଚାଳନା କମିଟି ମଧ୍ୟରେ ଦୁଇ ଗୋଷ୍ଠି ହୋଇ ବହୁ ଅସୁବିଧା ସୃଷ୍ଟି ହୋଇଥିଲା l ନିର୍ବାଚିତ ପରିଚାଳନା କମିଟି ର ସଠିକ ଭାବେ ଆୟୁର୍ବେଦିକ କାରଖାନା କୁ ପରିଚାଳନା ନହେବା ହୃଦବୋଧ କରି ରାଜ୍ୟ ସରକାର ପରିଚାଳନା କମିଟି କୁ ବାଦ ଦେଇ ସ୍ଥାନୀୟ ଏ ଆର ସି ଏସ କୁ ଦାୟିତ୍ୱ ପ୍ରଦାନ କରିଥିଲେ l ଆସ୍କା ଏଆରସିଏସ ଦାୟିତ୍ୱ ନେବା ବେଳକୁ ଆସ୍କା ଆୟୁର୍ବେଦିକର ଅବସ୍ଥା ବହୁ ଶୋଚନୀୟ ରହିଥିଲା l ଦାୟିତ୍ୱ ର କିଛିଦିନ ପରେ ଆୟୁର୍ବେଦିକ ଫାର୍ମାସି ର ସ୍ଥିତାଅବସ୍ଥା ଏକ ପ୍ରକାର ସୁଧାରିବା ସ୍ଥିତି କୁ ଆସିଥିଲା l

ଆୟୁର୍ବେଦିକ ଫର୍ମାସୀ ଅଧୀନରେ ଓଡିଶା ସମେତ ଆନ୍ଧ୍ର ରେ ମଧ୍ୟ ବ୍ରାଞ୍ଚ ରହିଛି l ଓଡ଼ିଶାରେ ବ୍ରହ୍ମପୁର, ଭୁବେନେଶ୍ୱର, ଢେଙ୍କାନାଳ ପୁରୀ, ରାଉଲକେଲା, ଗୁଣୁପୁର ଏବଂ ଆନ୍ଧ୍ରର ପାରଳାଖେମୁଣ୍ଡି, ସୋମପେଣ୍ଠl କୁ ଆସିକା ରୁ ତିଆରି ହୋଇଥିବା ଔଷଧ ଏହି ଶାଖା କାର୍ଯ୍ୟାଳୟ ରେ ବିକ୍ରି ହେଉଛି l ଆସିକା ଆୟୁର୍ବେଦିକ ଫର୍ମାସୀ ଅଧୀନରେ ୦୯ ଜଣ ଶ୍ରମିକ,୦୩ ଜଣ ଗେଟ କିପର,୦୧ ଜଣେ ହିସାଵ ରକ୍ଷକ,୦୪ ଜଣ ଠିକା କର୍ମଚାରୀ ଓ ଜଣେ ଅଵସର ପ୍ରାପ୍ତ ଫେକ୍ଟ୍ରି ସୁପରଭାଇଜର କାମ କରୁ ଛନ୍ତି l ଏହି କର୍ମଚାରୀ ମାନଙ୍କୁ ଗତ ଜାନୁଆରୀ ୨୪ ମସିହାରୁ ଆଜି ପର୍ଯ୍ୟନ୍ତ ସଠିକ ଭାବେ ଦରମା ମିଳିନାହିଁ l ଏଥି ସହିତ ଶ୍ରମିକ ମାନଙ୍କ ଭବିଷ୍ୟନିଧି ପାଣ୍ଠି, ରାଜ୍ୟ ସ୍ୱାସ୍ଥ୍ୟ ବୀମା, ଜି ଏସ ଟି କୁ କିଛି ମାସ ହେଲା ସଠିକ ଭାବେ ଟଙ୍କା ପୈଠ ହୋଇନଥିବା କୁହାଯାଉଛି l ଗୋଟିଏ ପଟେ ଶ୍ରମିକ ମାନେ ଦରମା ନପାଇ ପରିବାର ପ୍ରତି ପୋଷଣ କରିବା କଷ୍ଟ କର ହୋଇଥିଲା ବେଳେ ଅନ୍ୟ ପଟେ ନିୟମିତ ସମ୍ପାଦକ ଏବଂ ପରିଚାଳନା ନିର୍ଦ୍ଦେଶକ ନଥିବାରୁ ଏହି ଅନୁଷ୍ଠାନ ର ଅବସ୍ଥା ଆଗାମୀ ଦିନରେ କଣ ହେବ କିଛି ଜଣାପଡ଼ୁନାହିଁ l ରାଜ୍ୟ ସରକାର ଏଥି ପ୍ରତି ଶୀଘ୍ର ଧ୍ୟାନ ନଦେଲେ ଆସିକା ରୁ ଆଉ ଏକ ସମବାୟ ଅନୁଷ୍ଠାନ ବନ୍ଦ ହୋଇଯିବ ବୋଲି ସମବାୟବିତ ମତ ରଖିଛନ୍ତି l ଏ ସମ୍ପର୍କରେ ଆସିକା ଏଆରସି ଏସ ଙ୍କୁ ପଚାରିବାରୁ ଅଳ୍ପ ଦିନ ମଧ୍ୟରେ ଦରମା ଦିଆଯିବ ବୋଲି ପ୍ରକାଶ କରିଛନ୍ତି l

nis-ad
Leave A Reply

Your email address will not be published.