କୁତ୍ରା ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ, ପ୍ରେମ ସମ୍ପର୍କକୁ ନେଇ ହତ୍ୟା 

ସୁନ୍ଦରଗଡ଼ : ଗତ ଜୁଲାଇ 14 ରେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ କାଶିପଡ଼ାରେ ଘଟିଥିବା ଡବଲମର୍ଡର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । କୁତ୍ରା ପି ଏସ କେସ ନଂ 129/15,7,2024 ରେ ମାମଲା ରୁଜୁ ହୋଇଥିଲା । ଅଭିଯୁକ୍ତ ରାଜୁ ନାଗ ଲିପ୍ସା କେରକେଟାଙ୍କ ସହ 2012 ରୁ ଦେଖା ହେବାର କିଛି ଦିନ ଭିତରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ଦୁହିଁଙ୍କ ପ୍ରେମ ସମ୍ପର୍କ ବିଷୟରେ ଲିପ୍ସାର ମା’  ବାପାଙ୍କୁ ମଧ୍ୟ ଜଣାଥିଲା । ଇତି ମଧ୍ୟରେ ଲିପ୍ସା ରାଉରକେଲା ରିମ୍ସ କଲେଜରେ MBA ପାଠ ପଢିବାକୁ ଯାଇ ପ୍ରତାପ ଲାକ୍ରା ସହ ଦେଖା ହେଲା ଓ ବନ୍ଧୁତା ସ୍ଥାପନ ହେଲା । ଏହା ଜାଣିପାରି ରାଜୁ ମନରେ ସନ୍ଦେହ ଉପୁଜିଲା, କାଳେ ଲିପ୍ସା ମତେ ଛାଡ଼ି ପ୍ରତାପକୁ ଭଲ ପାଇ ବସୁଛି ବୋଲି ।

ଏନେଇ ଲିପ୍ସା ଓ ରାଜୁ ମଧ୍ୟରେ ଝଗଡ଼ା ମଧ୍ୟ ହୋଇଥିଲା । ଘଟଣା ଦିନ ମଧ୍ୟ ରାଜୁ ଲିପ୍ସାକୁ କଲ କରି ପଚାରି ଥିଲା ଏବଂ ରାଜୁ ଯେତେବେଳେ ଲିପ୍ସା ଘରକୁ ଗଲା ଓ ପ୍ରତାପକୁ ଲିପ୍ସା ଘରେ ଦେଖିଲା  । ତାର ସନ୍ଦେହ ଆହୁରି ଘନୀଭୂତ ହେଲା । ପ୍ରଥମେ ଲିପ୍ସାର ମା’ ବାପାକୁ ମାଡ ମାରିବା ଓ ପରେ ଲିପ୍ସା ଓ ପ୍ରତାପକୁ ଛୁରୀରେ ଆକ୍ରମଣ କରିଥିଲା ରାଜୁ ନାଗ ।

ଫଳରେ ଲିପ୍ସା ଓ ପ୍ରତାପର ମୃତ୍ୟୁ ଘଟିଥିଲା । ଘଟଣା ଘଟାଇବା ପରେ ରାଜୁ ଫେରାର ହୋଇ ଯାଇଥିଲା । ପ୍ରଥମେ ରାଜୁ ବାଇକ୍ ଯୋଗେ ନିଜ ଘରକୁ ଯାଇ କିଛି ଶୁଖିଲା ଖାଦ୍ୟ ନେଇ ଟୁଙ୍ଗୁରିଟୋଲା ଜଙ୍ଗଲକୁ ଯାଇ ଏକ ପୋଲ ତଳେ ନିଜ ଚପଳ ,କପଡା ଓ ଅନ୍ୟ ଜିନିଷ ସବୁ ଲୁଚାଇ ରଖିଥିଲା । ଜଙ୍ଗଲରେ ଲୁଚି ଏକ ସାଙ୍ଗ ସହଯୋଗରେ ନୂଆ ମୋବାଇଲ ଓ ସିମ୍ କିଣି ଥିଲା । ପୁଲିସ କୌଣସି ସୂତ୍ରରୁ ଖବର ପାଇ ରାଜଗାଙ୍ଗପୁର ପୋଲିସ ଓ କୁତ୍ରା ପୋଲିସର ମିଳିତ ଚଢ଼ାଉ କରି ଅଭିଯୁକ୍ତ ରାଜୁକୁ ଧରିବାରେ ସଫଳ ହୋଇଥିଲେ ।

nis-ad
Leave A Reply

Your email address will not be published.