ରୋଟାରୀ କ୍ଲବ୍‌ ଫୁଲବାଣୀର ୪୪ ତମ ଅଧିଷ୍ଠାନ ଉତ୍ସବ…


ଫୁଲବାଣୀ :ରୋଟାରୀ କ୍ଲବ୍‌ ଫୁଲବାଣୀର ୪୪ ତମ ଅଧିଷ୍ଠାନ ଉତ୍ସବ ମହା ସମାରୋହରେ ପବ୍ଳିକ୍ ସ୍କୁଲ୍‌ ପରିସରରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଶିବଶଙ୍କର ମିଶ୍ର ଆଭାସୀ ମାଧ୍ୟମରେ ରୋଟାରୀର ସେବା ଭାବନାର ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ୨୦୨୪-୨୫ ବର୍ଷ ପାଇଁ ବିଶିଷ୍ଟ ସମାଜସେବୀରୋଟାରୀଆନ ବିପ୍ର ଚରଣ ପାତ୍ର ସଭାପତି ଓ ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ ସଂପାଦକ ଭାବରେ ପୂର୍ବ ସଭାପତି ରୋଟାରୀଆନ୍‌ ବିରାଜିନୀ ମହାପାତ୍ର ଏବଂ ସଂପାଦକ ରୋଟାରୀଆନ୍‌ ସୁନୀତି ଆଚାରୀଙ୍କ ଠାରୁ ଦାୟିତ୍ତ୍ୱ ଗ୍ରହଣ କରିଥିଲେ। ସଭାପତି ଶ୍ରୀ ପାତ୍ର ଦାୟିତ୍ତ୍ୱ ଗ୍ରହଣ ପରେ ଆଗାମୀ ବର୍ଷରେ ରୋଟାରୀ ଯେଉଁ କାର୍ଯ୍ୟକ୍ରମ କରିବ,ସେ ସଂପର୍କରେ ସମସ୍ତଙ୍କୁ ଅବଗତ କରିଥିଲେ। ନିଜର ନୂଆ ଟିମକୁ ସମସ୍ତଙ୍କ ସହ ପରିଚିତ କରିବା ଅବସରରେ ସେ ସମସ୍ତ ଯୋଜନାର ସଫଳ ରୂପାୟନ ପାଇଁ ସହଯୋଗ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ରାଜକିଶୋର ବେହେରା ମୁଖ୍ୟ ଅତିଥି,ବିଶିଷ୍ଟ ଲେଖକ ତଥାଆଇନଜୀବୀ ରବୀନ୍ଦ୍ର ନାଥ ମିଶ୍ର ମୁଖ୍ୟ ବକ୍ତା ଏବଂ ଆସିଷ୍ଟାଣ୍ଟ ଗଭର୍ଣ୍ଣର୍ ମିହିର ରଂଜନ ନାୟକ ଆଲୋଚକ ଭାବେ ଯୋଗ ଦେଇ ରୋଟାରୀ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ। ଏହି ଅଧିଷ୍ଠାନ ଉତ୍ସବରେ ୧୨ ଜଣ ନୂଆ ସଦସ୍ୟ ଭାବରେ ଯୋଗଦେଇ ଆଗାମୀ ଦିନରେ ସେବା କାର୍ଯ୍ୟକ୍ରମରେ ସାମିଲ୍ ହେବାପାଇଁ ପ୍ରତିଶ୍ରୁତି ଦେଇଥିଲେ। ଉତ୍ସବରେ

ନୟାଗଡ଼,ଭଞ୍ଜନଗର ଆଦି ରୋଟାରୀ କ୍ଲବ୍‌ର ପ୍ରତିନିଧି ଯୋଗଦେଇ ଆଲୋଚନା ରେ ଭାଗ ନେଇଥିଲେ। ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ଅତିଥି ଏବଂ ପୂର୍ବ ସଭାପତି ଓ ସଂପାଦକଙ୍କୁ ସଭାପତି ଶ୍ରୀ ପାତ୍ର ସମ୍ମାନୀତ କରିଥିଲେ। ଏହି ଅବସରରେ ମୋହନଦାସ କରମଚାନ୍ଦ ଶିକ୍ଷାନିକେତନ ର ଛାତ୍ରଛାତ୍ରୀଙ୍କ ପାଇଁ ରୋଟାରୀ କ୍ଲବ୍‌ ଫୁଲବାଣୀ ତରଫରୁ ଗୋଟିଏ ୱାଟର୍‌ ପ୍ୟୁରିଫାଏର୍‌ ଯୋଗାଇ ଦିଆଯାଇଥିଲା। ସଂପୂର୍ଣ୍ଣ କାର୍ଯ୍ୟକ୍ରମର ସଂଚାଳନ ରୋଟାରୀଆନ୍‌ ପ୍ରସନ୍ନ ପଣ୍ଡା ଓ ଅଧ୍ୟାପିକା ହରପ୍ରିୟା ମିଶ୍ର କରିଥିବା ବେଳେ ସର୍ବଶ୍ରୀ ରୋଟାରୀଆନ୍‌ ପ୍ରକାଶ ପଣ୍ଡା, କେ. ଜ୍ଞାନ ଦୋରା, କୁମାର୍ କୁନ୍ଦନ ସିଂ, ସର୍ବେଶ୍ୱର ମିଶ୍ର,ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ୍‌ ପଟ୍ଟନାୟକ, ରବିନାରାୟଣ ସୁବୁଦ୍ଧି, ବିରଜା ନାହାକ, ମନୋରଂଜନ ପଟ୍ଟନାୟକ, ଶରତ ସୁବୁଦ୍ଧି, ବାଲାଜୀ ପାତ୍ର, ଦେବେନ୍ଦ୍ର ପାତ୍ର, ସଞ୍ଜିତ ପାତ୍ର, ସମୀର ମହାପାତ୍ର ପ୍ରମୁଖଙ୍କ ସହ ପବ୍ଳିକ୍ ସ୍କୁଲ୍‌ ର ସମସ୍ତ କର୍ମକର୍ତ୍ତା,ସ୍କାଉଟ୍‌ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ସହଯୋଗରେ ଏହି ଉତ୍ସବ ସଫଳତାର ସହ ସଂପନ୍ନ ହୋଇଥିବାରୁ ଶେଷରେ ସଂପାଦକ ବିଜୟ କୃଷ୍ଣ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥଲେ।

nis-ad
Leave A Reply

Your email address will not be published.