ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ବର: ଏ ସୋମବାର ଅର୍ଥାତ୍ ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ଆସନ୍ତାକାଲି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଥିବାରୁ ଏଥିପାଇଁ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ । ଏନେଇ ସୂଚନା ଦେଇଛନ୍ତି, ସାଧାରଣ ପ୍ରଶାସନ ଓ ଲୋକସମ୍ପର୍କ ବିଭାଗ ।

ତେବେ ପ୍ରତି ସୋମବାର ରାଜ୍ୟ ଅଭିଯୋଗ ପ୍ରକୋଷ୍ଠରେ ବସି ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କ ଅଭିଯୋଗ, ଅସୁବିଧା ଶୁଣନ୍ତି ଓ ତାହାର ସମାଧାନ କରନ୍ତି । ଯେହେତୁ ଆସନ୍ତାକାଲି ବିଧାନସଭା ଅଛି ଏଥିପାଇଁ ଏ ସୋମବାର ଏହା ବନ୍ଦ ରହିବ ।

ସେପଟେ କାଲିଠୁ ଆରମ୍ଭ ହେଉଛି ବିଧାନସଭା । ଶାସକ ବିଜେପିର ପ୍ରଥମ ବିଧାନସଭା ହୋଇଥିବା ବେଳେ ଅନ୍ୟପଟରେ ବିରୋଧୀ ଗାଦିରେ ୨୪ ବର୍ଷର ଶାସକ । ଯାହା ଏଥର ବିଧାନସଭା ଗୃହ ଲଢେଇକୁ ଆହଚରି ରୋଚକ କରିବ । ଉଭୟ ଦଳ ଜନତାଙ୍କ ସ୍ବାର୍ଥରେ କିପରି ଉତୀର୍ଣ୍ଣ ହେଉଛନ୍ତି ତାହା ଦେଖିବା ସାପେକ୍ଷ । ଅନ୍ୟପଟରେ କଂଗ୍ରେସର ସ୍ଥିତି ଅତ୍ୟନ୍ତ ଶୋଚନୀୟ । ଏପର୍ଯ୍ୟନ୍ତ ବିଧାୟକ ଦଳ ନେତା ବଛାଯାଇପାରିଲା ନାହିଁ  । ସେଭଳି ସ୍ଥିତିରେ ବିଧାନସଭାରେ କଂଗ୍ରେସର ଆଭିମୁଖ୍ୟ ଉପରେ ଆଲୋଚନା ନକରିବା ହିଁ ଭଲ । ତଥାପି ଏଥର କାଳେ ବିଜେଡି ସାଙ୍ଗରେ ମିଶି ସରକାରଙ୍କୁ କଂଗ୍ରେସ ଘେରିବ ବୋଲି ଚର୍ଚ୍ଚା ହେଉଛି ।

nis-ad
Leave A Reply

Your email address will not be published.