ବ୍ଳକସ୍ତରୀୟ ବିଜ୍ଞାନ ଶିକ୍ଷକଙ୍କ ତାଲିମ ଶିବିର

ହିଞ୍ଜିଳିକାଟୁ ୨୦/୭ : ହିଞ୍ଜିଳିକାଟୁ ଶେରଗଡ଼ ବ୍ଳକ ଅନ୍ତର୍ଗତ ଧନନ୍ତର ନାଥେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବ୍ଳକ ସ୍ତରିୟ ବିଜ୍ଞାନ ଶିକ୍ଷକ ଙ୍କ ତାଲିମ ଶିବିର କୈ।ଶଳୀ ୧୮ ଠାରୁ ୨୦।୭ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ ଶେରଗଡ଼ ବ୍ଳକ ର ସମସ୍ତ ୨୭ଜଣ ବିଜ୍ଞାନ ଶିକ୍ଷକ ତାଲିମ ଗ୍ରହଣ କରିଛନ୍ତି। ବ୍ଳକ ସ୍ତରିୟ ପ୍ରଶିକ୍ଷକ ନିତ୍ୟଗୋପାଳଦ୍ଵାରି ଓ ତନ୍ମୟୀ ଦାସ ନବମ ଓ‌ଦଶମ ଶ୍ରେଣିର ଛାତ୍ର ଛାତ୍ରୀ ମାନଙ୍କୁ କମ୍ପ୍ୟୁଟର ଶିକ୍ଷା ଦେବାର ତାଲିମ ପ୍ରଦାନ କରିଥିଲେ । ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିଶିର କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ରାମଚନ୍ଦ୍ରପୁର ବିଜ୍ଞାନ ଶିକ୍ଷକ ବେଣୁଧର ସାହୁ କୁଷ୍ଣଛାଇ ସରକାରୀ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଅରୁଣ କୁମାର ମହାରଣା ଙ୍କ ସମେତ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.