ସାଇକଲ ଓ ବାଇକ ମୁହାମୁହିଁ ଧକ୍କା ଜଣେ ଗୁରୁତର !

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧୀନରେ ଥିବା ପୋଗରାପୋଷର PWD ୨୮ ନମ୍ବର ରାସ୍ତା ଉପରେ ଗୋଟିଏ ବାଇକ ଓ ସାଇକଲ ଧକ୍କା ହେବା ଫଳରେ ସାଇକଲ ଚାଲକ ଗୁରୁତର ହେଇଥିଲା ! ବୀରମିତ୍ରପୁର ପଟୁ ସଲଙ୍ଗାବାହାଲ ଯାଉଥିବା ଏକ ବାଇକ ଦୃତ ଗତିରେ ଆସି ସାଇକଲ ଚାଳକକୁ ପଛ ପଟୁ ଧକ୍କା ଦେଇଥିଲା ! ଯାହା ଫଳରେ ସାଇକଲ ଚାଲକ ଯୁନାସ ଡୁଙ୍ଗଡୁଙ୍ଗ ୨୨ ବର୍ଷ ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲା ! ସ୍ଥାନୀୟ ଲୋକଙ୍କ ସହାୟତାରେ ଜୁନାସକୁ ରାଏବଗା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ ! ସେଠାରେ ଫାର୍ମାସିଷ୍ଟ ପ୍ରଦୀପ ମଙ୍ଗରାଜ ପ୍ରଥମିକ ଚିକିତ୍ସା କରିବା ପରେ ଜୁନାସକୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ଅଧିକ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ପଠାଇଥିଲେ ! ଜୁନାସକୁ ଡୁଙ୍ଗଡୁଙ୍ଗ ରାଏବଗା ପଞ୍ଚାୟତ ଅନ୍ତର୍ଗତ ଗଟିଟାଙ୍ଗର ଗ୍ରାମର ବାଲି ଜଣା ପଡ଼ିଛି !

nis-ad
Leave A Reply

Your email address will not be published.