ରାୟଗଡ଼ା ଜିଲ୍ଲା ଡ଼ଙ୍ଗରିଆ କନ୍ଧମାନେ ନିଜର ହକ୍ ପାଇବା ପାଇଁ ଜିଲ୍ଲାପାଳଙ୍କ ଦ୍ଵାରସ୍ତ

ରାୟଗଡ। : ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ବିଷମକଟକ ବ୍ଲକ୍ ର ନିୟମଗିରି ଅଞ୍ଚଳର ଜୀବନ ଯାପନ କରୁଥିବା ଡଙ୍ଗରିଆ କନ୍ଧ ଜନଜାତିଙ୍କ ଜୀବନ ଯାପନ ସୈଳି ମଧ୍ୟ ଅନ୍ଧାରରେ । ଏହି ନିୟମଗିରି ପାହାଡ଼ରେ ଅନେକ ଗାଁ ଗୁଡ଼ିକର ଅବସ୍ଥା ଆଜି ମଧ୍ୟ ଅତି ଦୟନୀୟ ଅଧିକାଂଶ ଗାଁକୁ ପକ୍କା ରାସ୍ତା ଟିଏ ନଥିବା ବେଳେ ଶିକ୍ଷିତ ହାର ମଧ୍ୟ ବହୁ ପଛରେ । ଏହି ଡଙ୍ଗରିଆ ଜନଜାତି ପାଇଁ ସରକାରଂକ ତରଫରୁ ଡିକେଡିଏ ସଂସ୍ଥା ଦ୍ଵାରା ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିବା ନେଇ ପଦକ୍ଷେପ ପାଇଁ ହାତକୁ ନେଇଥିବା ବେଳେ ଏହି ଅର୍ଥ ଗୁଡିକ ବାଟମାରଣା ହେବା ସହ ଉନ୍ନତି କହିଲେ ଅତି ନଗଣ୍ୟ। ଏ ନେଇ ଆଜି ନିୟମଗିରି ଅଞ୍ଚଳର ଡାଙ୍ଗଯୋଡ଼ି ଗ୍ରାମର ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଆଜି ରାୟଗଡ଼ା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ସହ ତାଙ୍କ ଗାଁ କୁ ଏକ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରେ ଗତ ୨୦୧୯ ମସିହାରେ ଏକ ରାସ୍ତା ନିର୍ମାଣ ପାଇଁ କାର୍ଯ୍ୟାଦେଶ ଆସିବା ପରେ ଠିକାଦାର ଏହିକାର୍ଯ୍ୟକୁ ଆଜି ପର୍ଯ୍ୟନ୍ତ କରିନଥିବା ଫଳରେ ଗ୍ରାମବାସୀ ମାନେ ବିଭିନ୍ନ କାର୍ଯ୍ୟରେ ଗମନାଗମନ କରିବା ନେଇ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯାହାକି ଏ ନେଇ ଉକ୍ତ ଠିକାଦାରଙ୍କ ନିକଟରେ କାର୍ଯ୍ୟରତ ଏକ କର୍ମଚାରୀଙ୍କ ଗାଁର ବନ୍ଧକ ରଖିଥିଲେ। ପରେ ପ୍ରଶାସନ ପହଞ୍ଚି ଉକ୍ତ କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଠାରୁ ଉଦ୍ଧାର କରିଥିଲେ । କିନ୍ତୁ ଗାଁ ରାସ୍ତା ପାଇଁ କୌଣସି ପ୍ରତିଶୃତି ଦେଇ ନଥିଲେ ଫଳରେ ଆଜି ଉକ୍ତ ଗାଁ ର ଲୋକ ପୁର୍ବତନ ସରପଞ୍ଚ ଡ୍ରିଞ୍ଜୋ ଜାକାଶିକାଙ୍କ ନେତୃତ୍ୱରେ ଆସି ଜିଲ୍ଲାପାଳ ଶ୍ରୀ ମହାଜନଙ୍କୁ ଜଣାଇଥିଲେ। ପରେ ଏହି ଘଟଣାକୁ ନେଇ ୫ ଦିନ ଭିତରେ ଏହିଁ ରାସ୍ତା ନିର୍ମାଣ ତ୍ୱରାନ୍ୱିତ କରିବା ପାଇଁ ଉକ୍ତ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯିବ ନୋଚେତ ଉକ୍ତ ଠିକାଦାରଙ୍କୁ ବ୍ଲାକ ଲିଷ୍ଟ କରାଯାଇ ନୂତନ ଟେଣ୍ଡର କରାଯାଇ ରାସ୍ତା ନିର୍ମାଣ କାର୍ଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଡାଙ୍ଗଯୋଡ଼ି ଗ୍ରାମବାସୀ କହିଛନ୍ତି ।

nis-ad
Leave A Reply

Your email address will not be published.