ହଂସ ଖୋଜିବାକୁ ଯାଇ ପୋଖରିରେ ବୁଡି ଯୁବକ ମୃତ…

ମାଲକାନଗିରି : ମାଲକାନଗିରି ସଦର ମହକୁମା ନିକଟସ୍ଥ ଏୟାରପୋର୍ଟ ନିକଟସ୍ଥ କାଦବହାଲ ଗାଁ ରେ ଘଟିଛି ଅଭାବନୀୟ ଘଟଣା । ଆଜି ସକାଳୁ ଗ୍ରାମ ପୋଖରୀରେ ଜଣେ ଯୁବକଙ୍କ ଶବ ଭାସୁଥିବା ଦେଖି ଗ୍ରାମବାସୀ ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଉକ୍ତ ଯୁବକଙ୍କ ଶବକୁ ଅଗ୍ନିଶମ ବହିନୀ ଦ୍ୱାରା ଉଧାର କରିଥିଲେ । ସୂଚନା ଅନୁଯାୟୀ ଯୁବକଙ୍କ ନା ସହଦେବ ଯାନୀ ବୟସ ପ୍ରାୟ୩୬ ହୋଇଥିବା ବେଳେ ସେ ଗତକାଲି ସନ୍ଧ୍ୟାରେ ନିଜ ପାଳିତ ହଂସ ଗୁଡ଼ିକୁ ଘରକୁ ଘଉଡ଼ାଇ ନେବା ପାଇଁ ନିକଟସ୍ଥ ପୋଖରୀ କୁ ଆସିଥିଲେ । ଗତକାଲି ପ୍ରବଳ ବର୍ଷା ଯୋଗୁଁ ଗୋଡ଼ଖସି ପୋଖରୀ ଭିତରକୁ ଖସି ପଡ଼ିଥିବା ଅନୁମାନ କରାଯାଉଛି । ରାତି ତମାମ ପରିବାର ଲୋକେ ବହୁତ ଖୋଜାଖୋଜି କରି ନିରାଶ ହୋଇଥିଲେ ଆଜି ସକାଳୁ ମୃତ ଦେହ ଉଦ୍ଧାର ହେବାପରେ ପରିବାରେ ଶୋକର ଛାୟା ଖେଳିଯାଇଛି । ପୋଲିସ ଉକ୍ତ ମୃତ ଦେହକୁ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ମାଲକାନଗିରି ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦେଇଛନ୍ତି । ଗ୍ରାମବାସୀ ଙ୍କ ପକ୍ଷରୁ ମୃତ ବ୍ୟକ୍ତିଙ୍କ ପରିବାର ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସହାୟତା ଦାବି କରାଯାଇଛି ।

nis-ad
Leave A Reply

Your email address will not be published.