ଟିକରପଡ଼ାରେ ଝାଡ଼ାବାନ୍ତି; ଦୁଇ ବୃଦ୍ଧ ମୃତ, ୫୦ ରୁ ଊର୍ଦ୍ଧ୍ଵ ଆକ୍ରାନ୍ତ

ବେଲଗୁଣ୍ଠା : ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ଟିକରପଡ଼ା ଗ୍ରାମରେ ଖେଳିଯାଇଛି ଆତଙ୍କ | ଗ୍ରାମରେ କିଛି ଦିନ ହେବ ଝାଡ଼ା ବାନ୍ତି ବ୍ୟାପିଥିବା ବେଳେ ପାଞ୍ଚ ଦିନ ମଧ୍ୟରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଦୁଇ ଜଣ ବୃଦ୍ଧ ମୃତ୍ୟୁ ବରଣ କରିଥିବା ବେଳେ ୫୦ ରୁ ଊର୍ଦ୍ଧ୍ଵ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଆଜି ଵ୍ରହ୍ମପୁର ରୁ ଏକ ସାତ ଜଣିଆ ଡାକ୍ତରୀ ଦଳ ଗ୍ରାମରେ ପହଂଚି ତଦନ୍ତ କରି ଫେରିଛନ୍ତି | ସେଥିରୁ ଆଜିସୁଧା ୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦ ରୁ ରୁ ଊର୍ଦ୍ଧ୍ଵ ବ୍ୟକ୍ତି ବିଭିନ୍ନ ମେଡିକାଲ୍ ଓ ଘରୋଇ ଚିକିତ୍ସିତ ହେଉଥିବା ସୂଚନା ମିଳିଛି I ମୃତ ବୃଦ୍ଧ ଦୁଇ ଜଣ ହେଲେ ଗ୍ରାମର ଦେବ ଗୌଡ଼ (୭୫) ଏବଂ କନ୍ଧ ସାହୁ (୭୨) I ସୂଚନା ପ୍ରକାରେ ଗତ ଛଅ ତାରିଖରେ ଭଣ୍ଡାରି ସାହିର ନୀର ଗୌଡ଼ ଏବଂ ସୂର୍ଯ୍ୟ ଗୌଡ଼ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ I ଉଭୟେ ଭଞ୍ଜନଗର ମେଡିକାଲ୍ ରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଗାଆଁକୁ ଫେରିଥିଲେ I ଚଉଦ ତାରିଖରେ ମଝି ସାହି ର ଗନ୍ଧିଆ ପ୍ରଧାନଙ୍କ ପୁଅ ବାହାଘର ଭୋଜି ହୋଇଥିଲା I ବାହାଘର ଭୋଜି ଖାଇ ହେଉ କିମ୍ବା ଦୂଷିତ ଜଳ ପିଇବା ହେତୁ ହେଉ ଗନ୍ଧିଆ ପ୍ରଧାନଙ୍କ ପରିବାରର 5 ଜଣ ସମ୍ପର୍କୀୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ I ଏହା ସହ ଗ୍ରାମର ଦେବଗୌଡ଼ (75) ମଧ୍ୟ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଗୂରୂତଇ ହୋଇ ଭଞ୍ଜନଗର ମେଡିକାଲ୍ ରୁ ବ୍ରହ୍ମପୁର ସ୍ଥାନାନ୍ତର ହେଉଥିବା ବେଳେ ଗୋବରା ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା I ସେହିପରି ପନ୍ଦର ତାରିଖରେ ବେଲଗୁଣ୍ଠା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଗ୍ରାମର ଅନ୍ୟ ଜଣେ ଝାଡ଼ାବାନ୍ତି ଆକ୍ରାନ୍ତ ରୋଗୀ କନ୍ଧ ସାହୁ (72) ମୃତ୍ୟୁ ବରଣ କରିଥିଲେ | ଷୋହଳ ତାରିଖରେ ମେଡିକାଲ୍ ଟିମ୍ ଗ୍ରାମକୁ ଯାଇ ଗ୍ରାମାବସୀଙ୍କୁ ସଚେତନ କରାଇବା ସହ ଗ୍ରାମବାସୀଙ୍କୁ ଔଷଧ ଏବଂ ଓଆରଏସ୍ ବଣ୍ଟନ କରିଥିଲେ | ଏହା ସହ ପ୍ରତିଦିନ ଏ ଏନ ଏମ ଓ ଆଶା ଦିଦି ଗ୍ରାମର ବିଭିନ୍ନ ପରିତ୍ୟକ୍ତ କୂଅରେ ବ୍ଲିଚିଂପାଉଡର ସିଞ୍ଚନ କରିଥିଲେ I ତେବେ ଝାଡ଼ାବାନ୍ତି ବ୍ୟାପିବାର ମୁଖ୍ୟ କାରଣ ଗ୍ରାମବାସୀ ଦୂଷିତ ଜଳ ବ୍ୟବହାର କରିବା ଯୋଗୁଁ ହିଁ ହୋଇଛି ବୋଲି ଅନୁମାନ କରାଯାଉଛି l ଗ୍ରାମରେ ଏକବର୍ଷ ହେବ ପାନୀୟ ଜଳ ପାଇଁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ସରିଥିଲେ ମଧ୍ୟ ବିଦ୍ୟୁତ୍ ସଂଯୋଗ ନଥିବାରୁ ପ୍ରକଳ୍ପରୁ ଗ୍ରାମାବସୀଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଇପାରି ନାହିଁ | ଫଳରେ ଗ୍ରାମବାସୀ ବାଧ୍ୟ ହୋଇ ଗ୍ରାମରେ ଥିବା କିଛି ନଳକୂଅ ଏବଂ କିଛି ପରିତ୍ୟକ୍ତ କୁଅରୁ ପାନୀୟ ଜଳ ସଂଗ୍ରହ କରୁଛନ୍ତି | ବର୍ତ୍ତମାନ ବର୍ଷା ହେବା ପରେ ବାହାର ପାଣି କୂଅ ଭିତରେ ପଶିବା ଯୋଗୁଁ କୂଅ ଜଳ ଅଧିକ ଦୂଷିତ ହୋଇଥିଲା | ଏହି ପାଣିକୁ ହିଁ ପାନୀୟ ଜଳ ରୂପେ ବ୍ୟବହାର କରିଥିବା ବ୍ୟକ୍ତିମାନେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା କଥା ମେଡିକାଲ୍ ଟିମ୍ ଅନୁମାନ କରୁଛି | ତେବେ ଝାଡ଼ାବାନ୍ତି ନିୟନ୍ତ୍ରଣ ହେବା ପର୍ଯ୍ୟନ୍ତ ଏକ ଉଚ୍ଚ ସ୍ତରୀୟ ଭ୍ରାମ୍ୟମାଣ ସ୍ଵାସ୍ଥ୍ୟ ଟିମ୍ ଗ୍ରାମରେ ରହି ପରିସ୍ଥିତି ଉପରେ ନଜର ରଖିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି |

nis-ad
Leave A Reply

Your email address will not be published.