ଅବପାତ ପ୍ରଭାବରେ ଜିଲ୍ଲାରେ ଲଗାଣ ବର୍ଷା ଜିଲ୍ଲାରେ ବିଭିନ୍ନସ୍ଥାନରେ ଯୋଗାଯୋଗ ବିଛିନ୍ନ

ମାଲକାନଗିରି : କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆସନ୍ତା ଦୁଇ ଦିନ ମଧ୍ୟରେ ଏହା ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜୁଲାଇ ୧୮ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ସମୁଦ୍ର ଅଞ୍ଚଳ ଏବଂ ଉତ୍ତର ବଙ୍ଗୋପସାଗର ସଲଗ୍ନ ଅଞ୍ଚଳରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।

ଆଜି ଠାରୁ ଜୁଲାଇ ୨୨ ପର୍ଯ୍ୟନ୍ତ ପଶ୍ଚିମ-କେନ୍ଦ୍ରୀଯ ବଙ୍ଗୋପସାଗର ସହିତ ଓଡ଼ିଶା ଉପକୂଳ ଏବଂ ଉତ୍ତର ବଙ୍ଗୋପସାଗରରେ ସମାନ ସ୍ଥିତି ରହିବ । ଗତକାଲି ସମୁଦ୍ର ଅଶାନ୍ତ ରହିଥିବା ବେଳେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକର ଅଧିକାଂଶ ସ୍ଥାନରେ ଏବଂ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ହେବାର
ସମ୍ଭାବନା ରହିଛି। ମାଲକାନଗିରି ଜିଲ୍ଲାର କିଛି ଜାଗା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରାଯାଇଛ । ଆଜି ୧୨ ଟା ରୁ ଅପରାହ୍ନ ୦୪ ଟା ମଧ୍ୟରେ ଜିଲ୍ଲାର ୭ ଟି ବ୍ଲକରେ ହୋଇଥିବା ବର୍ଷା ପରିମାଣ ରେକର୍ଡ କରିଛି ପାଣିପାଗ ବିଭାଗ । ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକରେ ସର୍ବନିମ୍ନ ୩.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ସର୍ବାଧିକ ୪୦.୦ ମିଲିମିଟର କାଲିମେଳା ବ୍ଳକ୍ ରେ ରେକର୍ଡ କରା ଯାଇଛି। ସେହିଭଳି ପଡ଼ିଆ ବ୍ଳକ୍ ରେ ୧୪.୦ , କୋରୁକୋଣ୍ଡ ବ୍ଳକ୍ ରେ ୯.୦ , ମାଲକାନଗିରି ବ୍ଳକ୍ ରେ ୬.୦ , ଚିତ୍ରକୋଣ୍ଡା ବ୍ଲକ ରେ ୬.୬ ଏବଂ ଖଇରପୁଟ ବ୍ଳକ୍ ରେ ୫.୦ ମିଲିମିଟର ବର୍ଷା ରେକର୍ଡ କରା ଯାଇଛି। ଜିଲ୍ଲାରେ ମୋଟ ବର୍ଷା ର ପରିମାଣ ୮୩.୮ ମିମି଼. ହୋଇଥିବା ବେଳେ ଏଭେରେଜ୍ ୧୧.୯୭ ମିଲିମିଟର ବର୍ଷା ହୋଇଥିବା ଜିଲ୍ଲା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

nis-ad
Leave A Reply

Your email address will not be published.