ସୀମାନ୍ତ ଛତିଶଗଡର ଦାନ୍ତେୱାଡା ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦାନ୍ତେୱାଡା ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀ ନିହତ ହୋଇଥବା ଜଣାପଡିଛି l ସୂଚନା ଅନୁଯାଇ ଛତିଶଗଡର ଦାନ୍ତେୱାଡା, ସୁକମା, ବିଜାପୁର ଜିଲ୍ଲାର ଗଙ୍ଗାଲୁର, ବାସାଗୁଡା ଥାନା ଅନ୍ତର୍ଗତ ସୀମାବର୍ତ୍ତୀ ଅଂଚଳର ଜଙ୍ଗଲରେ ମାଓ ସଂଗଠନ ଉପସ୍ଥିତ ଥିବା ଖବର ପୁଲିସକୁ ମିଳିବା ପରେ ଏହି ଅଂଚଳରେ ପହଁଚି ସୁରକ୍ଷାକର୍ମୀର ମିଳିତ ଏକ ଦଳ ତାଲାସୀ ଅଭିଯାନ କରୁଥିଲେ ଠିକ ଏହି ସମୟରେ ଗୁରୁବାର ଦିନ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମୁହାଁମୁହିଁ ହୋଇଥିଲେ l ଉଭୟ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବିନିମୟ ହେବା ପରେ ଘଟଣାସ୍ଥଳରୁ ମାଓବାଦୀ ପଛଘୁଞ୍ଚା ଦେଇଥିଲେ ଏହା ପରେ ସୁରକ୍ଷାକର୍ମୀ ଦ୍ୱାରା ତାଲାସୀ କରିବା ସମୟରେ ଘଟଣାସ୍ଥଳରୁ ଏକ ମହିଳା ମାଓବାଦୀର ଶବ ସହ ବନ୍ଧୁକ ଏବଂ ମାଓ, ବିସ୍ଫୋରକ ସାମଗ୍ରୀ ଜବତ କରି ଦାନ୍ତେୱାଡା ଜିଲ୍ଲା ପୁଲିସ କାର୍ଯ୍ୟଳୟକୁ ଆଣିଥିଲେ l ଏନକାଉଣ୍ଟର ନିହତ ମହିଳା ମାଓବାଦୀ ଜଣଙ୍କ ହେଲେ ପାଞ୍ଚ ଲକ୍ଷ ଇନାମୀ ମହିଳା ମାଓବାଦୀ ବୋଲି ଜଣାପଡିଛି l ମହିଳା ମାଓବାଦୀ ଜଣଙ୍କ 20ବର୍ଷ ହେବ ମାଓ ସଂଗଠନ ପାଇଁ କାର୍ଯ୍ୟକରି ବିଭିନ୍ନ ମାଓ ହିଂସା କାଣ୍ଡରେ ଜଡିତ ଥିବା ଦାନ୍ତେୱାଡା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି l

nis-ad
Leave A Reply

Your email address will not be published.