ବ୍ଲକସ୍ତରୀୟ ବ୍ୟାଙ୍କ ପରାମର୍ଶ ଦାତା କମିଟି ବୈଠକ

ଛତ୍ରପୁର : ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ଛତ୍ରପୁର ବ୍ଲକ ସ୍ତରୀୟ ବ୍ୟାଙ୍କ ପରାମର୍ଶ ଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ଛତ୍ରପୁର ବିଡ଼ିଓ ସୁଶାନ୍ତ କୁମାର ବରାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଏଲଡିଏମ କିଶୋର ନାୟକ ସଂଯୋଜନା କରିଥିଲେ l ମୁଖ୍ୟତଃ କୃଷି, ଉଦ୍ୟାନ ଓ ପଶୁ ସମ୍ପଦ ଉପରେ ଆଲୋଚନା ହୋଇଥିଲା l ଏହା ସହ ସମସ୍ତ ଯୋଜନାରେ ଋଣ ପ୍ରଦାନ କରିବାକୁ ଅଧିକାରୀ ମାନେ ପରାମର୍ଶ ଦେଇଥିଲେ l ଅଟଳ ପେନସନ ଯୋଜନା ଓ ମୋ ଘର ଯୋଜନା ଅଧୀନରେ ପ୍ରଦାନ କରାଯାଉଥିବା ଋଣ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା l ବୈଠକରେ ଓଡିଶା ଜୀବିକା ମିଶନ ର ବ୍ଲକ ପ୍ରକଳ୍ପ ସଂଯୋଜିକା ମାନିନୀ ଜେନା ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ l

nis-ad
Leave A Reply

Your email address will not be published.