ନଦୀକୂଳରେ ଡ୍ୟାମ ନିର୍ମାଣ ବିରୋଧ ସହ କାମବନ୍ଦ କରିବାକୁ ଦାବିକଲେ କମଳାପଦର ଗ୍ରାମବାସୀ

ମାଲକାନଗିରି : ଖଇରପୁଟ ବ୍ଲକ ଅନ୍ତର୍ଗତ,ଗୋବିନ୍ଦ ପାଲ୍ଲୀ ପଞ୍ଚାୟତର କମଳା ପଦର ଗ୍ରାମ ନିକଟରେ ଗାରିଆ ନଦୀକୂଳ ଲାଗି ରହିଛି l ଏହି ନଦୀ ଦୁଇ ପାର୍ଶ୍ଵରେ କେତେ ଗୁଡିଏ ଗାଁ ରହିଛି,କମଳା ପଦର,ଗୋଜିଆ ଗୁଡା, ବାଲି ଆମ, ପାକନା ଗୁଡା,ଭଳି ଅନେକ ଗ୍ରାମ l ନଦୀରେ ଡ୍ୟାମ ନିର୍ମାଣ ହେଲେ ଏହି ନଦୀକୁ ଲାଗିଥିବା ଗାଁ ଗୁଡିକରେ ଧନ ଜୀବନ ସହ ବହୁ ଲୋକଙ୍କଘର,ଜମି ଯାହାଫଳରେ ଗରିବ ଜନ ସାଧାରଣ କ୍ଷତି ଗ୍ରସ୍ତ ହେବାର ଆଶଙ୍କା ରହିଅଛି l ଏହି ଡ୍ୟାମକୁ କମଳା ପଦର ଗ୍ରାମ ବାସି ଏବଂ ପୂର୍ବତନ ସରପଞ୍ଚ ଧବୁଲୁ ଖିଲଙ୍କ ଉପସ୍ଥିତରେ ନଦୀ ପାଖରେ ଲାଗିରହିଥିବା ଗ୍ରାମବାସି ସମସ୍ତେ ଆଜି ସରକାରୀ ଅଧିକାରୀ ଆସିବାର ସୂଚନା ପାଇ ଏକାଠି ହୋଇଥିଲେ l ଉକ୍ତ ଜାଗାରେ କାର୍ଯ୍ୟ ଜାରି ରହିଥିବାରୁ ଅନୁଧ୍ୟାନ ପାଇଁ ପହଂଚି ଥିଲେ l ଉପସ୍ଥିତସମସ୍ତ ଗ୍ରାମବାସି ଏକାଠି ହୋଇ ସରକାରୀ କର୍ମ ଚାରି ଙ୍କ ସହ ଆଲୋଚନା କରିବା ସହ ଡ୍ୟାମ ଯୋଗୁଁ କ୍ଷତି ଗ୍ରସ୍ତ ହେଉଥିବାରୁ ଜାଗା ବାଡ଼ି କୁ ନେଇ ଧନ ଜୀବନ କୁ ନେଇ କଣ କରାଯିବ ତାର ପ୍ରତି ପାଦନ ଉତ୍ତର ଚାହିଁ ଥିଲେ ଗ୍ରାମ ବାସି l ସରକାରୀସ୍ତରର ଗ୍ରାମବାସୀ ଲିଖିତ ଭାବେ ଦେବାକୁ ଅଧିକାରୀ କହିଥିଲେ l ଲିଖିତ ଭାବେ ସରକାରୀ ଦେବାକୁ ଅକ୍ଷମତା ପ୍ରକାଶ କରିଥିଲେ ସରକାରୀ କର୍ମଚାରୀ ଜାଦ୍ୱାରା ଗ୍ରାମ ନିକଟ ନଦୀ କୁ ଡ୍ୟାମ କରିବାକୁ ଦେବୁ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ ବାଢ଼ିଥିଲେ ।

ଗ୍ରାମବାସୀଙ୍କ ଅଭିଯୋଗ ଯେ, ଯାହା ଆମ ନିରୀହ ଆଦିବାସୀ ଗରିବ ଜନସାଧାରଣ ମୁଣ୍ଡର ଝାଳ ତୁଣ୍ଡରେ ମାରି ପାହାଡ଼ ଝରଣା ମାଟି ପତି ପତି ଦୁଃଖ କଷ୍ଟରେ ଜମି ଜମା କିଛି କରି ଚାଷ କରୁଛୁ,ତା ଆମେ କ୍ଷତିଗ୍ରସ୍ତ ହେଲେ ଜୀଵନ ଜୀବିକା ହରେଇବା କୁ ପଡିବ l ସେଥିପାଇଁ ଆମେ ଡ୍ୟାମ ନିର୍ମାଣ ପାଇଁ ଦେବୁ ନାହିଁ, କ୍ଷତି ଗ୍ରସ୍ତ ଜାଗା ଜମି ଘର ଦ୍ଵାର ହରେଇ ଆମେ କୁଆଡେ ଯିବୁ ନାହିଁ , ଜୀବନ ହାରି ଗଲେ ପଛେ ଛାଡ଼ିବୁ ନାହିଁ, ଯଦି ଡ୍ୟାମ ନିର୍ମାଣ କରାଯାଏ ସେଥିପାଇଁ ସରକାର ଦାୟୀ ରହିବେ l ଏହି ନଦୀ ନିକଟସ୍ଥ ଗ୍ରାମ ବାସୀଙ୍କ ଦୁଃଖ ସରକାର ନବୁଝନ୍ତି ତା ହେଲେ ଆମ୍ଭେ ନଦୀ ନିକଟବର୍ତ୍ତୀ ଗୁଡିକରେ ଥିବା ଗ୍ରାମବାସି ଆଗାମୀ ଦିନରେ ରାଜରାସ୍ତା ରୋକ କରିବୁ ଏବଂ ଜିଲ୍ଲା ପାଳ ଅଫିସ ଘେରାଓ କରିବୁ ବୋଲି ମଧ୍ୟ ଗ୍ରାମ ବାସି ପ୍ରକାଶ କରିଛନ୍ତି l

nis-ad
Leave A Reply

Your email address will not be published.