ବିଧାୟକଙ୍କ ଆସିକା ମେଡିକାଲ ପରିଦର୍ଶନର ପ୍ରଭାବ : ୩ ଜଣ ସେବିକାଙ୍କୁ ଡେପୁଟେସନରେ ପଠାଇଲେ ସିଡିଏମଓ…

ଆସିକା : ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଗତ ୧୧ ତାରିଖ ଦିନ ବିଧାୟକ ସରୋଜ କୁମାର ପାଢ଼ୀ ଅଚାନକ ଗସ୍ତ କରିଥିଲେ l ବିଧାୟକ ଶ୍ରୀ ପାଢ଼ୀ ରୋଗୀ ମାନଙ୍କ ସହ ସ୍ୱାସ୍ଥ୍ୟ ସେବା ଉପରେ ଆଲୋଚନା କରୁଥିବା ବେଳେ କିଛି ରୋଗୀ ଏବଂ ସମ୍ପର୍କୀୟ ମାନେ କାର୍ଯ୍ୟରତ ସେବିକା ସଠିକ ସ୍ୱାସ୍ଥ୍ୟ ସେବା ଯୋଗାଇନଥିବା ଅଭିଯୋଗ କରିଥିଲେ l ଅନ୍ୟ କେତେଜଣ ସେବିକା ଦୀର୍ଘବର୍ଷ ହେଲା ଆସିକା ମେଡିକାଲ ରେ କାର୍ଯ୍ୟରତ ରହି ସଠିକ ସ୍ୱାସ୍ଥ୍ୟ ସେବା ଠିକ୍ ଭାବେ ଯୋଗାଉନଥିବା ଅଭିଯୋଗ ହୋଇଥିଲା l ରୋଗୀ ମାନଙ୍କ ବହୁବିଧ ସମସ୍ୟାକୁ ହୃଦୟଙ୍ଗମ କରି ବିଧାୟକ ସରୋଜ କୁମାର ପାଢ଼ୀ ଉକ୍ତ ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ଫୋନ ଯୋଗେ ମେଡିକାଲ ଅବ୍ୟବସ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ଏହାକୁ ଆଧାର କରି ଗଞ୍ଜାମ ସିଡିଏମଓ ତାଙ୍କ ପତ୍ର ସଂଖ୍ୟା ୧୦୫୪୨/ଇସି -ଭି /୨୦୨୪ ମାଧ୍ୟମରେ ଆସିକା ଉପଖଣ୍ଡ ଚିକିତ୍ସାଳୟର କାର୍ଯ୍ୟରତ ତିନିଜଣ ସେବିକାକୁ ଅନ୍ୟ ମେଡିକାଲକୁ ଡେପୁଟେସନ ନିମନ୍ତେ ଚିଠି କରି ମେଡିକାଲ ଅଧ୍ୟକ୍ଷ କୁ ଜଣାଇଛନ୍ତି l ଏହି ତିନିଜଣ କର୍ମଚାରୀ ପୋଲସରା, ଗୋପାଲପୁର ଏବଂ ଦିଗପହଂଡି ମେଡିକାଲ କୁ ଡେପୁଟେସନ ପାଇଁ ଅଡର ଜାରୀ ହୋଇଥିବା ଆସିକା ଉପଖଣ୍ଡ ମେଡିକାଲ ଅଧକ୍ଷ ପ୍ରକାଶ କରିଛନ୍ତି l

nis-ad
Leave A Reply

Your email address will not be published.