ସରକାର ଙ୍କ ଗାଁ, ଗାଁ କୁ ରାସ୍ତା ଧର୍ମକୁ ଆଖିଠାର : ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଖଟିଆ ଭରସା…


ବର୍ଷା ଦିନେ ପିଲାଙ୍କ ପାଠ ପଢା ଠପ

ଉମରକୋଟ /ଝରିଗାଁ(୧୯/୦୭/୨୦୨୪) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକର ବିଭିନ୍ନ ଗ୍ରାମକୁ ପ୍ରଶାସନ ପକ୍ଷରୁ ପକ୍କା ରାସ୍ତା ନଥିବା ବେଳେ ବର୍ଷା ଦିନ ମାନଙ୍କରେ ଯାତାୟାତରେ ନାହିଁ ନ ଥିବାର ସମସ୍ୟାର ସଂମ୍ମୁଖୀନ ହେଉଛନ୍ତି ଆଦିବାସୀ ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ନିରୀହ ଗ୍ରାମବାସୀ ମାନେ।ବାରଂବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେଲା ପରେ ମଧ୍ୟ ଫଳ ଶୂନ୍ୟ। ଉପାନ୍ତ ଅଞ୍ଚଳରେ ଏମିତି ଅନେକ ଗ୍ରାମ ଅଛି ବର୍ଷା ଦିନ ହେଲେ ଚାଲି ଚାଲି ଯିବା ମଧ୍ୟ କଷ୍ଟ ହୋଇଥାଏ।ଫଳରେ ଗ୍ରାମର ରୋଗୀ ଏବଂ ଗର୍ଭବତୀ ମହିଳା ମାନଙ୍କୁ ସ୍ୱାସ୍ଥ୍ୟ ସେବା ପାଇଁ ଖଟିଆ ଭରସା।
ସୂଚନା ପ୍ରକାରେ ଏହିଭଳି ଦୁର୍ଦ୍ଦଶା ଭୋଗୁଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଂଚାୟତ ଅନ୍ତର୍ଗତ ଟିପାଗୁଡା ଗ୍ରାମବାସୀ।
ଗ୍ରାମବାସୀଙ୍କ କହିବା ପ୍ରକାରେ ଦୀର୍ଘ ୪୦ ବର୍ଷ ତଳେ ନବରଙ୍ଗପୁର ଜିଲ୍ଲାର କିଛି ମିଳିତ ଆଦିବାସୀ ପରିବାର ଜଙ୍ଗଲ କାଟି ବସତି ସ୍ଥାପନ କରି ସେହି ଗ୍ରାମକୁ ଟିପାଗୁଡା ନାମରେ ନାମିତ କରିଥିଲେ।ଏହି ଟିପାଗୁଡା ଗ୍ରାମରେ ହରିଜନ,ଗୌଡ଼ ଓ ଜାନୀ ସମ୍ପ୍ରଦାୟର ପ୍ରାୟ ୫୦ ପରିବାର ବସବାସ କରନ୍ତି ତେବେ ଏହି ଗ୍ରାମକୁ ଯିବା ପାଇଁ ଆମାଳିଝରି ଗ୍ରାମ ଦେଇ ଯିବା ପାଇଁ ପଡେ।ପ୍ରଶାସନ ପକ୍ଷରୁ ଆମିଳିଝରି ଗ୍ରାମ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ହୋଇଥିବା ବେଳେ ଆମିଳିଝରି ଗ୍ରାମ ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ଟିପାଗୁଡା ଗ୍ରାମ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ହୋଇନାହିଁ।ପ୍ରଶାସନ ପକ୍ଷରୁ ଗତ କିଛି ମାସ ତଳେ ଆମିଳିଝରି ଠାରୁ ଟିପାଗୁଡା ଯିବା ରାସ୍ତାରେ ମାଟି ପକା ଯାଇଥିଲା କିନ୍ତୁ ବର୍ତ୍ତମାନ ବର୍ଷା ହେବା ଫଳରେ ରାସ୍ତାଟିରେ ବର୍ଷା ପାଣି ଏବଂ କାଦୁଅ ଭରି ମରଣଯନ୍ତା ପାଇଟିଛି । ଚିକିଟା ମାଟି ଯୋଗୁଁ ସେହି ରାସ୍ତାରେ ଚାଲି ଚାଲି ଯିବା ମଧ୍ୟ ବହୁତ କଷ୍ଟକର, ବିଭିନ୍ନ ସମୟରେ ଲୋକ ମାନେ ଚାଲି ଚାଲି ଯିବା ବେଳେ ଗୋଡ଼ ଖସି ତଳେ ପଡି ଆହତ ହେଉଥିବା ଗ୍ରାମବାସୀ ଅଭିଯୋଗ କହିଛନ୍ତି। ରାସ୍ତାଟିର ସଚନୀୟ ଅବସ୍ଥା ଯୋଗୁଁ ଟିପାଗୁଡା ଗ୍ରାମ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଯାଇ ନପାରି ଆମାଳିଝରି ଗ୍ରାମରେ ରହି ଯାଉଛି,ଫଳରେ ଗ୍ରାମର ରୋଗୀ ଏବଂ ଗର୍ଭବତୀ ମହିଳା ମାନଙ୍କୁ ଆମିଳିଝରି ଗ୍ରାମ ପର୍ଯ୍ୟନ୍ତ ଖଟିଆରେ ବୋହି ନେବା ପାଇଁ ପଡୁଛି।ରାସ୍ତା ଖରାପ ଯୋଗୁଁ ଗ୍ରାମର ଅଧିକାଂଶ ଗର୍ଭବତୀ ମହିଳା ଘରେ ବୟୋଜ୍ୟେଷ୍ଠ ମହିଳା ମାନଙ୍କ ସହାୟତାରେ ପ୍ରସୂତୀ ହେଉଥିବା କହିଛନ୍ତି।ବିଗତ କିଛି ଦିନ ତଳେ ଟିପାଗୁଡା ଗ୍ରାମର ଲଷ୍ମଣ ଜାନୀଙ୍କ ସ୍ତ୍ରୀ ଅମ୍ବିକା ଜାନୀ ଘରେ ପ୍ରସବ ହୋଇ ନବଜାତ ଶିଶୁ ପୁତ୍ର ଜନ୍ମ ଦେଇଥିବା ସୁଚନା ମିଳିଛି।ସେହିପରି ଟିପାଗୁଡା ଗ୍ରାମରେ ପ୍ରଶାସନ ପକ୍ଷରୁ ବିଦ୍ୟାଳୟ ଓ ଅଙ୍ଗନ ବାଡ଼ି କେନ୍ଦ୍ର ସ୍ଥାପନ ହୋଇ ନଥିବା ବେଳେ ଏଠାକାର ପିଲାମାନେ ଦେଢ଼ କିଲୋମିଟର ଦୂରରେ ଥିବା ଆମିଳିଝରି ପ୍ରାଥମିକ ବିଦ୍ୟାଳୟ ଉପରେ ନିର୍ଭର କରୁଥିବା ବେଳେ ଅଙ୍ଗନ ବାଡ଼ି ପାଇଁ ଛୋଟ ଛୋଟ ପିଲା ମାନେ ପ୍ରାୟ ଆଠ କିଲୋମିଟର ଦୂରରେ ଥିବା ମୋତିବନ୍ଧଗୁଡା ଅଙ୍ଗନ ବାଡ଼ି କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି।ବର୍ଷା ଦିନ ମାନଙ୍କରେ ରାସ୍ତା ଖରାପ ଯୋଗୁଁ ଟିପାଗୁଡା ଗ୍ରାମର ପିଲା ମାନଙ୍କୁ ବିଦ୍ୟାଳୟ ଏବଂ ଅଙ୍ଗନ ବାଡ଼ି କେନ୍ଦ୍ର ପଠାଇବା ପାଇଁ ଅଭିବାହକ ମାନେ ଇଛା ପ୍ରକାଶ କରୁନଥିବା କହିଛନ୍ତି। ବହୁବାର ଦାବି ପରେ ଦାବି କରିବାରୁ ଅତି କଷ୍ଟରେ ପ୍ରଶାସନ ପକ୍ଷରୁ ନୂତନ ନଳକୂପ ଖନନ ହୋଇଥିବା ବେଳେ ଦୁଃଖର ବିଷୟ ଏ ପର୍ଯ୍ୟନ୍ତ ଚାନ୍ଦିନୀ ହୋଇ ନାହିଁ ଫଳରେ ମହିଳା ମାନେ ପାଣି ସଂଗ୍ରହ ବେଳେ ସମସ୍ୟା ହେଉଥିବା ବେଳେ ଗାଁ ଦାଣ୍ଡରେ ମଧ୍ୟ ପ୍ରଶାସନ ପକ୍ଷରୁ କଂକ୍ରିଟ ରାସ୍ତାଟିଏ ନିର୍ମାଣ ହୋଇ ନ ଥିବା ଅଭିଯୋଗ ହୋଇଛି।ତେଣୁ ପ୍ରଶାସନ ତୁରନ୍ତ ଟିପାଗୁଡା ଗ୍ରାମବାସୀର ସମସ୍ୟାର ସମାଧାନ ନେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ଗ୍ରାମର ଲଛମନ ହରିଜନ, ବ୍ରଜ ଗୌଡ଼, ସୁରୁ ସୁନା, ଖଗପତି ହରିଜନ, ମୋତିଲାଲ ହରିଜନ, ପଦ୍ମନ ଗୌଡ଼, ବସନ୍ତ ସୁନା ମନବୋଧ ଗୌଡ଼, କୁମ ଗୌଡ଼, ଦୂକମଲ ହରିଜନ, ମଦନ ହରିଜନ, ହରି ଗୌଡ଼, ଚନ୍ଦନ ହରିଜନ, ଯସେନ ହରିଜନ, ହାରନ ହରିଜନ, ଲକ୍ଷନ ଜାନୀ, ପର୍ଶୁ ଗୌଡ଼, ବାଗେନ ଜାନୀ, ଡମ୍ବରୁ ଜାନୀ, ଡ଼ମୁ ଜାନୀ, ଦଶରୁ ଜାନୀ, ସମତ ଅଞ୍ଚଳ ବାସୀ ପ୍ରମୁଖ ଦାବି କରିଛନ୍ତି।

nis-ad
Leave A Reply

Your email address will not be published.