ହନୁମାନ ପଇସା(ତମା କାସୁ) ଚୋରି ମାମଲାରେ ଚାରି ଗିରଫ

ମାଲକାନଗିରି,୧୮।୭ : ମାଲକାନଗିରି ପୋଲିସ ଏକ ଚୋରି ମାମଲାରେ ଚାରିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ସଦର ବ୍ଲକ ତଣ୍ଡିକି ଗ୍ରାମର କେକର ନାରାୟଣ ନାମକ ବ୍ୟକ୍ତି ଗତକାଲି ଥାନାରେ ଏକ ଅଭିଯୋଗ କରିଥଇଲେ ଯେ, ତାଙ୍କ ଘରକୁ ତିନିଜଣ ବ୍ୟକ୍ତି ଚୋରି କରିବାକୁ ଆସିଥିଲ | ସେମାନଙ୍କୁ ଗ୍ରାମବାସୀଙ୍କ ସହାୟତାରେ କାବୁ କରା ଯାଇଛିା ପରେ ପୋଲିସ ଉକ୍ତ ତିନିଜଣଙ୍କୁ ଗିରଫ କରିଥିଲୋ

ତେବେ ପୋଲିସର ତଦନ୍ତରୁ ଜଣାପଡିଛି ଯେ, ଚେକର ନାରାୟଣ ଆନ୍ଧ୍ରପ୍ରଦେଶରେ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତିା ତାଙ୍କ ନିକଟରେ ଏକ ଚୁମ୍ବକୀୟ ଶକ୍ତି ଥିବା ହନୁମାନ ମୁଦ୍ରା ଥିବା ତଣ୍ଡିକି ଗ୍ରାମର ଟୁକୁ କରଣ ନାମକ ବ୍ୟକ୍ତି ଜାଣିବାକୁ ପାଇଥିଲୋ ଉକ୍ତ ହନୁମାନ ମୁଦ୍ରାର ମୁଲ୍ୟ ପ୍ରାୟ ୫ କୋଟିରୁ ଉର୍ଧ ଥିବା ବେଳେ ତାହା ଅନ୍ତଃରାଜ୍ୟ ବଜାରରେ ଅତି ମୂଲ୍ୟବାନ ବୋଲି ଜାଣିବାକୁ ପାଇଥଇଲୋ

ଏ ସମ୍ବନ୍ଧରେ ଅଭିଯୁକ୍ତ ଟୁକୁ ପାଣ୍ଡୁ ସୋଡିଙ୍କୁ ଖବର ଦେଇଥିଲୋ ପାଣ୍ଡୁ ସୋଡି ଏ ସମ୍ବନ୍ଧରେ ଜୟପୁରର ଦାମୁ ଓ ଉମୁରି ଗ୍ରାମର ସିବ ହରିଜନଙ୍କୁ ଖବର ଦେଇଥିଲୋ ପରେ ସମସ୍ତେ ଚେକର ନାରାୟଣ ଘରୁ ଉକ୍ତ ଜନୁମାନ ମୁଦ୍ରାକୁ ଚୋରି କରିବା ନିମନ୍ତେ ଗୋଟିଏ ଯୋଜନା କରିଥିଲୋ ଅଭିଯୁକ୍ତ ଦାମୁ ତାଙ୍କ ସାଥୀ ଆମ୍ବାଗୁଡା ଗ୍ରାମର ଜଗନ୍ନାଥ ହରିଜନ, ଖଇରୁ, କୁଂଜ ବିହାରୀ ଭତ୍ରା, ଜଗବନ୍ଧୁ ଜାନି ଓ ଅନ୍ୟ କେତେଜଣଙ୍କୁ ଯୋଗାଡ କରି ଗତ ୧୬.୦୭.୨୦୨୪ ରିଖ ଦିନ ରାତିରେ ସମସ୍ତେ ତିନୋଟି ମୋଟର ସାଇକେଲରେ ତଣ୍ଡିକି ଗ୍ରାମରେ ପହଂଚିଲା ପରେ ହାତରେ ମାରଣାତ୍ମକ ହତିଆର ଧରି ଚେକର ନାରାୟଣଙ୍କ ଘର ଭିତରେ ପ୍ରବେଶ କରିଥିଲୋ ତେବେ ଏ ସମ୍ବନ୍ଧରେ ଗ୍ରାମବାସୀ ଜାଣିଲା ପରେ ଆମ୍ବାଗୁଡା ଗ୍ରାମର ଜଗନ୍ନାଥ ହରିଜନ ଓ କୁଂଜ ବିହାରି ଭତ୍ରାକୁ କାବୁ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥଇଲୋ କାବୁ ହୋଇଥିବା ଦୁଇଜଣଙ୍କ ବିଷୟରେ ପୋଲିସକୁ ଖବର ଦେଲା ପରେ ପୋଲିସ ଏହି ଦୁଇଜଣଙ୍କ ସହ ତଣ୍ଡିକି ଗ୍ରାମର ଟୁକୁ ଓ କାଦବାହାଲ ଗ୍ରାମର ପାଣ୍ଡୁଙ୍କୁ ମଧ୍ୟ ଗିରଫ କରିଛନ୍ତିା

nis-ad
Leave A Reply

Your email address will not be published.