ଅସରାଏ ବର୍ଷା ରେ ଖାଇ ଯାଉଛି ରାସ୍ତା,ସମାଧାନ ପାଇଁ ପ୍ରଶାସନ ନିକଟରେ ଗ୍ରାମବାସୀଙ୍କ ଦାବୀ…

ଉମରକୋଟ /ଝରିଗାଁ(୧୬/୦୭/୨୦୨୪) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ଟେମେରା ପଞ୍ଚାୟତ ଅନ୍ତର୍ଗତ ଚିତାବେଡା ଗ୍ରାମ ଠାରୁ ଚେପଟିଆମ୍ବା ଗ୍ରାମକୁ ଯିବା ମଝି ରାସ୍ତାରେ ଥିବା କସମ ନାଳ ନିକଟରେ ଅଳ୍ପ ବର୍ଷା ପାଣି ଯୋଗୁଁ ରାସ୍ତା ନଷ୍ଟ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ଚେପଟିଆମ୍ବା ଗ୍ରାମବାସୀ ସହ ଆଖ ପାଖ ଗ୍ରାମର ଗ୍ରାମବାସୀ ମଧ୍ୟ ଦାବି କରିଛନ୍ତି।ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ଚିତାବେଡା ଗ୍ରାମ ଠାରୁ ଚେପଟିଆମ୍ବା ଯିବା ରାସ୍ତାରେ ପଡୁଥିବା କସମ ନାଳରେ ପ୍ରଶାସନ ପକ୍ଷରୁ ପ୍ରାୟ ଆଠ ବର୍ଷ ତଳେ ଏକ ବ୍ରିଜ ନିର୍ମାଣ ସହ ସାଇଡ଼ ୱାଲ ନିର୍ମାଣ କରାଯାଇଥିଲା ନିର୍ମାଣଧୀନ ହେବାର ଏକ ବର୍ଷ ପରେ ପ୍ରବଳ ବର୍ଷା ପାଣି ପ୍ରବାହିତ ହେବା ଯୋଗୁଁ ସାଇଡ଼ ୱାଲ ବର୍ଷା ପାଣିରେ ଭାଙ୍ଗି ଯାଇଥିଲା।ସାଇଡ଼ ୱାଲ ବର୍ଷା ପାଣିରେ ଭାଙ୍ଗି ଯିବା ପରେ ପ୍ରଶାସନ ପକ୍ଷରୁ ଆଉ ନିର୍ମାଣ କରାଯାଇ ନାହିଁ,ଫଳରେ ବ୍ରିଜ ଠାରୁ ପ୍ରାୟ ପାଞ୍ଚ ମିଟର ଦୂରରେ ବର୍ଷା ପାଣି ଯୋଗୁଁ ରାସ୍ତା ଧୀରେ ଧୀରେ ନଷ୍ଟ

ହେବାରେ ଲାଗିଛି।ବର୍ତ୍ତମାନ ଝରିଗାଁ ବ୍ଳକରେ ବର୍ଷା ଲାଗି ରହିଥିବା ବେଳେ ବର୍ଷା ପାଣି ଦ୍ୱାରା ରାସ୍ତାର ପିଚୁ ପର୍ଯ୍ୟନ୍ତ ନଷ୍ଟ ହୋଇ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଚେପଟିଆମ୍ବା ଗ୍ରାମକୁ ଯିବା ପାଇଁ ଗୋଟିଏ ମାତ୍ର ରାସ୍ତା ଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଅଧିକ ବର୍ଷା ହେଲେ କିଛିଦିନ ମଧ୍ୟରେ ବର୍ଷା ପାଣିରେ ରାସ୍ତାଟି ସମ୍ପୂର୍ଣ୍ଣ ଧୋଇ ହୋଇ ଯିବାର ଗ୍ରାମବାସୀ ଆଶଙ୍କା କରିଛନ୍ତି।ନାଲର ଅସାର ୧୨ ଫୁଟ ଥିବା ବେଳେ ଗଭୀର ୧୫ ଫୁଟ ରହିଥିବା ଗ୍ରାମବାସୀଙ୍କ କହିବା କଥା।ଯଦି ଅଧିକରୁ ଅଧିକ ପ୍ରବଲ ବର୍ଷା ହୁଏ ତେବେ ପାଣିରେ ରାସ୍ତା ଧୋଇ ଗଲେ ଚେପଟିଆମ୍ବା ଗ୍ରାମର ୨୮୦ ପରିବାର ଜଳ ବନ୍ଦୀ ହେବାର ସମ୍ଭାବନା ଦେଖା ଦେଇଛି।ତେଣୁ ଯୁଦ୍ଧକାଳୀନ ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେଇ ରାସ୍ତାଟିର ସମସ୍ୟାର ସମାଧାନ ପାଇଁ ଚେପଟିଆମ୍ବା ଗ୍ରାମବାସୀ ଦୈତାରୀ ଜାନୀ, ଘାସିରାମ ହରିଜନ,ରମେଶ ହରିଜନ,ଧବା ଜାନୀ,ମନଧର ଜାନୀ ପ୍ରମୁଖ ସ୍ଥାନୀୟ ସରପଞ୍ଚ, ଗୋଷ୍ଟୀ ଉନ୍ନୟନ ଅଧିକାରୀ ଏବଂ ଜ଼ିଲ୍ଲା ପ୍ରଶାସନ ପାଖରେ ଦାବି କରିଛନ୍ତି।

nis-ad
Leave A Reply

Your email address will not be published.