ଲକ୍ଷ୍ମୀ ବସଷ୍ଟାଣ୍ଡ ଭାଙ୍ଗିବା ଘଟଣାରେ ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ସରପଞ୍ଚ…

ଉମରକୋଟ /ଝରୀଗାଁ ( ୧୬/୦୭/୨୦୨୪)ଓଡ଼ିଶା ରାଜ୍ୟର ପୂର୍ବତମ ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଲକ୍ଷ୍ମୀ ବସର ଶୁଭାରମ୍ଭ କରି ରାଜ୍ୟର ପ୍ରତ୍ୟେକ ପଂଚାୟତରେ ଲକ୍ଷ୍ମୀ ବସ ଗଡ଼ିବା ପରେ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ପଂଚାୟତରେ ଲକ୍ଷ୍ମୀ ବସ ଷ୍ଟାଣ୍ଡ ତିଆରି କରିବାର ଏକ ଅନୁମତି ପ୍ରଦାନ କରିଥିଲେ ଏବଂ ଏହା ପରେ ଓଡ଼ିଶାର ପ୍ରତି ବ୍ଲକ ପଞ୍ଚାୟତରେ ଲକ୍ଷ୍ମୀ ବସଷ୍ଟାଣ୍ଡ ନିର୍ମାଣଧୀନ ପ୍ରୋଗତିରେ ଥିଲା ଓ ନିର୍ମାଣଧୀନ ହୋଇଥିଲା।ଖରା ହଉ ଅବା ବର୍ଷା, ଯାତ୍ରୀମାନେ ଯେପରି ସୁରକ୍ଷିତ ଭାବେ ବସଷ୍ଟାଣ୍ଡରେ ବସର ଅପେକ୍ଷା କରିବା ସହ ଅତି ସହଜରେ ମାତ୍ର( ୫/-) ପାଞ୍ଚ ଟଙ୍କାରେ ବ୍ଲକ ସଦର ମହକୁମାର ଯେ କୌଣସି ସ୍ଥାନକୁ ସୁବିଧାରେ ଯାତାୟାତ କରିପାରିବେ ତାହାର ସୁବ୍ୟବସ୍ଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ମୀ ବସ ଯୋଜନା ଅନେକ ଯାତ୍ରୀଙ୍କ ମୁଖରେ ହସ ଫୁଟେଇବାରେ ସକ୍ଷମ ପରିଲୋକ୍ଷିତ । ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକରେ ସର୍ବମୋଟ ୫୧ଟି ବସଷ୍ଟାଣ୍ଡ ନିର୍ମାଣ କରିବାକୁ ମଞ୍ଜୁର ହୋଇଥିବା ବେଲେ ସେଥି ମଧ୍ୟରୁ ୮ଗୋଟି ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଲେ ୧୭ଟି ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ପ୍ରୋଗତିରେ ଚାଲୁ ରହିଛି ଓ ୨୭ଟି ବସଷ୍ଟାଣ୍ଡର ଏଯାଏ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ପାଲିଆ ପଂଚାୟତର ପାଉରବେଲି ଛକରେ ତିଆରି ହୋଇଥିବା ଲକ୍ଷ୍ମୀ ବସଷ୍ଟାଣ୍ଡ ନିମ୍ନ ମାନର ହୋଇଥିବା ଅଭିଯୋଗ ହେବା ପରେ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶିତ ହୋଇଥିଲା କିନ୍ତୁ ଏହି ଅଭିଯୋଗ ଆସିବା ପରେ ତାକୁ ଖଣ୍ଡନ କରିଛନ୍ତି ସ୍ଥାନୀୟ ସରପଞ୍ଚ ଶ୍ରୀମତି ରାଧା ସାନ୍ତା।ଶ୍ରୀମତି ରାଧା ସାନ୍ତା ନିଜ ପ୍ରତିକ୍ରିୟାରେ କହିଛନ୍ତି କି, ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଠିକ ଠାକ ଥିଲା, ହେଲେ କିଛି ମୁଷ୍ଟିମେୟ ଖଲ ପ୍ରକୃତିର ଅସାଧୁ ଲୋକେ ନିର୍ମିତ ହୋଇଥିବା ବସଷ୍ଟାଣ୍ଡକୁ ଇଚ୍ଛାକୃତ ଭାବେ ଭଙ୍ଗାରୁଜା କରି ବ୍ଲକ ପ୍ରଶାସନ, ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କୁ ବଦନାମ କରିବା ପାଇଁ ଏକ ଯୋଜନାବଦ୍ଧ ଷଡଯନ୍ତ୍ର କରିଛନ୍ତି । ପତାକ୍ଷ କିମ୍ବା ପରୋକ୍ଷ ଭାବରେ ଦୋଷୀ ମାନଙ୍କ ଚିନ୍ନୀତ ଓ ତଦନ୍ତ କରି ତୁରନ୍ତ ଦୋଷୀ ମାନଙ୍କ ବିରୋଧ୍ୟରେ ଠୋସ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ଥାନୀୟ ବିଡ଼ିଓ ଙ୍କୁ ମଧ୍ୟ ଲିଖିତ ଆକାରରେ ଜଣେଇଥିବା ଶ୍ରୀମତି ରାଧା ସାନ୍ତା ପ୍ରକାଶ କହିଛନ୍ତି।ସରକାର କୋଟି କୋଟି ଟଙ୍କା ଜଣସାଧାରନର ସୁବିଧା ଓ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଅନୁମୋଦିତ କରୁଛନ୍ତି ତାହା ଯଦି ରାଜନୈତିକ କାରଣରୁ ନଷ୍ଟ ହୁଏ ତେବେ ଆପଣ କହିବେ କାହାକୁ। ଖବର ପ୍ରସାରଣ ପରେ ଲକ୍ଷ୍ମୀ ବସଷ୍ଟାଣ୍ଡ ଭାଙ୍ଗିବା ପ୍ରକୃତ ଦୋଷୀ ମାନଙ୍କୁ ପ୍ରଶାସନ ଚିନ୍ନୀତ କରି ପାରୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା।

nis-ad
Leave A Reply

Your email address will not be published.