ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଫୁଲବାଣୀରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ

ଫୁଲବାଣୀ: ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଫୁଲବାଣୀ ପକ୍ଷରୁ ବିଶ୍ୱ ଯୁବ ଦକ୍ଷତା ଦିବସ 2024 ପାଳିତ ହୋଇଯାଇଅଛି । ଏହି କାର୍ୟ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ତଥା ଆଶିଷ ଇଶ୍ୱର ପାଟିଲ, କନ୍ଧମାଳର ଡିସି ଆକ୍ସନ ଏଡ଼ ଇଣ୍ଡିଆ ଶ୍ରୀମତୀ ସନ୍ଧ୍ୟାରାଣୀ ମହାନ୍ତି , କନ୍ଧମାଳର DSWO କୃଷ୍ନା ପଣ୍ଡା , ଶ୍ରୀ ସୁବ୍ରତ ଦାସ,JDSDEO କନ୍ଧମାଳ, ନୀଳମାଧବ ମିଶ୍ର, ଆଇଏମ୍ସି ଅଧ୍ୟକ୍ଷ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଫୁଲବାଣୀ, ପ୍ରକାଶ ଚନ୍ଦ୍ର ସେଠୀ, ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଫୁଲବାଣୀର ଅଧ୍ୟକ୍ଷ ଏବଂ କର୍ମଚାରୀ ଓ ଛାତ୍ର ଛାତ୍ରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ଅନୁଷ୍ଠାନର ପ୍ରତିଭାବାନ ପ୍ରଶିକ୍ଷାର୍ଥୀମାନେ ସେମାନଙ୍କ ଅଭିନବ ଦକ୍ଷତା ଓ ଜ୍ଞାନର ପରିଚୟ ଦେଇ ପ୍ରକଳ୍ପ ଉପସ୍ଥାପନ କରି ଦିବସର ଶୁଭାରମ୍ଭ କରିଥିଲେ। ଏହା ପରେ ମାନ୍ୟବର ଜିଲ୍ଲାପାଳଙ୍କ ଦ୍ୱାରା ସ୍କିଲ୍ ଫାଉଣ୍ଟେନର ଉଦଘାଟନ କରାଇବା ସହିତ ଦକ୍ଷତା ବିକାଶ ଦିଗରେ ଅନୁଷ୍ଠାନର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଥିଲେ । ଦିନର କାର୍ଯ୍ୟକ୍ରମକୁ ଆଲୋକିତ କରିବା ପୁରସ୍କାର ବିତରଣ ସମାରୋହ ଥିଲା, ଯେଉଁଠାରେ ବିଭିନ୍ନ ପ୍ରତିଯୋଗିତାରେ ଉତ୍କର୍ଷତା ହାସଲ କରିଥିବା ଛାତ୍ରମାନେ ସେମାନଙ୍କର ପରିଶ୍ରମ ଏବଂ ନିଷ୍ଠା ପାଇଁ ପୁରସ୍କୃତ ହୋଇଥିଲେ l ଏହି ଉତ୍ସବଟି ଏକ ଉତ୍ସାହପୂର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସମାପ୍ତ ହୋଇଥିଲା l ଦକ୍ଷତା ବିକାଶ ମାଧ୍ୟମରେ ଯୁବକ ମାନଙ୍କୁ ସଶକ୍ତିକରଣ ଦିଗରେ ସରକାରୀ ଆଇଟିଆଇ ଫୁଲବାଣୀଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରି ଏହି କାର୍ଯ୍ୟକ୍ରମ ଏକ ବଡ଼ ସଫଳତା ଥିଲା l

nis-ad
Leave A Reply

Your email address will not be published.