ସ୍ୱାମୀ ର ପରକୀୟ ପ୍ରୀତ କୁ ବାରଣ କରିବାରୁ ସ୍ତ୍ରୀ କୁ ପିଟିଲା ସ୍ୱାମୀ : ଭାଇର ବର୍ବର ଅମାନୁଷିକ କାଣ୍ଡ ସହି ନ ପାରି ବଡ଼ ଭାଇ ଥାନାର ଦ୍ୱାରସ୍ତ…

ଉମରକୋଟ /ରାଇଘର(୧୫/୦୭/୨୦୨୪) ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଧୀନରେ ଥିବା ଉଦୟପୁର ଡିଏନକେ ଗ୍ରାମର କମଲ ମିସ୍ତ୍ରୀ ( ୪୪)ପିତା କାଲିପଦ ମିସ୍ତ୍ରୀ ବିଗତ ୧୧/୦୭/୨୦୨୪ ରିଖ ନିଜ ସ୍ତ୍ରୀକୁ ମାଡ଼ ମାରିବା ଫଳରେ ଗୁରୁତର ଅବସ୍ଥାରେ ଲହୁ ଲୁହାଣ ହୋଇ ସ୍ତ୍ରୀ ବର୍ତମାନ ଡାକ୍ତର ଖାନାରେ ଚିକିତ୍ସିତ।ସ୍ୱାମୀଙ୍କ ଅତ୍ୟଧିକ ପରକିୟା ପ୍ରୀତିର ସନ୍ଦେହକୁ ନେଇ ଉଭୟ ସ୍ୱାମୀ / ସ୍ତ୍ରୀ ମଧ୍ୟରେ ବିଗତ କିଛି ବର୍ଷ ଧରି କଳହ ହୋଇ ଆସୁଥିବା ବେଳେ ଗତକାଲି କମଲ ନିଜ ସ୍ତ୍ରୀକୁ ନିର୍ଦ୍ଧୂମ୍ ମାଡ଼ ମାରିଥିଲେ।
ସୂଚନା ପ୍ରକାରେ ବିରିପୁର ଡିଏନକେ ଗ୍ରାମର ଜଣେ ଝିଅ ବିଗତ ୨୦ବର୍ଷ ପୂର୍ବେ ଉଦୟପୁର ଡିଏନକେ ଗ୍ରାମର କମଲ ମିସ୍ତ୍ରୀ ଙ୍କୁ ପ୍ରେମ ବିବାହ କରିଥିଲେ ଓ ବିବାହର କିଛି ବର୍ଷ ପରେ ଅର୍ଥାତ ଆନୁମାନିକ ପ୍ରାୟ ୧୦ ବର୍ଷ ହେବ କମଲ ଅନ୍ୟ ମହିଳା ମାନଙ୍କ ସହ ସମ୍ପର୍କ ରଖିବା ନେଇ ସ୍ତ୍ରୀ ସନ୍ଦେହ କରି, ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ସବୁବେଳେ ଲାଗି ରହିଥିଲା। କମଲଙ୍କ ଏଭଳି କାମ କୁ ସ୍ତ୍ରୀ ବାରଣ କଲେ ମାରପିଟ ପର୍ଯ୍ୟନ୍ତ କଥା ଯାଉଥିଲା। କଥାରେ ଅଛି ” ସ୍ୱାମୀ କୁ ସ୍ତ୍ରୀ ବାଘ ମୁହଁରେ ଠେଲି ଦେବେ କିନ୍ତୁ ପର ସ୍ତ୍ରୀ କୁ କେବେ ବାଣ୍ଟିବେ ନାହିଁ ” ସ୍ୱାମୀ ହାଥରେ ମାଡ଼ ଖାଇ ମଧ୍ୟ ସ୍ତ୍ରୀ ଚୁପ ଥାଏ କାହିଁକି ନାଁ ତାର ସ୍ୱାମୀ କାଳେ ଭଲ ବାଟକୁ ଫେରେ। ବାରଂବାର ମାଡ଼ ଖାଇ ସ୍ୱାମୀର ଆଚରଣରେ କୌଣସି ପରିବର୍ତ୍ତନ ନ ହେବାରୁ ଶେଷରେ ନିରୁପାୟ ହୋଇ ସ୍ତ୍ରୀ ନିଜ ବାପ ଘରକୁ ଗତ କିଛି ମାସ ହେବ ଚାଲି ଯାଇଥିଲା। ତେବେ ଗତ ୧୧/୦୭/୨୦୨୪ ରିଖ ଦିନ ଦେଢଶୁରଙ୍କ ନୂତନ ଘର ଗୃହ ପ୍ରବେଶ ଥିବାରୁ କମଲ ଓ ତାଂକ ପରିବାର ସ୍ତ୍ରୀ କୁ ଡକାଇ ଥିଲେ। ସେଠାରେ ନିଜ ସ୍ତ୍ରୀ ସହିତ କମଲ କଥା ହେବାକୁ ଚେଷ୍ଟା କରିଥିଲେ ହେଁ ସ୍ତ୍ରୀ ଛାଡ଼ପତ୍ର ପାଇଁ ଆବେଦନ କରିଥିବା କହି କଥା ହେବେନି ବୋଲି କହିଥିଲା ଏଥିରେ ଉତକ୍ଷିପ୍ତ ହୋଇ ମନୁଷତ୍ୟକୁ ଜଳାଞ୍ଜୋଲି ଦେଇ ଅମାନୁଷରେ ପରିଣତ ହୋଇ କମଲ ନିଜ ସ୍ତ୍ରୀ କୁ କେଶ ଧରି ଜୋର ଜବରଦସ୍ତ ଘର ପଛପଟକୁ ନେଇ ପ୍ରଥମେ ଏକ ଚାପୁଡ଼ା ମାରିବା ଫଳରେ ସ୍ତ୍ରୀ ଚିତ୍କାର କରି ଅଚେତ ହୋଇ ଯାଇଥିଲେ। ଏହା ପରେ କମଲ ତାଙ୍କ ଜୀବନରେ ମାରି ଦେବି କହି ମୁହଁ ଓ ମୁଣ୍ଡ ରେ ମୁଥ ମାରିବା ଫଳରେ ଗୁରୁତର ହୋଇ ପଡ଼ିଥିଲେ। ଚିତ୍କାର ଶୁଣି ନିକଟରେ ଥିବା ଅନ୍ୟ ପରିବାର ଲୋକେ ଉଦ୍ଧାର କରି ତାଙ୍କୁ ରାଇଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆଣି ରେ ଭର୍ତ୍ତି କରିଥିଲେ । ସାନ ଭାଇର ବହୁ ପ୍ରତି ଏହି ପରି ବର୍ବର ଅମାନୁଷିକ ଅତ୍ୟାଚାର ସହି ନ ପାରି ବଡ଼ ଭାଇ ତପନ କୁମାର ମିସ୍ତ୍ରୀ ୧୨/୦୭/୨୦୨୪ ରିଖ ଏହି ଘଟଣାରେ ମର୍ମୋହତ ହୋଇ ରାଇଘର ଥାନାରେ ଏକ ଲିଖିତ ଅଭିଯୋଗ ସାନ ଭାଇ ବିରୁଦ୍ଧରେ କରିଛନ୍ତି। ରାଇଘର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରଘୁନାଥ ମାଝୀଙ୍କୁ ସହ ଯୋଗାଯୋଗ କରିବାରୁ, ଗତ ଛ ମାସ ତଳେ ଏହି ଘଟଣାକୁ ନେଇ ମହିଳା ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ ବୋଲି ପ୍ରକାଶ କରିଛନ୍ତି।ପୁଣି ଗତ ୧୧/୦୭/୨୦୨୪ ରିଖର ଘଟଣାକୁ ଗୁରର୍ତ୍ତର ସହିତ ନେଇ ଥାନାରେ ଏକ କେଶ ନମ୍ବର ୨୧୧/୨୦୨୪ ରେ ମାମଲା ରୁଜୁ କରାଯାଇଥିବା ବେଳେ କମଲ ମିସ୍ତ୍ରୀ ଫେରାର ଥିବା କହିଛନ୍ତି। ଅନ୍ୟପଟେ ବାରମ୍ବାର ମହିଳା ଜଣକ ଥାନାର ଦ୍ୱାରସ୍ଥ ହେଉଥିଲେ ମଧ୍ୟ ପୋଲିସ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି। ତୁରନ୍ତ ସଠିକ ପଦକ୍ଷେପ ନେବା ସହ କମଳକୁ ଗିରଫ କରିବା ପାଇଁ କୋମଳର ନିଜ ପରିବାର ତଥା ଆଖ ପାଖ ଗ୍ରାମବାସୀ ତଥା ଅଞ୍ଚଳବାସୀ ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.