ଛତ୍ରପୁର ଠାରେଭାରତୀୟ ମଜଦୁର ସଂଘର ସାଧାରଣ ବୈଠକ

ଛତ୍ରପୁର : ଛତ୍ରପୁର ମନୁମାନ ମନ୍ଦିର ପ୍ରାଙ୍ଗଣରେ ବିଏମ୍ଏସ୍ ଜ଼ିଲ୍ଲା ସଭାପତି ଡ଼ଃ ଭବାନୀ ଶଙ୍କର ଦାଶ ଙ୍କ ସଭାପତିତ୍ୱ ରେ ଭାରତୀୟ ମଜଦୁର ସଂଘ ର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀପ ପ୍ରଜଲନ ସହ ଏହି ବୈଠକ ପ୍ରାରମ୍ଭ କରାଯାଇଥିଲା । ଉକ୍ତ ବୈଠକ ଜ଼ିଲ୍ଲା ସମ୍ପାଦକ ଏବଂ ବ୍ଲକ ପ୍ରଭାରୀ ଶ୍ରୀ ଅର୍ଜୁନ ବେହେରା ଙ୍କ ଆଗ୍ରହ କ୍ରମେ ବ୍ଲକ କମିଟି ଘୋଷଣା ନିମନ୍ତେ ଡକାଯାଇଥିଲା । ଉକ୍ତ ବୈଠକରେ ବିଏମ୍ଏସ ଉପ-ସଭାପତି ଶ୍ରୀ ଅମ୍ବୁଜ ଚରଣ ସାହୁ, ଉପଦେଷ୍ଟା ଶ୍ରୀ ବୃନ୍ଦାବନ ବେହେରା ସମେତ ବ୍ଲକ ର କିଛି ପଂଚାୟତ ର କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ବୈଠକ ରେ ସଭାପତି, ଉପସଭାପତି ଏବଂ ଉପଦେଷ୍ଟା ସଂଗଠନ ର ଭୂମିକା, ଶୃଙ୍ଖଳା ଏବଂ ଏହାର ଅଭିବୃଦ୍ଧି ଲାଗି ମାର୍ଗଦର୍ଶନ କରିଥିଲେ ।

ସର୍ବ ସହମତି କ୍ରମେ ଚର୍ଚ୍ଚା ଆଲୋଚନା ପରେ ଜ଼ିଲ୍ଲା ସମ୍ପାଦକ ଶ୍ରୀ ବୃନ୍ଦାବନ ବେହେରା ଙ୍କୁ ବ୍ଲକ ର ସଭାପତି, କାର୍ଯ୍ୟକାରୀ ସଭାପତି ଭାବେ ଶ୍ରୀ ମନୋରଞ୍ଜନ ମହାପାତ୍ର, ଉପସଭାପତି ଭାବେ ଶ୍ରୀ ଗୋପାଳ ଦୋରା, ସମ୍ପାଦକ ଭାବେ N ପ୍ରଭାକର ରେଡ୍ଡୀ, ସହ ସମ୍ପାଦକ ଭାବେ ଶ୍ରୀ ରଜନୀ କାନ୍ତ ପଟନାୟକ ଓ ମହେନ୍ଦ୍ର ସାହୁ ଏବଂ ପ୍ରବାସୀ ଶ୍ରମିକ ସଂଘ ବ୍ଲକ ସଭାପତି ଭାବେ ଶ୍ରୀ ରାମକୃଷ୍ଣ ରେଡ୍ଡୀ ଙ୍କୁ ଘୋଷଣା କରିଥିଲେ । ପରିଶେଷରେ ସମ୍ପାଦକ ସମସ୍ତଙ୍କୁ ଆଗାମୀ ଦିନରେ ଛତ୍ରପୁର ବ୍ଲକ ନିଜ କାର୍ଯ୍ୟକ୍ରମ ଜରିଆରେ ଜ଼ିଲ୍ଲା ରେ ଅଗ୍ରଣୀ ବ୍ଲକ ଭାବରେ ପରିଗଣିତ କରିବା ଲାଗି ଆୱାନ କରିବା ସହ ଧନ୍ୟବାଦ ଦେଇ ସଭା ବିରତି ଘୋଷଣା କରିଥିଲେ ।

nis-ad
Leave A Reply

Your email address will not be published.