ଡାଲା ଅଟୋ ସହ ଟିଭିଏସ ଏକ୍ସଏଲ ମୁହିଁମୁହିଁ ଧକ୍କା, ଜଣେ ମୃତ ଜଣେ ଗୁରୁତର

ହିଞ୍ଜିଳିକାଟୁ : ବେଲଗାଁ ଥାନା ଗଣ୍ଡଳା ଝାଡଖଣ୍ଡି ନାଳ ନିକଟରେ ରବିବାର ଅପରାହ୍ନରେ ଡାଲା ଅଟୋ ସହ ଟିଭିଏସ ଏକ୍ସଏଲ ମୁହିଁମୁହିଁ ଧକ୍କା ଘଟିଛି । ଦୂର୍ଘଟଣାରେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣଙ୍କ ବ୍ରହ୍ମପୁର ସଦର ଥାନା କୁଠାରୀମନ୍ଦିର ସାହିର ପ୍ରସନ୍ନ କୁମାର ବାଡତ୍ୟା (୩୫) ଓ ସାଥୀ ଜଣଙ୍କ ବ୍ରହ୍ମପୁର ହଳଦିଆପଦର ଅଞ୍ଚଳର ସୁମେଶ ବାଡତ୍ୟା (୪୦) ବୋଲି ଜଣାପଡିଛି । ଖବର ପାଇ ବେଲଗାଁ ପୁଲିସ ଦୂର୍ଘଟଣା ସ୍ଥଳରେ ପହଞ୍ଚି ମୃତଦେକୁ ଜବତ କରିବା ସହ ଦୂର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରିଛି । ଏ ନେଇ ବେଲଗାଁ ଥାନାରେ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଯେ, ରବିବାର ଅପରାହ୍ନରେ ଗଣ୍ଡଳା ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ମାଲ ପରିବହନକାରୀ ଅଟୋ(ଓଡି୦୭ଏଏନ ୧୩୫୫) ସହ ବିପରୀତ ଦିଗରୁ ଆସୁଥିବା ଏକ ଟିଭିଏସ ଏକ୍ସଏଲ(ଓଆର୦୭ଏସ୍ ୯୧୦୨) ସହ ବେଲଗାଁ ଥାନା ଗଣ୍ଡଳା ଝାଡଖଣ୍ଡି ନାଳ ନିକଟରେ ମୁହାଁମୁହିଁ ଧକ୍କା ଘଟିଥିଲା । ଦୂର୍ଘଟଣାରେ ଏକ୍ସଏଲ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସାଥୀ ଜଣଙ୍କ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

nis-ad
Leave A Reply

Your email address will not be published.