ଦୁଇ ବାଇକ ମୁହାଁ ମୁହିଁ ଧକାରେ ୩ ଆହତ..

ମାଲକାନଗିରି : ମାଲକାନଗିରିର ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ମାଉଳିମା ଛକ ନିକଟରେ ଗତକାଲି ରାତ୍ର ପ୍ରାୟ ୮ଘଣ୍ଟିକା ସମୟରେ ଦୁଇ ବାଇକ ମୁହାଁ ମୁହିଁ ଧକା ହେବା ଫଳରେ ୩ଜଣ ଆହତ ହୋଇଛନ୍ତି । ପ୍ରତେକ୍ଷ ଦର୍ସୀଙ୍କ ସୂଚନା ମୁତବକ ଧୁରୁମା ଗୁଡା ସୋମନାଥ ମାଢି ଏବଂ ଧନ ନାଗ ହିରୋ ଡିଲକ୍ସନଂ ଓଡି୧୭ଆର୧୭୨୩ କୌଣସି କାର୍ଯ୍ୟରେ କୋରୁକୋଣ୍ଡା ଆସି ନିଜ ଗ୍ରାମକୁ ଫେରିବା ସମୟରେ ଆପାର ପାର୍ସ୍ୟରୁ ଅନୟଏକ ଗ୍ଲେମର ବାଇକ ନଂଓଡି୧୦ପି୧୫୧୨ରେ କୋଇଲି ପାରି ବିଡିଓ କୋଲନୀର ଅଜୟ ଭୂମିଆ ନିଜ ସାଙ୍ଗ ସହିତ କୋରୁକୋଣ୍ଡା ଅଭିମୁଖେ ଆସୁଥିବା ସମୟରେ କୋରୁକୋଣ୍ଡା ସଦର ମାଉଳିମା ଛକ ନିକଟ ରାସ୍ତା ଉପରେ ବହୁ ମାତ୍ରାରେ ବୁଲା ଗାଈ ଗୋରୁ ରାସ୍ତାକୁ ଅକ୍ତିଆର ରହିଥିବା କାରଣରୁ ବାଇକ ଚାଳକ ମାନେ ଉକ୍ତ ଗାଈ ଗୋରୁଙ୍କୁ ସାଇଟ କରି ଯିବା ସମୟରେ ଏହି ଦୃଘଟଣା ଘଟିଥିଲା । ଉକ୍ତ ସ୍ଥାନରେ ଥିବା ଲୋକ ମାନେ ତୁରନ୍ତ କୋରୁକୋଣ୍ଡା ଦମକଳ କେନ୍ଦ୍ରକୁ ଯୋଗା ଯୋଗ କରିଥିଲେ, ଖବର ପାଇ ଦମକଳ ବାହିନୀ ଘଟନା ସ୍ଥଳରେ ପହଞ୍ଚି ଆହତ ହୋଇଥିବା ତିନି ଜଣଙ୍କୁ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଠାରେ ଡାକ୍ତରସେମାଙ୍କୁ ପ୍ରଥମିକ ଚିକିଶ୍ଚ କରିବା ପରେ ତିନି ଆହତଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଥିଲେ । ସୂଚନା ଥାଉକି କୋରୁକୋଣ୍ଡା ବ୍ଲକ ସଦର ହେତୁ ସମସ୍ତ ବ୍ଲକ ଅଧିକାରୀ ମାନେ ପ୍ରତେକ ଦିନ ଏହି ରାସ୍ତା ଦେଇ ଯିବା ଆସିବା କରୁଥିଲା ବେଳେ ପ୍ରତେକ ସନ୍ଧ୍ୟାରେ ରାଜରାସ୍ତାରେ ବୁଲା ଗାଈ ଗୋରୁମାନଙ୍କର ଉପଦ୍ରବ ଦେଖୁଛନ୍ତି କିନ୍ତୁ ଏନେଇ କୌଣସି ପଦକ୍ଷେପ ନେଉଆ ନାହାନ୍ତି । ତାସହିତ କୋରୁକୋଣ୍ଡା ପୁରା ଗ୍ରାମକୁ ଅନ୍ଧକାର ନିଜ କବଳରେ ରଖିଛି । ରାସ୍ତା କଡରେ ଥିବା ବିଜୁଳି ବତୀ ଖୁଣ୍ଟାରେ ବିଭିନ୍ନ ସମୟରେ ଗ୍ରାମ ପଞ୍ଚାଯତ ତରଫରୁ ବିଜୁଳି ବତୀ ସଂଯୋଗ କରାଯାଇ ମାତ୍ର କିଛି ଦିନ ଆଲୋକି କାରଣ କରାଯାଉଛି ତାପରେ ଯେଉଁ ଅନ୍ଧାରକୁ ସେହି ଅନ୍ଧାର ଭୋଗୁଛନ୍ତି ଗ୍ରାମ ବାସୀ । ଏଣୁ ଆଗାମୀ ଦିନରେ ଏହିପରି ଭାବେ ଦୃଘଟଣାକୁ ରୋକିବା ପାଇଁ ରାସ୍ତାରେ ରହୁଥିବା ବୁଲା ଗାଈ ଗୋରୁଙ୍କ ବିଷୟ ଚିନ୍ତା କରିବା ସହିତ ରାସ୍ତା କଡରେ ଲାଗିଥିବା ଲାଇଟ ଗୁଡିକୁ ବିଦ୍ୟୁତ ସଂଯୋଗ କରିବାକୁ ଆଞ୍ଚଲ ବାସୀ ଅନୁରୋଧ କରିଛନ୍ତି ।

nis-ad
Leave A Reply

Your email address will not be published.