ପ୍ରାକ୍ ବଜେଟ୍ ପରାମର୍ଶ ବୈଠକରେ ମୁଖ୍ୟମନ୍ତ୍ରୀ, କହିଲେ- ଜନତାଙ୍କ ମତାମତକୁ ଦୃଷ୍ଟିରେ ରଖି କରାଯାଇଛି ବଜେଟ 

ଭୁବନେଶ୍ୱର :  ଲୋକସେବା ଭବନ କନଭେନସନ ସେଣ୍ଟରରେ ଶେଷ ହୋଇଛି ପ୍ରାକ ବଜେଟ ପରାମର୍ଶ ବୈଠକ ।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା ।  ପ୍ରାକ ବଜେଟ ଶେଷ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟାରେ କହିଛନ୍ତି ସାଧାରଣ ଜନତାଙ୍କ ମତାମତକୁ ଆଖିରେ ରଖି ଏହି ବଜେଟ କରାଯାଇଛି । ୨୦୨୪ ଆର୍ଥିକ ବଜେଟ ଆଗାମୀ ୨୫ ତାରିଖରେ ବିଧାନସଭାରେ ଉପସ୍ଥାପିତ କରାଯିବ । ଆମର ବଜେଟ ବାସ୍ତବିକ ଲୋକଙ୍କର ବଜେଟ ହୋଇ ଉପସ୍ଥାପନ ହୋଇପାରିବ ।  ସମସ୍ତଙ୍କର ଆଶାକୁ ପ୍ରତିଫଳିତ କରିପାରିବ ସେଥିପାଇଁ ଏ ଉଦ୍ୟମ ଜାରି ରହିଛି । ଏଥିପାଇଁ ଅନଲାଇନ ମାଧ୍ୟମରେ ମଧ୍ୟ ମତାମତ ଲୋଡାଯାଇଛି । ମତାମତ ଲୋଡିବା ପରେ ,ସମସ୍ତେ ଅତି ସୁଖଦ ଭାବରେ ମତାମତ ଆସିଛି ଲୋକ ଏଥିରେ ୧୨ ହଜାରରୁ ଅଧିକ ଲୋକ ମତାମତ ଦେଇଛନ୍ତି ।

ଅନ୍ୟପଟେ ଆସନ୍ତା ୨୫ରେ ଆସିବ  ବିଜେପି ସରକାରଙ୍କ ପ୍ରଥମ ବଜେଟ  । ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ  ଉପସ୍ଥାପନ  କରିବେ ।   ଏହାପୂର୍ବରୁ ଆଜି ଲୋକସେବା ଭବନରେ ପ୍ରାକ ବଜେଟ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଛି ।  ଗତକାଲି ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ବିଭିନ୍ନ ବିଭାଗର ସଚିବଙ୍କ ସହ ଏନେଇ ଆଲୋଚନା କରିଥିଲେ ।  ପୂର୍ବରୁ ରାଜ୍ୟ ବଜେଟ୍ ପାଇଁ ଓଡ଼ିଶାବାସୀଙ୍କ ମତାମତ ଲୋଡ଼ିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

nis-ad
Leave A Reply

Your email address will not be published.