ସାଙ୍ଗ ଘରୁ ସାଙ୍ଗର ଝୁଲନ୍ତା ମୃତଦେହ ଉଦ୍ଧାର

ସୁବର୍ଣ୍ଣପୁର: ସୋନପୁର ସହରର ପଟାଭାଡି ପଡାରେ ଜଣେ କଲେଜ ଛାତ୍ରଙ୍କ ଆତ୍ମହତ୍ୟା। ଛାତ୍ର ଜଣକ ବିନିକା ବ୍ଲକ କଣ୍ଟାପାଲି ଗାଁର ହୋଇଥିବା ବେଳେ ସେ ସୋନପୁର ରାଜ କଲେଜର ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ବୋଲି ଜଣାପଡିଛି। ସେ ହେଉଛନ୍ତି କଣ୍ଟାପାଲି ଗାଁର ଋତୁରାଜ ସା।

ସୂଚନା ଅନୁସାରେ ଗତକାଲି କଲେଜର ବିଦାୟ ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ଋତୁରାଜ ଓ ତାଙ୍କର ଜଣେ ସାଙ୍ଗ ମିସି ନିଜ ଭଡା ଘରକୁ ଆସି ଶୋଇଥିଲେ। ରାତ୍ରୀରେ ଋତୁରାଜ ଘରର ରନ୍ଧା ଘରର ଆଜବେଷ୍ଟର ପାଇପରେ ଏକ ଶୋଇବା କାନ୍ଥର ଖୋଳକୁ ନେଇ ଫାନ୍ଦ କରି ଆତ୍ମହତ୍ୟା କରିଛନ୍ତି।

ସକାଳୁ ତାଙ୍କ ସାଙ୍ଗ ଦେଖିବା ପରେ ସୋନପୁର ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ସହିତ ଉକ୍ତ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ। ତେବେ ଛାତ୍ର ଜଣଙ୍କ ଏପରି ନିଷ୍ପତ୍ତି କାହିଁକି ନେଲେ, ଆତ୍ମହତ୍ୟା ପଛର କାରଣ କଣ ତାହା ସ୍ପଷ୍ଟ ହୋଇନାହିଁ।

nis-ad
Leave A Reply

Your email address will not be published.