ପହଣ୍ଡି ବେଳର ଅଘଟଣକୁ ନେଇ ବଡ ବୟାନ ଦେଲେ ଆଇନ ମନ୍ତ୍ରୀ

ପୁରୀ: ମଙ୍ଗଳବାର ପହଣ୍ଡିବେଳେ ଚାରମାଳରୁ ଖସିପଡିଥିଲେ ମହାପ୍ରଭୁ ବଳଭଦ୍ର । ଯାହାକୁ ନେଇ ବଡ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଏନେଇ ମନ୍ତ୍ରୀ କହିଛନ୍ତି, ଏହା ଲୀଳାମୟଙ୍କ ଲୀଳା। ଆହତ ସେବାୟତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି। ଆଗକୁ ଶୃଙ୍ଖଳିତ ନୀତି ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ବାହୁଡା ପାଇଁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯିବ ।

ଅଣସେବାୟତଙ୍କୁ ନେଇ ମନ୍ତ୍ରୀ କହିଛନ୍ତି, ଅଣସେବାୟତ ଉପସ୍ଥିତ ଥିବା ନେଇ କିଛି ଠୋସ୍ ଅଭିଯୋଗ ଆସିନି । ପ୍ରାୟ ଅଣସେବାୟତ ରଥରେ ନଥିଲେ ବୋଲି ଆଶା । କିନ୍ତୁ ମନ୍ଦିର ଭିତରେ ପହଣ୍ଡି ସମୟରେ କିଛି ଅଣସେବାୟତ ପ୍ରବେଶ କରିବା ଯୋଗୁ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ତର୍କ ବିତର୍କ ହୋଇଥିଲା ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ରିପୋର୍ଟ ଦିଆସରିଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ଆହତଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଛନ୍ତି ।

ତେବେ କହିରଖୁଛୁ, ଆଡପ ମଣ୍ଡପ ପହଣ୍ଡି ବିଜେ ବେଳେ ଚାରମାଳରୁ ଖସି ମହାପ୍ରଭୁ ବଳଭଦ୍ର ହାମୁଡେଇ ପଡିଥିଲେ । ଯାହାର କାରଣ ଅଣସେବାୟତ ଓ ଅନଭିଜ୍ଞ, ଯୁବକ ସେବାୟତଙ୍କୁ ଦାୟୀ କରାଯାଉଛି। ସେପଟେ ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ସେବାୟତ ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି, ରଥ ଉପରେ ଆବଶ୍ୟକତାଠାରୁ ଅଧିକ ସେବାୟତ ରହୁଛନ୍ତି । ଅଧିକ ସେବାୟତ ଥିବାରୁ ଏପରି ଅଘଟଣ ଘଟିଛି। ଯେଉଁ ସେବାୟତଙ୍କର ପହଣ୍ଡି ସେବାରେ ନାହାଁନ୍ତି ସେମାନେ ଆସି ପହଣ୍ଡି କରୁଛନ୍ତି ବୋଲି ସେ ବଡ ଅଭିଯୋଗ କରିଥିଲେ ।

nis-ad
Leave A Reply

Your email address will not be published.