ଦାନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ, ଯୋଗ ଦେଲେ ବିଧାୟକ…


ଚିକିଟି,: ଚିକିଟି ବ୍ଲକ୍ ର ଗିରିଶୋଲା କ୍ଲଷ୍ଟର ଅନ୍ତର୍ଗତ ଦାନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଫୁଲ୍ଲ କୁମାର ଜାନିଙ୍କ ତତ୍ତ୍ଵାବଧାନରେ ବନ ମହୋତ୍ସବ ସପ୍ତାହ କାର୍ଯ୍ୟ ପାଳନ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ଚିକିଟି ବିଧାୟକ ମାନ୍ୟବର ମୋନୋରଞ୍ଜନ ଦ୍ୟାନ ସାମନ୍ତରା ଓ ରେଣୁ ବାବୁ ଯୋଗ ଦେଇଥିଲେ l ଗିରିସୋଲା କ୍ଲଷ୍ଟର୍ ସି.ଆର୍.ସି.ସି ଶ୍ରୀ ବଦ୍ରିନାରାୟଣ ପଣ୍ଡା ଅନ୍ୟତମ ଅତିଥି ଯୋଗ ଦେଇଥିଲେ l ଚିକିଟି ବିଧାୟକଙ୍କ ଦ୍ଵାରା ବିଦ୍ୟାଳୟର ସାପଟା, ପିଜୁଳି, ଲେମ୍ବୁ, ତେଜପତ୍ର, ନିମ୍ବ, ଆମ୍ବୃତଭଣ୍ଡା ଚାରା ରୋପଣ କରାଯାଇଥିଲା l ବିଦ୍ୟାଳୟର କାର୍ଯ୍ୟ ଓ ଛାତ୍ରଛାତ୍ରୀଙ୍କ ବିଷୟରେ ବିଧାୟକ ପଚାରି ବୁଝିଥିଲେ l ବିଦ୍ୟାଳୟରେ ଶ୍ରେଣୀ ଗୃହର ଅଭାବ ଓ ସ୍ଵତନ୍ତ୍ର ଶୌଚାଳୟ ନିର୍ମାଣ କରାଯିବ ବୋଲି କହିଥିଲେ l ବିଦ୍ୟାଳୟର ବଗିଚା ଓ ପାକଶାଳl ଉଦ୍ୟାନ ଦେଖି ଖୁସି ହେଇଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏହି କାର୍ଯ୍ୟ ରେ ସୋହୋଯୋଗ କରିଥଲେ l

nis-ad
Leave A Reply

Your email address will not be published.