କୋଳି ଖାଇ ମଞ୍ଜି ପୋତିଛନ୍ତି ଜିଲ୍ଳା ମୁଖ୍ୟ ଡାକ୍ତରଖାନା ର ଆଧିକାଂଶ କର୍ମଚାରୀ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବଡ଼ ମେଡିକାଲର ସମସ୍ତ କର୍ମକର୍ତ୍ତା ଦୀର୍ଘ ବର୍ଷ ଧରି ଗୋଟିଏ ସ୍ଥାନରେ ଏବଂ ଗୋଟିଏ ପଦବୀରେ ରହି ଆସୁଥିବାରୁ ଚିକିତ୍ସା ଏବଂ ମେଡିକାଲର ସମସ୍ତ କାର୍ଯ୍ୟ ବାଟମାରଣା ହେଉଥିବା ସର୍ବସାଧାରଣରେ ଚର୍ଚ୍ଚା ଚାଲିଛି l ଉପରସ୍ଥ ଅଧିକାରୀ ମାନଙ୍କ ଯୋଗୁଁ ଗରିବ ଓ ସାଧାରଣ ଜନତା ହଇରାଣ ଶିକାର ହେଉଥିବାର ବହୁତ୍ ସମୟରେ ଦେଖିବାକୁ ମିଳୁଛି l ଏପରିକି
ବିଭିନ୍ନ ରକ୍ତ, ମଳ ମୂତ୍ର ଓ ଅନ୍ୟାନ୍ୟ ପରିକ୍ଷା ନିରୀକ୍ଷା ରେ ମଧ୍ୟ କର୍ମକର୍ତ୍ତା ଓ କର୍ମଚାରୀ ମାନେ ସଠିକ ପରିକ୍ଷା ନକରି ରିର୍ପୋଟ ଦେଉଥିବା ଅଭିଯୋଗ ହେଉଛି । ଦୂର ଦୂରାନ୍ତରୁ ଆସୁଥିବା ରୋଗୀ ଓ ସେମାନଙ୍କ ପରିଜନ ମାନଙ୍କୁ ଘଣ୍ଟା ଘଣ୍ଟା ଧରି ଧାଡିରେ ଠିଆ ହୋଇ ରିର୍ପୋଟ ପାଇବାରେ ସମାସ୍ୟ ସୃଷ୍ଟି କରାଯାଉଥିବା ଗୃରୁତର ଅଭିଯୋଗ ହେଉଛି ।
ଯାହା ଫଳରେ ଜିଲ୍ଲାର ବିଭିନ୍ନ ଦୂର ଦୂରାନ୍ତ , ଆସୁଥିବା ରୋଗୀ ମାନେ ଘରୋଇ ପରିକ୍ଷାଗାରରେ ସଠିକ ପରିକ୍ଷା ରିର୍ପୋଟ ପାଇବା ପାଇଁ ବାଧ୍ୟ ହେଉଛନ୍ତି ।ଜିଲ୍ଲା ସଦର ମହାକୁମା ହସପିଟାଲରେ ଅନିୟମିତତା,ଅସଞ୍ଜତ ଭାବରେ ବିଭିନ୍ନ ଚିକିତ୍ସା ଚାଲିଛି ।ଜିଲ୍ଲା ପ୍ରଶାସନ ଓ ନବ ନିର୍ବାଚିତ ଜନ ପ୍ରତିନିଧି ମାନେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ,ଦୀର୍ଘ ଦିନ ଧରି ସଦର ଡାକ୍ତର ଖାନାରେ ଆଡା ଜମାଇ ଥିବା କର୍ମଚାରୀ ମାନଙ୍କୁ ଅନ୍ୟତ୍ର ଅଦଳି ,ବଦଳି ପାଇଁ ରୋଗୀ ପରିଜନ ମାନେ ଦାବି କରିଛନ୍ତି । ଏଥିସହିତ ସିଡିଏମ୍ଓ କୌଣସି ସୁଫଳ ଦାୟିତ୍ଵ ନେଉ ନଥିବାରୁ ଏଥିରେ ଜିଲ୍ଲାପାଳ ଓ କନ୍ଧମାଳ ସାଂସଦ ଓ ବିଧାୟକ ମାନେ ଏଥିପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ନିହାତି ଆବଶ୍ୟକ ବୋଲି ବରିଷ୍ଠ ସାମ୍ବାଦିକ ଓ ବୁଦ୍ଧିଜିବୀ ମାନେ ଜିଲ୍ଲା ନାଗରିକ ମଞ୍ଚରେ ପ୍ରକାଶ କରିଛନ୍ତି l ଆଗକୁ କି ପଦକ୍ଷେପ ନିଆଯାଉଛି ଦେଖିବାକୁ ବାକି ରହିଲା l

nis-ad
Leave A Reply

Your email address will not be published.