କୃଷ୍ଣପୁର ହାଇସ୍କୁଲରେ ବନ ମହୋତ୍ସବ ପାଳନ

ଚିକିଟୀ : ୭୫ ତମ ବନ ମହୋତ୍ସବ ପାଳନ ଅବସରରେ ଫୋକସ ପ୍ଲସ ନିୟୁଜ ଚାନେଲ ପକ୍ଷରୁ ଆଜି ଚିକିଟୀ ବ୍ଲକ କୃଷ୍ଣପୁର ହାଇସ୍କୁଲ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଫୋକସ ପ୍ଲସ ଗଞ୍ଜାମ ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର ମହାପାତ୍ର ଙ୍କ ପ୍ରତେକ୍ଷ୍ୟ ତତ୍ୱାବଧାନରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ଚିକିଟୀ ତହସିଲଦାର ବଳଦେବ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଆରସିସି ନିଗମାନନ୍ଦ ପଣ୍ଡା,ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର କୁମାର ମିଶ୍ର, ରାଜଗୋପାଳ ପାଢ଼ୀ,ସ୍ଥାନୀୟ ପ୍ରଧାନ ଶିକ୍ଷକ ମଦନ ମୋହନ ରଥ, ଚିକିଟୀ ପ୍ରେସକ୍ଲବ ସଭାପତି ସୁରେନ୍ଦ୍ର ନାଥ ପଣ୍ଡା ଉପସ୍ଥିତ ରହି ଜଗନ୍ନାଥ ଙ୍କ ଫୋଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ବଳନ କରିବା ସହ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।
କଦମ୍ବ, ଆମ୍ବ, ନିମ୍ବ ସମେତ ବହୁ ଔଷଧୀୟ ବୃକ୍ଷ ବିଦ୍ୟାଳୟ ପରିସରରେ ରୋପଣ କରାଯାଇଥିଲା।

ଏ ଧରା ପୃଷ୍ଠକୁ ସବୁଜ ବଳୟ କରିବା ଲାଗି ଫୋକସ ପ୍ଲସ ନିୟୁଜ ଚାନେଲ ର ଏଭଳି ଅଭିନଵ ପ୍ରୟାସ କୁ ଉପସ୍ଥିତ ଅତିଥିମାନେ ପ୍ରଶଂସା କରିବା ସହିତ ବୃକ୍ଷରୋପଣ ର ମହତ୍ତ୍ୱ ଉର୍ଦ୍ଧେଶ୍ୟ ସମ୍ପର୍କରେ ନିଜର ଅଭିଭାଷଣ ରଖିବା ସହିତ ବୃକ୍ଷରୋପଣ ପରେ ତାର ଯତ୍ନ ନେବାକୁ ଛାତ୍ର ଛାତ୍ରୀ ଓ ବିଦ୍ୟାଳୟ ର କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଚିକିଟୀ ପ୍ରେସ କ୍ଲବ ସମ୍ପାଦକ ତ୍ରିପତି ସାହୁ, ସାମ୍ବାଦିକ ଅକ୍ଷୟ କୁମାର ସାହୁ, ହରିଶ୍ଚନ୍ଦ୍ର ସେଠୀ,ବିଦ୍ୟାଳୟ ର ସହକାରୀ ଶିକ୍ଷକ ଏମ ଗୋପାଳ, ଅକ୍ଷୟ କୁମାର ସାହୁ,ସରିତା କୁମାରୀ, ପୂର୍ଣ୍ଣଚନ୍ଦ୍ର ସାହୁ, ଟି ସାନ୍ଧ୍ୟରାଣୀ, ଯମୁନା କୁମାରୀ ଦେବୀ,ଜୁର ପ୍ରସାଦ ଗୌଡ଼, ସନ୍ଧ୍ୟାରାଣୀ ମହାରଣା,ପ୍ରତାପ ଚନ୍ଦ୍ର ସାହୁ, ଦେବ ପ୍ରସାଦ ପାଢ଼ୀ, ସୁଭାଷିନୀ ପଟ୍ଟନାୟକ, ଆରତୀ ସାହୁ,ସୁରେଶ କୁମାର ରାଉଳ,ବିଶ୍ଵନାଥ ପ୍ରଧାନ, ମିସ ଶିବାନୀ ବିଷୋୟୀ ଓ ଶ୍ରୀନିବାସ ଆଚାରୀ ଙ୍କ ସମେତ ଫୋରେଷ୍ଟ ଗାର୍ଡ ଗଣେଶ ଗୌଡ଼, ମୁନା ଗୌଡ଼ ଓ ବନ କର୍ମଚାରୀ ସହଯୋଗ କରିଥିବା ବେଳେ ବିଦ୍ୟାଳୟ ର ବହୁ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ।

nis-ad
Leave A Reply

Your email address will not be published.