ମାନ୍ୟବର ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡଙ୍କୁ ଜିଲ୍ଲା ମିଳିତ ଅମଲା ସଙ୍ଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା…

ମାଲକାନଗିରି : ୦୯/୦୭/୨୦୨୪ ତାରିଖ ସକାଳ ୯ ଘଟିକା ସମୟରେ ମିଳିତ ଅମଲା ମଞ୍ଚ, ମାଲକାନଗିରି ଜିଲ୍ଲା ଶାଖାର ଏକ ପ୍ରତିନିଧି ଦଳ ଜିଲ୍ଲା ସର୍କିଟ ହାଉସ ଠାରେ ଓଡିଶା ସରକାରଂକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜନଜାତି,ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ଲୋକସଭା ସାଂସଦ ଶ୍ରୀଯୁକ୍ତ ବଳଭଦ୍ର ମାଝୀ ଓ ମାଲକାନଗିରି ବିଧାୟକ ଶ୍ରୀଯୁକ୍ତ ନରସିଂହ ମାଡ଼କlମି ମହୋଦୟ ଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ଏକମାତ୍ର ଦାବୀ ସମ୍ପର୍କିତ ଏକ ଦାବୀ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ପ୍ରଦାନ କରାଯାଇଥିଲା ସମସ୍ତେ ଆମ ଦାବୀ ବିଷୟରେ ଅବଗତ ହେବା ସହ ଏହାକୁ ରଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଆମକୁ କହିଥିଲେ। ଏହି ସମୟରେ ମିଳିତ ଅମଲା ମଞ୍ଚର ଜିଲ୍ଲା ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀ ନାରାୟଣ ସେଠୀ, ଜିଲ୍ଲା ଆବାହକ ଶ୍ରୀ ଶ୍ୟାମ ସୁନ୍ଦର ନାୟକ, ଅମଲା ସଂଘର ଜିଲ୍ଲା ସମ୍ପାଦକ ଶ୍ରୀ ଲକ୍ଷ୍ମୀଧର ଦାଶ, ରାଜସ୍ୱ ଅମଲା ସଂଘର ଜିଲ୍ଲା ସଭାପତି ଶ୍ରୀ ଚିଲ୍ଲିପ କ୍ରିଷ୍ଣା ରାଓ, ଜିଲ୍ଲା ସମ୍ପାଦକ ଶ୍ରୀ ଦିଲ୍ଲୀପ କୁମାର ନାୟକ, ଟ୍ରେଜେରି ଅମଲା ସଂଘର ଜିଲ୍ଲା ସମ୍ପାଦକ ଶ୍ରୀ ପ୍ରସନ୍ନ କୁମାର ନାୟକ, ନିବନ୍ଧନ ଅମଲା ସଂଘର ଜିଲ୍ଲା ସମ୍ପାଦକ ଶ୍ରୀ ଦୁର୍ଗା ପ୍ରସାଦ ପଟ୍ଟନାୟକ, ରାଜସ୍ୱ ଅମଲା ସଂଘର ସଙ୍ଗଠନ ସମ୍ପାଦକ ଶ୍ରୀ ଟୁକୁନା ପଢ଼ିଆରି, ଶ୍ରୀ ରଘୁନାଥ ବେହେରା ଓ ଶ୍ରୀ ଦିବ୍ୟସିଂହ ପାଇକରାୟଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ। ମନ୍ତ୍ରୀ, ସାଂସଦ, ବିଧାୟକ ମାନେ ଜିଲ୍ଲା ଗସ୍ତ ସମୟରେ ସମସ୍ତ ଜିଲ୍ଲାରେ ଏହିଭଳି ଦାବୀ ପତ୍ର ପ୍ରଦାନ କରି ସରକାରଂକ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରଚେଷ୍ଟା କରିବାକୁ ଆମ ଜିଲ୍ଲା ତତଫରୁ ସମସ୍ତକୁ ଅନୁରୋଧ କରାଗଲା ।

nis-ad
Leave A Reply

Your email address will not be published.