ରାଣୀଗୁମ୍ଫା ବୁଲିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଅତ୍ୟନ୍ତ ଆଗ୍ରହର ସହ ଉଦୟଗିରି କୀର୍ତ୍ତିରାଜି ପରିଦର୍ଶନ କରିଛନ୍ତି ରାଷ୍ଟ୍ରପତି । ମୁଖ୍ୟତଃ ରାଣୀ ଗୁମ୍ଫା ପରିଭ୍ରମଣ କରିଛନ୍ତି ମହାମହିମ । ରାଣୀ ଗୁମ୍ଫାର ଉପର ମହଲା ଏବଂ ତଳ ମହଲା ବୁଲି ଦେଖିଲେ ଦ୍ରୌପଦୀ ମୁର୍ମୁ । ରାଣୀ ଗୁମ୍ଫାର କଳା କୀର୍ତ୍ତି ସବୁ ଅବଲୋକନ କଲେ । ଉଦୟଗିରି ଅଗଣାରେ ଛିଡା ହୋଇ ହାତୀ ଗୁମ୍ଫା ଶିଳା ଲେଖ ଦେଖିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କୁ ଉଦୟଗିରିର ଗୁମ୍ଫା ଏବଂ ହାତୀ ଗୁମ୍ଫା ଶିଳା ଲେଖା ପରିଭ୍ରମଣ କରାଇବା ପାଇଁ ଏଏସଆଇ ଅଧିକାରୀଙ୍କୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିଲା ଦାୟିତ୍ଵ ।

ଏହାପରେ ଉଦୟଗିରି ଗୁମ୍ଫା ସମ୍ମୁଖରେ ବି.କେ. କଲେଜ ଅଫ ଆର୍ଟସ ଏବଂ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି ମହାମହିମ । ପିଲା ମାନଙ୍କୁ ଭବିଷ୍ୟତ ପାଇଁ ବିଭିନ୍ନ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି । ବି.କେ. କଲେଜ ଅଫ ଆର୍ଟସର ଛାତ୍ରଛାତ୍ରୀମାନେ ଆଙ୍କିଥିବା ଫଟୋ ଚିତ୍ର ଉପହାର ଭାବେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି । ଫଟୋ ପଛ ପଟେ ନାମ ଏବଂ ଠିକଣା ଲେଖି ଦେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ କହିଲେ ମହାମହିମ । ୩୦ ଘଣ୍ଟା ଧରି କଠିନ ପରିଶ୍ରମ କରି କୋଇଲା ବ୍ୟବହାର କରି ରାଷ୍ଟ୍ରପତିଙ୍କ ଚିତ୍ର ଆଙ୍କିଥିଲେ ଛାତ୍ରୀ ମଧୁସିକ୍ତା ତନୟା ସିଂହ । ସେହିପରି ବିଭିନ୍ନ ରକମର ଖାଦ୍ୟ ଶସ୍ୟ ବ୍ୟବହାର କରି ଦ୍ରୌପଦୀ ମୁର୍ମୁଙ୍କ ଅତି ସୁନ୍ଦର ଫଟୋ ଚିତ୍ର ଆଙ୍କିଥିଲେ ବି.କେ. କଲେଜ ଅଫ ଆର୍ଟସ ଆଣ୍ଡ କ୍ରାଫ୍ଟସର ଛାତ୍ର ମାର୍କଣ୍ଡ ସାଗର । ଚଣା, ହରଡ ଡାଲି, ମୁଗ ଡାଲି, କଳା ଜିରା, ଧଳା ସୋରିଷ, ଧାନ ଭଳି ଫସଲରେ ତିଆରି ହୋଇଥିଲା ଫଟୋ ଚିତ୍ର । ଅତ୍ୟନ୍ତ ଖୁସିର ସହ ଏହି ଫଟୋ ଚିତ୍ରକୁ ରାଷ୍ଟ୍ରପତି ଉପହାର ଭାବେ ଗ୍ରହଣ କଲେ ।

nis-ad
Leave A Reply

Your email address will not be published.