ଶରଧାବାଲିରେ ପହଞ୍ଚିଲା ୩ ରଥ

ପୁରୀ: ଶ୍ରୀ ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚିଲା ନନ୍ଦିଘୋଷ ରଥ । ପୂର୍ବରୁ ତାଳଧ୍ୱଜ ଓ ଦର୍ପଦଳନ ରଥ ପହଞ୍ଚିଛି । ଏବେ ଶରଧା ବାଲିରେ ୩ ରଥ ସମାନ ହୋଇ ଛିଡା ହୋଇଛନ୍ତି । ୩ ଠାକୁରଙ୍କୁ ଦେଖିବାକୁ ଭକ୍ତମାନେ ଗୁଣ୍ଡିଚା ମନ୍ଦିର ପାଖରେ ଭିଡ ଜମାଇଛନ୍ତି । ଜୟ ଜଗନ୍ନାଥ ନାରାରେ ପ୍ରକମ୍ପିତ ହୋଇଛି ଶରଧାବାଲି ।

ରଥ ଯାତ୍ରା ପାଇଁ ଆଜି ଜନସମୁଦ୍ର ପାଲଟିଥିଲା ଶ୍ରୀକ୍ଷେତ୍ର । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଜନସମୁଦ୍ର ସୃଷ୍ଟି କରିଥିଲା ବଡଦାଣ୍ଡରେ । ଆଜି ଭକ୍ତ ଭଗବାନଙ୍କ ମଧ୍ୟରେ ଅପୂର୍ବ ମିଳନ ଦେଖିବାକୁ ମିଳିଛି । ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ଘର‌େ ପହଞ୍ଚିଛନ୍ତି ମହାପ୍ରଭୁ । ଶ୍ରଦ୍ଧାର ଦଉଡିରେ ତିନି ଠାକୁରଙ୍କ ରଥକୁ ଟାଣି ଟାଣି ଆଣିଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ।

ଉଲ୍ଲ‌େଖଯୋଗ୍ୟ, ଚଳିତ ଥର ରଥଯାତ୍ରା ଟିକେ ସ୍ବତନ୍ତ୍ର। କାରଣ  ୫୩ ବର୍ଷ ପରେ ଅର୍ଥାତ ୧୯୭୧ ମସିହା ପରେ ଚଳିତବର୍ଷ ଆହ୍ବାନପୂର୍ଣ୍ଣ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି ।କାହିଁକି ନା ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡୁଛି । ତେଣୁ ଏଥର ୧୯୭୧ ଆଧାରରେ ସମସ୍ତ କାର୍ଯ୍ୟ ହେବ ।

nis-ad
Leave A Reply

Your email address will not be published.