ଏବିଭିପି କନ୍ଧମାଳର ନୃତନ ଦାୟିତ୍ୱ ଘୋଷଣା

ଫୁଲବାଣୀ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡିଶାର ପ୍ରାତ ଅଭ୍ୟାସ ବର୍ଗ -୨ ଢେଙ୍କାନାଳ ଜିଲ୍ଲାରେ ୩୦ ତାରିଖରୁ ଆରମ୍ଭ ହୋଇ ୩ ତାରିଖରେ ସମାପ୍ତ ହୋଇ ଯାଇଛି । ଦୀର୍ଘ ଚାରି ଦିନ ଧରି ଚାଲିଥିବା ଏହି ଅଭ୍ୟାସ ବର୍ଗ ରେ ଓଡ଼ିଶାର ୮ ଟି ବିଭାଗ ଓ ୨୩ ଜିଲ୍ଲାର ପ୍ରାୟ ତିନିଶହରୁ ଅଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଶିକ୍ଷା ସ୍ଥିତି, ସାମାଜିକ ସ୍ଥିତି ଓ ସାଂଗଠନିକ ସ୍ଥିତି ଉପରେ ଆଲୋଚନା ହୋଇଥିଲା । ପରେ ସମସ୍ତ ଜିଲ୍ଲା ଓ ବିଭାଗର ସାଂଗଠନିକ ଦାଇତ୍ୱ ରାଷ୍ଟ୍ରୀୟ ନିମନ୍ତ୍ରିତ ସଦସ୍ୟ ଅଧ୍ୟାପକ ଦିଲିପ୍ କୁମାର ଦାସ ଆଗାମୀ ଶିକ୍ଷା ବର୍ଷ ୨୦୨୪/୨୫ ନିମନ୍ତେ ଘୋଷଣା କରିଥିଲେ । କନ୍ଧମାଳ ଜିଲ୍ଲାର ଜିଲ୍ଲା ପ୍ରମୁଖ ଅଧ୍ୟାପକ ସନ୍ତୋଷ କୁମାର ଦଳବେହେରା ହୋଇଥିବା ବେଳେ ବିଦ୍ୟାର୍ଥୀ ପରିଷଦର ପୂର୍ବତନ କାର୍ଯ୍ୟକର୍ତ୍ତା ଶ୍ରୀମାନ ସୌମ୍ୟ ରଂଜନ ଡାକୁଆ ସହ ପ୍ରମୁଖ ଦାୟିତ୍ଵ ପାଇଛନ୍ତି l

ସେହି ପରି ଛାତ୍ର ନେତା ଶ୍ରୀମାନ ଅମ୍ଳାନ ପଟ୍ଟନାୟକ ଜିଲ୍ଲା ସଂଯୋଜକ ଏବଂ ଛାତ୍ର ନେତା ଆଶୁତୋଷ ବେହେରା ସହ ସଂଯୋଜକ ଭାବେ ଦାଇତ୍ୱ ଘୋଷଣା ହୋଇଥିଲା । ଗଂଜାମ ବିଭାଗ ସହ ସଂଯୋଗ ଭାବେ ଦାୟିତ୍ଵ ପାଇଛନ୍ତି କନ୍ଧମାଳ ଜିଲ୍ଲାର ଯୁବ ଛାତ୍ର ନେତା ରୁଦ୍ର ପ୍ରସାଦ ସେଠୀ , ସେହି ପରି ଛାତ୍ରୀ ପ୍ରମୁଖ ସଞ୍ଜନା କହଁର , ବିଭାଗ ଜନଜାତି ପ୍ରମୁଖ ପଦ୍ମାବତୀ କହଁର , ବିଭାଗ ଏସ୍ ଏଫ୍ ଡି ସଂଯୋଜକ ଭାବେ ରଜତ ମହାପାତ୍ର ଦାୟିତ୍ଵ ପାଇଥିବା ବେଳେ ବିଭାଗ ରାଷ୍ଟ୍ରୀୟ କଳା ମଞ୍ଚ ପ୍ରମୁଖ ତ୍ରିଲୋଚନ ଗଣ୍ଡା ହୋଇଛନ୍ତି । ଏହି ଦାଇତ୍ୱ ଘୋଷଣା ପରେ କନ୍ଧମାଳ ର ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିବା ସହ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା କୁମାରୀ ତଅପୋଇ କହଁର ଶୁଭେଚ୍ଛା ଓ ଅଭିନନ୍ଦନ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଜଣାଇଛନ୍ତି।

nis-ad
Leave A Reply

Your email address will not be published.