ବିଜେଡି ଆରୋପକୁ ଖଣ୍ଡନ କରିଛନ୍ତି ବରିଷ୍ଠ ବିଜେପି ନେତା କାହ୍ନୁ ପତି ଏବଂ ପୀତବାସ ପଣ୍ଡା

ବ୍ରହ୍ମପୁର : ଗତ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ଶୋଚନୀୟ ପରାଜୟକୁ ଦଳର କିଛି ନେତା ଆଜି ବି ଗ୍ରହଣ କରିପାରୁ ନଥିବା କହିଛି ବିଜେପି । ପରାଜୟର ଗ୍ଲାନିରୁ ମୁକୁଳି ପାରୁନଥିବା ନେତା ମାନେ ନିଜର ଦୋଷ, ଦୁର୍ବଳତା ଓ ଜନବିରୋଧୀ ନୀତିକୁ ନିଜେ ଜାଣିବା ପରିବର୍ତ୍ତେ ବିଜେପି ନେତା ଓ ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବିରୁଦ୍ଧରେ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ବନ୍ଦିତା କରି ହାରିଥିବା ବିଜେଡ଼ି ନେତା ବିକ୍ରମ ପଣ୍ଡାଙ୍କ ମନ୍ତବ୍ୟ ଅରୁଚିକର ଓ ବିଭ୍ରାନ୍ତିକର ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ପୀତବାସ ପଣ୍ଡା।ବ୍ରହ୍ମପୁର ସହର ସମେତ ଗୋପାଳପୁର ଅଞ୍ଚଳରେ ବିଜୁ ଜନତା ଦଳର ସରକାର ଥିବା ସମୟରେ ଅରାଜକତା ସୃଷ୍ଟି କରିବାରେ ପୂର୍ବତନ ବିଧାୟକ କରିଥିବା ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ । ନିର୍ବାଚନ ସମୟରେ ହୁଗୁଳାପଟା ଠାରେ ବିଜେପି କର୍ମୀଙ୍କ ଉପରେ ସଶସ୍ତ୍ର ଆକ୍ରମଣ, ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଗ୍ରାମରେ ପଶି ବୁଥ ଜବରଦଖଲ ଉଦ୍ୟମ ଓ ଶତାଧିକ ଅପରାଧି ମାନଙ୍କୁ ଧରି କୋଳଥିଗାଁରେ ପଶି ବିଜେପି ସମର୍ଥକଙ୍କୁ ଆକ୍ରମଣ କରିଥିବା ବିଜେଡି ଦଳ ର ଏଭଳି ଅଭିଯୋଗ ହଦ୍ୟସ୍ପଦ।ବିଜେପି ଗୋଟେ ଶୃଙ୍ଖଳିତ ଦଳ ଏବଂ ହିଂସା କୁ କେବେବି ପ୍ରଶୟ ଦେଉ ନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି।ଏହା ସହିତ ବିକ୍ରମ ପଣ୍ଡାଙ୍କ କେଉଁ ଲୁକାୟତ ବ୍ୟବସାୟକୁ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବନ୍ଦ କରିଛନ୍ତି ତାହା ଶ୍ରୀ ପଣ୍ଡା ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛି ବିଜେପି। ରାଜନୀତିରେ ହାରିବା ଜିତିବା ଏକ ସ୍ୱାଭାବିକ ପ୍ରକ୍ରିୟା । କିନ୍ତୁ ନିର୍ବାଚନର ପରାଜୟ ପରେ ଔଷଧ ବିକଳରେ ତାଟିଆ କାମୁଡିବା ପରି, ବିଜୁ ଜନତା ଦଳର କିଛି ନେତାଙ୍କ ଆଚରଣରୁ କରୁଛନ୍ତି ବୋଲି କାହ୍ନୁ ପତି କହିଛନ୍ତି। ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ରକୁ ନେଇ ଗଠିତ ବ୍ରହ୍ମପୁର ଜୋନ୍ ମିଡ଼ିଆ ସଂଯୋଜକ ସୁନିଲ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ବିଜେପି ନେତା ତଥା ଆଇନଜୀବି ପିତବାସ ପଣ୍ଡା,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ ।

nis-ad
Leave A Reply

Your email address will not be published.