ଶ୍ରୀ ଶ୍ରୀ ମା ଦକ୍ଷୀଣକାଳୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସ୍ଥିତ ପିଅନପଡା କାଳୀମନ୍ଦିର ପିଠରେ ନୂତନ ଭାବେ ନିର୍ମିତ ମୁଖ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବ ମନ୍ଦିର ପରିଚାଳନା କମିଟିର ସଭାପତି ପ୍ରଦୀପ କୁମାର ପଣ୍ଡା ଓ ସମ୍ପାଦକ ଅଜିତ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଆଜି ସକାଳୁ ପୂଜକମାନେ ମାଙ୍କ ପ୍ରାତଃ ନିତ୍ୟକର୍ମ ସାରି କଳସ ଯାତ୍ରା, ଅଙ୍କୁରାରୋପଣ, ଦୀକ୍ଷାଗ୍ରହଣ ଇତ୍ୟାଦି କାର୍ଯ୍ୟକ୍ରମ ପାଇଁ ଜୋରଦାର କାର୍ଯ୍ୟ ଚାଲୁ ରଖିଛନ୍ତି l ଏହି ପ୍ରତିଷ୍ଠା ଉତ୍ସବ ଆସନ୍ତା ରବିବାର ପର୍ଯ୍ୟନ୍ତ ଚାଲୁ ରହିବ l ମାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କ ଭିଡ଼ ଜମିଥିବାର ଦେଖିବାକୁ ମିଳିଥିଲା l ଅନ୍ୟ ମାନଙ୍କ ମଧ୍ୟରେ କମିଟି ସହ ସମ୍ପାଦକ ଆଦିତ୍ୟ ପ୍ରସାଦ ତ୍ରିପାଠୀ, କୋଷାଧକ୍ଷ ଅମରେଶ ପ୍ରସାଦ ରଥ, ପ୍ରସନ ପଣ୍ଡା, ବିଭୁତି ପଣ୍ଡା,ଶିବ ପଣ୍ଡା,ରଞ୍ଜନ ସାହୁ, ବାବୁ ଭାଇନାଙ୍କ ସମେତ ସମସ୍ତ ସଦସ୍ୟ ମାନେ ସହଯୋହ କରିଥିଲେ l

nis-ad
Leave A Reply

Your email address will not be published.